Achira News Logo
Achira News

ପ୍ରଧାନମନ୍ତ୍ରୀ ମୋଦି ଭୟଭୀତ ଏବଂ ଚାପରେ ଅଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।

Samaja
ପ୍ରଧାନମନ୍ତ୍ରୀ ମୋଦି ଭୟଭୀତ ଏବଂ ଚାପରେ ଅଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।
Full News
Share:

ନୂଆଦିଲ୍ଲୀ: ସଂସଦ ବାହାରେ ଆସି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ପ୍ରଥମ କଥା ହେଲା ମୋତେ କହିବାକୁ ଅନୁମତି ଦିଆଯାଇ ନାହିଁ, “ମୋଦୀ ଭୟଭୀତ । ତାଙ୍କ ଉପରେ ପ୍ରବଳ ଚାପ ଅଛି । ସରକାର ଭୟଭୀତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବଳ ଚାପରେ ରହିଛନ୍ତି । ଏହା ଏକ ପାଶ୍ୱର୍ଦର୍ଶନ, ସେ ଏହା ଜାଣନ୍ତି, ମୁଁ ମଧ୍ୟ ଜାଣେ’’ । ରାହୁଲ କହିଛନ୍ତି ଯେ ଦୀର୍ଘ ଦିନ ହେବ ଅଟକି ଥିବା ଟ୍ରେଡ ଡିଲ୍‌ ଏବେ କେମିତି ହୋଇଗଲା । କିଛି ନା କିଛି କାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ବୁଝାମଣା କରାଯାଇଛି । ମୋଦୀ ଏକ ବାଣିଜ୍ୟ ଚୁକ୍ତିରେ ଆପଣଙ୍କ କଠିନ ପରିଶ୍ରମକୁ ବିକ୍ରି କରି ଦେଇଛନ୍ତି । ସେ ଏପରି କରିଛନ୍ତି, ସେଥିପାଇଁ ମୋତେ ସେଠାରେ କହିବାକୁ ଦିଆଯାଉନାହିଁ । ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କର ଭାବମୂର୍ତ୍ତି ନିର୍ମାଣ କରିଥିଲେ ସେମାନେ ଏବେ ଏହାକୁ ନଷ୍ଟ କରୁଛନ୍ତି । ଆଦାନିଙ୍କ ଉପରେ ଆମେରିକାରେ ଏକ ମାମଲା ରହିଛି । ତାହାକୁ ଟାର୍ଗେଟ ନକରି ଆମେରିକା ମୋଦୀଙ୍କୁ ଟାର୍ଗେଟ କରୁଛି । କାରଣ ଆଦାନି ହେଉଛନ୍ତି ବିଜେପିର ଆର୍ଥିକ ଶକ୍ତି ।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ପ୍ରଧାନମନ୍ତ୍ରୀ ମୋଦି ଭୟଭୀତ ଏବଂ ଚାପରେ ଅଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। | Achira News