Achira News Logo
Achira News

ପରମିତା ସତ୍ପଥୀଙ୍କ ସାହିତ୍ୟିକ ଐତିହ୍ୟ ଜଣେ ସୁଲେଖାକାରଙ୍କ ଯାତ୍ରା

Sambad
ପରମିତା ସତ୍ପଥୀଙ୍କ ସାହିତ୍ୟିକ ଐତିହ୍ୟ ଜଣେ ସୁଲେଖାକାରଙ୍କ ଯାତ୍ରା
Full News
Share:

ସାହିତ୍ୟଲେଖିବା ଓ ପଢ଼ିବା ଗୋଟିଏ ଉତ୍ତମ କାର୍ଯ୍ୟ ବୋଲି ତାଙ୍କୁ ପିଲାଦିନୁ ବୋଧ ହୋଇଥିଲା। ଘରେ ଥିଲା ବିଶା‌ଳ ଲାଇବ୍ରେରି। ବାପାମା’ଙ୍କ ପଢ଼ାଲେଖା ଓ ସାହିତ୍ୟିକ ପରିବେଶ ତାଙ୍କୁ ଲେଖିବା ପାଇଁ ପ୍ରେରିତ କରିଥିଲା। ସେଦିନର କିଶୋରୀ ଆଜିର ସୁଲେଖିକା ପାରମିତା ଶତପଥୀ, ଯିଏ ଭାରତୀୟ ପ୍ରଶାସନ ସେବାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପ୍ରଥମ ଓ ଏକମାତ୍ର ମହିଳା। ତାଙ୍କ ସହ ସୃଜନ ଆଳାପରେଶୁଭଶ୍ରୀ ଲେଙ୍କା...  ଆପଣଙ୍କ ପିତାମାତା ଉଭୟ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଲେଖକ। ଆପଣଙ୍କ ଉପରେ ଏହାର ଛାପ କିପରି ପଡ଼ିଛି ବୋଲି ମନେ ପକେଇବେ?ମୁଁ ଅନେକ ସ୍ଥଳରେ କହିଛି ଲେଖିବା-ପଢ଼ିବା ମୋ ଭିତରକୁ ଛାଏଁ ଆସିଯାଇଛି, ଗଛରେ ପତ୍ର-ଫୁଲ ଆସିବା ପରି। ମୋତେ ସେଥିପାଇଁ କଷ୍ଟ କରିବାକୁ ପଡ଼ିନାହିଁ। ବୋଧହୁଏ ଏଇଥିପାଇଁ ଯେ ପିଲାଟି ଦିନୁ ବାପା, ମାଆଙ୍କୁ ସାହିତ୍ୟ ସହ ସଂଶ୍ଳୀଷ୍ଟ ହେବାର ଦେଖିଆସିଛି। ମାଆ କଲେଜରୁ ଫେରି ଲୁଗାପଟା ବଦଳାଇ ଘରକାମ ତଦାରଖ କଲାପରେ, ଆମମାନଙ୍କ ଅଳିଅଝଟ ବୁଝିସାରିଲା ପରେ, କବିତା ଖାତା ଧରି ବା ବହିଟିଏ ଧରି ବସିଯାଆନ୍ତି। ଘରକୁ ବିଶିଷ୍ଟ ଲୋକମାନେ ଆସୁଥିଲେ, ‌ଆଲୋଚନା, କବିତା ପଢ଼ିବାର ଆସର ଜମୁଥିଲା। ମୁଁ ଷଷ୍ଠ-ସପ୍ତମ ଶ୍ରେଣୀରେ ପଢ଼ିଲା ବେଳକୁ ବାପା ସବୁଜରୁ ସାଂପ୍ରତିକ ଗ୍ରନ୍ଥ ରଚନାରେ ନିମଗ୍ନ ରହିଥିଲେ। ଘରେ ବିରାଟ ଲାଇବ୍ରେରି ତିଆରି କରିଥିଲେ ସେ ଓ ଭଳିକି ଭଳି ଗଳ୍ପ, ଉପନ୍ୟାସ ପଢ଼ିବାର ‌ସୁଯୋଗ ମୋତେ ଖୁବ୍ କମ୍ ବୟସରୁ ମିଳିଥିଲା, କିଛି ବୁଝେ ବା ନବୁଝେ ସେଥିରୁ। ଏଇ ସମସ୍ତ ସଂଘଟଣ ମୋତେ ଲେଖିବାକୁ ଆକୃଷ୍ଟ କରିଥିଲା। ଖୁବ୍ କମ୍ ବୟସରୁ ଲେଖିବା ଆରମ୍ଭ କରିଥିଲି ଓ ବାପା-ମାଆଙ୍କୁ ତାହା ଭଲ ଲାଗିଥିଲା। ସାହିତ୍ୟ ଲେଖିବା ଓ ପଢ଼ିବା ଯେ ସବୁଠାରୁ ଉତ୍ତମ କାର୍ଯ୍ୟ ତା’ ମୋତେ ପିଲାଦିନରୁ ବୋଧ ହୋଇଥିଲା। Odisha Parab: ଗୁଆହାଟୀରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ଭବ୍ୟ ପ୍ରଦର୍ଶନୀ ସମାପ୍ତ  ଆପଣଙ୍କ ଅନେକ ଲେଖାରେ ଦେଶ ବିଦେଶର ବିଭିନ୍ନ ସ୍ଥାନ, କାଳ ଓ ପାତ୍ରମାନଙ୍କ ବର୍ଣ୍ଣନା ବେଶ୍ ନିଖୁଣ, ଫଟୋଗ୍ରାଫିକ୍‌। ଏହା ଅଧିକ ଅଧ୍ୟୟନ ନା ବିଭିନ୍ନ ସ୍ଥାନ ଭ୍ରମଣ ଓ ଲୋକଙ୍କ ସହିତ ମିଶିବାର ପ୍ରତିଫଳନ?ତିନିଟି ଯାକର ସମ୍ମିଶ୍ରଣ ଓ ଆଉ ଟିକିଏ କିଛି। ସ୍ଥାନ, କାଳ, ପାତ୍ରଙ୍କ ବର୍ଣ୍ଣନା କେବଳ ଆଖିଦେଖା ତ ନୁହେଁ ସବୁବେଳେ। ତା’ ସହିତ ମିଳିଥାଏ ନିଜର ଅନୁଭବ ଓ କଳ୍ପନା। କିଛି ବ୍ୟକ୍ତ କରିବାକୁ ଗଲାବେଳେ ମୋ ମାନସପଟରେ ଲେଖା ହେଇଥିବା କିଛି ସ୍ଥାନ ଓ କାଳକୁ ଓଟାରି ଆଣିବାକୁ ହୁଏ। ମୁଖ୍ୟତଃ ଗଳ୍ପ ଉପନ୍ୟାସ ଯାହାର ମଞ୍ଜଟେ ଥିଲେ ମଧ୍ୟ ତା’ ଚାରିପଟେ କାହାଣୀର ଜାଲଟିଏ ବୁଣିବାକୁ ହୁଏ। ତେଣୁ ଅଧ୍ୟୟନ, ସ୍ଥାନ ଭ୍ରମଣ ଓ ବିଭିନ୍ନ ଚରିତ୍ରମାନଙ୍କ ସହ ଅନୁଭୂତି ସହ ମନନଶୀଳତାକୁ ଯୋଖିବାକୁ ହୁଏ। ମୁଁ ଯାହା ଲେଖିବାକୁ କି ପ୍ରକାଶ କରିବାକୁ ଚାହୁଛୁ ତାକୁ କେମିତି ବ୍ୟକ୍ତ କରିବି ଭାବିହୁଏ। ମୁଁ ଯାହା ଲେଖେ ତାକୁ ମୋ ମନ ଭିତରେ ଗୋଳେଇ ଗୋଳେଇ ଦେଖେ। ଯେହେତୁ ମୋ ଲେଖା ମୋତେ ବିଶ୍ବସନୀୟ ଲାଗେ ଓ ମୋତେ ପ୍ରତ୍ୟୟ ଦିଏ, ତେଣୁ ପାଠକଙକ୍ୁ ବର୍ଣ୍ଣନା ଫଟୋଗ୍ରାଫିକ୍ ଲାଗୁଥାଇପାରେ।  ନାରୀ ମନସ୍ତତ୍ତ୍ୱର ଅନେକ ଗହନ ଓ ଗୋପନ ଦିଗକୁ ଦେଖେଇବାରେ ଆପଣ ସିଦ୍ଧହସ୍ତ। ଜଣେ ନାରୀ ହୋଇଥିବାରୁ ଏହା ଆପଣଙ୍କୁ ସହଜ ମନେହୁଏ କି?