ଜାତିସଂଘପରିବେଶ କାର୍ଯ୍ୟକ୍ରମ (ୟୁଏନ୍ଇପି)ର ‘ଷ୍ଟେଟ୍ ଅଫ୍ ଫାଇନାନ୍ସ ଫର୍ ନେଚର ୨୦୨୬’ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ପରିବେଶକୁ ଗମ୍ଭୀର ଭାବେ ପ୍ରଭାବିତ କରିବା ଭଳି କାର୍ଯ୍ୟରେ ବୈଶ୍ୱିକ ନିବେଶର ପରିମାଣ ୭.୩ ଟ୍ରିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଛି। କେଉଁ କ୍ଷେତ୍ରରେ କେତେ ଅର୍ଥ ବିନିଯୋଗ ହୋଇଛି ସେଥିରୁ ଚିତ୍ର ଆହୁରି ସ୍ପଷ୍ଟ ହୋଇଯାଏ। ସର୍ବାଧିକ ନିବେଶ ଆକୃଷ୍ଟ କରିଥିବା କ୍ଷେତ୍ର ହେଉଛି ଶିଳ୍ପ, ଯେଉଁଥିରେ ୧.୩୮ ଟ୍ରିଲିଅନ ଡଲାରର ପ୍ରକୃତି-ବିରୋଧୀ ନିବେଶ ହୋଇଛି। ଏହା ପଛକୁ ଯଥାକ୍ରମେ ଜୀବାଶ୍ମ ଇନ୍ଧନ (୧.୧୩ ଟ୍ରିଲିଅନ ଡଲାର), ବିଜୁଳି ଶକ୍ତି (୭.୯ ଟ୍ରିଲିଅନ ଡଲାର), ରାସାୟନିକ-ଧାତୁ-ନିର୍ମାଣ ସାମଗ୍ରୀ (୦.୭୪ ଟ୍ରିଲିଅନ ଡଲାର), ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ (୦.୪୩ ଟ୍ରିଲିଅନ ଡଲାର), ସାର ସବ୍ସିଡି (୦.୪୧ ଟ୍ରିଲିଅନ ଡଲାର) ଅଛନ୍ତି, ଯାହା ଦ୍ବାରା ଜଳବାୟୁକୁ କ୍ଷତି ପହଞ୍ଚିଥାଏ। ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ପୂର୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ ଅପରପକ୍ଷେ ଜଙ୍ଗଲ ସୁରକ୍ଷା, ପରିସଂସ୍ଥା ପୁନରୁଦ୍ଧାର, ମାଟି ଏବଂ ଜଳ ସମ୍ପଦକୁ ସୁଦୃଢ଼ କରିବା ଭଳି ପ୍ରକୃତି ଆଧାରିତ ସମାଧାନ ପାଇଁ ନିବେଶର ପରିମାଣ ମାତ୍ର ୨୨୦ ବିଲିୟନ ଡଲାର। ଏଥିରୁ ସ୍ପଷ୍ଟ ଯେ ସାରା ବିଶ୍ବରେ ପ୍ରକୃତିକୁ ରକ୍ଷା କରିବା ପାଇଁ ୧ ଡଲାର୍ ଖର୍ଚ୍ଚ ହେଉଥିବା ବେଳେ ଏହାକୁ ନଷ୍ଟ କରିବା ପାଇଁ ପ୍ରାୟ ୩୩ ଡଲାର୍ ଖର୍ଚ୍ଚ ହେଉଛି। ଫଳସ୍ବରୂପ ଆଜି ସାରା ବିଶ୍ୱରେ ଟଙ୍କାର ପ୍ରବାହଜଳବାୟୁସଙ୍କଟକୁ ଆହୁରି ତୀବ୍ର କରୁଛି। ଏଥିପାଇଁ ଭାରତ ମଧ୍ୟ ଏହାର ମୂଲ୍ୟ ଦେଉଛି। ହିମାଳୟରୁ ଜାମ୍ମୁକାଶ୍ମୀର ଏବଂ ତାମିଲନାଡୁର ଦକ୍ଷିଣ ଉପକୂଳ ପର୍ଯ୍ୟନ୍ତ, ଚରମ ପାଣିପାଗ ଦେଶର ସବୁ ଅଂଶକୁ ସ୍ପର୍ଶ କରିସାରିଛି। ଯଦି ବିଶ୍ୱର ଆର୍ଥିକ ନିବେଶର ଦିଗ ନ ବଦଳେ, ତେବେ ସବୁଠାରୁ କମ୍ ଦାୟୀ ଦେଶମାନେ ସର୍ବାଧିକ ପରିବେଶଗତ କ୍ଷତି ସହିବେ। History: ଅଭୟାରଣ୍ୟ ମଧ୍ୟରେ ଅଲୋଡ଼ା ହୋଇରହିଛି ‘ବିଚାର ପଥର’
ପରିବେଶ ପାଇଁ କ୍ଷତିକାରକ କାର୍ଯ୍ୟକଳାପରେ ବିଶ୍ୱସ୍ତରୀୟ ନିବେଶ 73 ଲକ୍ଷ କୋଟି ଡଲାରରେ ପହଞ୍ଚିଛି ଜାତିସଂଘ ରିପୋର୍ଟ
Sambad•
%2Fsambad%2Fmedia%2Fmedia_files%2F2026%2F02%2F03%2Fpollution-2026-02-03-03-09-19.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.