ଜଣେ ନାରୀ ହୋଇଥିବାରୁ ନିଶ୍ଚିତ ଭାବେ ନାରୀଟିଏର ମନଗହନର କଥାକୁ ବୁଝିପାରିବା ମୋ ପାଇଁ ସହଜ ହୁଏ। ତେବେ ସାହିତ୍ୟ ରଚନାରେ ଘଟଣା ଅପେକ୍ଷା ତା’ ପଛର ମାନସିକତା ଓ ମନସ୍ତତ୍ତ୍ବ ମୋତେ ବେଶି ଆକୃଷ୍ଟ କରେ। ଯେ କୌଣସି ଚରିତ୍ରର ଗତି ଓ ପରିଣତି କାହିଁକି ଏପରି, ଏଇ ରହସ୍ୟ ମୋତେ ତାକୁ ଭେଦ କରିବାକୁ ଉଚ୍ଛନ୍ନ କରେ। ନାରୀ ଜଣେ ମଣିଷ ଓ ଚରିତ୍ର ଭାବର ଏତେ ଅଦ୍ଭୁତ ଯେ, ତାକୁ ନେଇ ଯେତେ କହିଲେ ମଧ୍ୟ କିଛି ଅକୁହା ରହିଯାଏ।  ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଆଜିର ନାରୀ ପ୍ରାୟତଃ ଅସୁଖୀ। ନାରୀର ମୁଖ୍ୟ ସମସ୍ୟାଟି କ’ଣ ବୋଲି ଆପଣ ମନେ କରନ୍ତି?ବର୍ତ୍ତମାନ ସମୟରେ, ଯେତେବେଳେ ନାରୀ ଓ ପୁରୁଷଙ୍କୁ ସମାନ ସୁଯୋଗ ପ୍ରାୟତଃ ମିଳିପାରୁଛି, ନାରୀର ବୌଦ୍ଧିକ ଅଭିବୃଦ୍ଧି ଅଧିକ ଘଟିଛି। ସେ ପ୍ରଶ୍ନ କରୁଛି, ନିଜକୁ ଓ ସମାଜକୁ। ତା’ର ବୌଦ୍ଧିକ ଅଭିବୃଦ୍ଧି ସହ ସାଧାରଣ ଭାବରେ ପୁରୁଷର ଓ ସମାଜର ସମାନୁପାତରେ ସେପରି ଅଭିବୃଦ୍ଧି ହୋଇପାରି ନାହିଁ। ନାରୀ ବଞ୍ଚିତ ହେବାକୁ ତା’ର ଭାଗ୍ୟ ବୋଲି ଭାବି ପାରୁନାହିଁ ‌େଯତେବେଳେ ସମାଜ ଓ ପୁରୁଷ ଭାବୁଛନ୍ତି ଯେ ଯେହେତୁ ସେ ନାରୀ, ତା’ର ଆଚାର ବ୍ୟବହାର ଏକ ନିର୍ଦ୍ଦିଷ୍ଟ ନିୟମାନୁଯାୟୀ ହେବା ଉଚିତ। ତା’ ପରେ ନାରୀକୁ ସଚରାଚର ତା’ର ନ୍ୟାର୍ଯ୍ୟ ପ୍ରାପ୍ତି ମିଳୁନାହିଁ। ସମାଜ, ପରିବାର ସବୁବେଳେ ଅଙ୍କୁଶ ହୋଇ ରହିଛି ବା ତା’ର ଆଗକୁ ବଢ଼ିବାରେ ବାଧକ ସାଜୁଛି। ଏକଥା ନାରୀ ବୁଝିପାରୁଛି। ତେଣୁ ସେ ଅସୁଖୀ। ଶହେବର୍ଷ ତଳେ ହୁଏତ ନାରୀଟିଏ ଏକଥା ବୁଝି ପାରୁନଥିଲା, ରୋଷେଇ ଘରେ, ଛୁଆ ଜନ୍ମ, ଛୁଆ ପାଳନରେ ତା’ର ସମସ୍ତ ସମୟ ଓ ଜୀବନ ବିତିଯାଉଥିଲା। ନିଜକୁ ନିଜେ ବୁଝିପାରିବା ଓ ଚତୁଃପାର୍ଶ୍ବ‌ର ଅନ୍ୟମାନେ ତାକୁ ବୁଝି ନପାରିବା ହିଁ ନାରୀକୁ ଅସୁଖୀ କରୁଛି। ଶିକ୍ଷିତା ନାରୀ ଆଧୁନିକ କାଳରେ ପ୍ରାୟ ସମସ୍ତେ ଉପର୍ଜନକ୍ଷମା ହେଲେଣି। କିନ୍ତୁ ସଂସାର ଚଳାଇବାର ବଡ଼ ଭାଗଟି ଚାକିରି ସହ ନାରୀ ଏବେ ବି ବହନ କରୁଛି। ଶିକ୍ଷିତା ସଚେତନ ନାରୀକୁ ଏବେ ମଧ୍ୟ ବାଧ୍ୟ କରାଯାଉଛି ଶ୍ବଶୁର ଘରର ଅଜବ କାଏଦା ଅନୁଯାୟୀ ଚଳିବାକୁ, ଅବିଚାର ଓ ଅଦୌତିକୁ ସହିବାକୁ। ପ୍ରକୃତ ସମାନତାରେ ତାରତମ୍ୟ ଯେ ପର୍ଯ୍ୟନ୍ତ ଥିବ, ସେ ପର୍ଯ୍ୟନ୍ତ ନାରୀ ଅନ୍ତଃକରଣରେ ସୁଖୀ ହୋଇପାରିବ ନାହିଁ। Budget 2026: ଆଇଟି ସେବା ପାଇଁ ସ୍ୱୟଂଚାଳିତ ନିୟମ-ଆଧାରିତ ସୁରକ୍ଷା ଅନୁମୋଦନ  ଆପଣ ସର୍ବ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ଥିଲେ। କାମ ସହିତ ଲେଖାଲେଖିରେ କେମିତି ତାଳମେଳ ରଖନ୍ତି?କହିପାରିବି ନାହିଁ, ଚାକିରିର ଏତେ ସମୟ- ପ୍ରାୟ ଛତିଶ ବର୍ଷ କେମିତି କଟିଗଲା ଓ ତା’ ସହିତ କେମିତି ଲେଖିପାରିଲି। ଲେଖିବାରେ ଉଠ୍‌ପଡ଼ ତ ଲାଗିରହିଲା। ମୁଁ ପ୍ରତିଦିନ ବସି ନିର୍ଦ୍ଦିଷ୍ଟ ଭାବରେ ଲେଖିପାରେ ନାହିଁ। ମନ ଭିତରେ କୌଣସି ଆବେଗକୁ (ଲେଖିବାର) ଅନେକ ସମୟ ଧରି ଆଉଟାଏ। ଏହି କ୍ରମରେ ଅନେକ ଭାବ ଓ ଉପଲବ୍‌ଧି ହଜିଯାଆନ୍ତି ମଧ୍ୟ, ମିଳେଇ ଯାଆନ୍ତ ମହାଶୂନ୍ୟରେ। ଚେଷ୍ଟାକଲେ ବି ଫେରେଇ ଆଣିପାରେ ନାହିଁ। କମ୍ ବୟସରେ ଯେତେବେଳେ ଲେଖିବା ଆରମ୍ଭ କରୁଥିଲି; ଚାକିରି, ସଂସାରର ଆହ୍ବାନ ମଧ୍ୟ ଥିଲା, ଲେଖିବା ଛାଡ଼ିଦେବି ବୋଲି କେତେଥର ମନସ୍ଥ କରିଥିଲି। ‌ମାଆ ସେ‌େତବେଳେ ବୁଝେଇଥିଲେ ଲେଖିବା ଛାଡ଼ିବୁ ନାହିଁ ଜାମ। ତୋର ସବୁଠାରୁ ବିଶ୍ବସ୍ତ ବନ୍ଧୁ ପରି ସେ ସାରା ଜୀବନ ତୋ ସହ ରହିବ, ଆଉ କିଏ ରହିବ କି ନାହିଁ ଜଣାନାହିଁ! ଧୀରେ ଧୀରେ ଲେଖିବା ସହ ଆତ୍ମିକ ସଂପର୍କ ଗଢ଼ି ହୋଇଗଲା। ନିଜକୁ ବ୍ୟକ୍ତ କରିବାକୁ ଇଚ୍ଛା ହେଲା। ସେଥିପାଇଁ ସମୟ ବାହାର କରିବାକୁ ହେଲା। କିଛି ତ୍ୟାଗ କରିବାକୁ ହେଲା। ତେବେ ଲେଖି ସାରିବାର ପ୍ରଶାନ୍ତି ଓ ପାଠକୀୟ ସଂବେଦନା ମୋତେ ଏକ ଅନ୍ୟ ରାଇଜକୁ ନେଇ ଯାଉଥିଲା। ଦୁଇ ପ୍ରକାର ଜୀବନ ଏକା ସଙ୍ଗେ ବଞ୍ଚିବାର ରହସ୍ୟ ଓ ରୋମାଞ୍ଚ ମୋତେ ଉଦ୍‌ବେଳିତ କରିଚାଲିଲା। ଚାକିରି ସହ ଲେଖିବା ଏକ ପ୍ରକାର ଜୀବନଧାରା ଭଳି ଗଡ଼ିଚାଲିଲା। ଧୀରେ ଧୀରେ ସହକର୍ମୀମାନେ ଜାଣିଲେ, ପଢ଼ିଲେ ଓ ପ୍ରଶଂସା କଲେ। ୨୦୨୪ ମସିହା ଭାରତୀୟ ଆୟକର ଦିବସ ଅବସରରେ ‘ସୃଜନଶୀଳତାରେ ଉତ୍କର୍ଷ’ ପାଇଁ ଭାରତର ବିତ୍ତମନ୍ତ୍ରୀଙ୍କ ହାତରୁ ପ୍ରଶସ୍ତିପତ୍ର ଓ ସମ୍ମାନ ଗ୍ରହଣ କରିବା ଅବସରରେ ବ୍ୟକ୍ତ କରାଯାଇଥିଲା ଯେ- ଭାରତୀୟ ପ୍ରଶାସନ (ସିଭିଲ୍ ସର୍ଭିସ୍)ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପ୍ରଥମ ଓ ଏକମାତ୍ର ମହିଳା। ତା’ ମଧ୍ୟ ଥିଲା ଏକପ୍ରକାର ପ୍ରାପ୍ତି!  ସାହିତ୍ୟ ପାଇଁ ବିଭିନ୍ନ ରାଜ୍ୟ ଓ ଜାତୀୟ ପୁରସ୍କାରରେ ଆପଣ ସମ୍ମାନିତ। ଏହି ପ୍ରାପ୍ତି ଆପଣଙ୍କ କଲମକୁ ଅଧିକ ମୁଖର କରିଛି ନା ମନ୍ଥର କରିଛି?ପୁରସ୍କାର ମଝିରେ ମଝିରେ ଚମକ ଆଣିଛି, ଆନନ୍ଦ ଆଣିଛି, ହଠାତ୍ ଚଳଚଞ୍ଚଳ ହେଇଛି ଗତାନୁଗତିକଜୀବନ। କିନ୍ତୁ ତା’ ଯେମିତି ଆସିଛି ସେମିତି ମିଳେଇ ଯାଇଛି। ମୋତେ ଲେଖିବାରେ ପୁରସ୍କାର ପ୍ରାପ୍ତି ଖୁବ୍ ବେଶି ସାହାଯ୍ୟ କରିଛି ବୋଲି ମୁଁ ଭାବିପାରୁ ନାହିଁ। ବରଂ ଏକପ୍ରକାର ଦାୟିତ୍ବ ବୋଧ ଓ ସଂଶୟ ଆଣିଛି। ଆଉ ଆଗକୁ ଭଲ ଲେଖିପାରିବି ତ? ମୋ ପାଠକମାନେ ମୋର ଲେଖା ପଢ଼ି ଆନନ୍ଦିତ ହେବେ ତ?  ଅବସର ପରେ ସମୟ କେମିତି କଟୁଛି? କ’ଣ ସବୁ ଯୋଜନା ଅଛି?ସମୟ କଟୁନାହିଁ, ଯେମିତି ଦୌଡୁଛି! ପ୍ରତିଦିନ ମୁଁ ଯାହା ଯାହା କାମ କରିବି ବୋଲି ସକାଳୁ ଭାବୁଛି, ରାତିରେ ଶୋଇବାକୁ ଗଲାବେଳେ ଦେଖୁଛି ଯେ ତା’ର ଅଧା ମଧ୍ୟ ସାରି ପାରିନାହିଁ। ତେବେ ବର୍ତ୍ତମାନ ତ ପୁଲକିତ ଲାଗୁଛି, ମୁକ୍ତିର ଆସ୍ବାଦ ଯୋଗୁଁ। ସେମିତି କିଛି ଯୋଜନା ନାହିଁ। ସାହିତ୍ୟ ସହ ଅଧିକ ସଂପର୍କିତ ହେବା ପାଇଁ ଆଶା ରଖିଛି। ଅନେକ ବହି ପଢ଼ି ପାରିନାହିଁ, ଅନେକ ସ୍ଥାନକୁ ଯାଇ ପାରିନାହିଁ, ଭାବୁଛି କିଛି ସେସବୁ ମଧ୍ୟରୁ କିଛି ଅନ୍ତତଃ ପୂର୍ଣ୍ଣ କରିବି। କେତେ ପାରୁଛି ନା ନପାରୁଛି କିଏ ଜାଣେ?

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ପରମିତା ସତ୍ପଥୀଙ୍କ ସାହିତ୍ୟିକ ଐତିହ୍ୟ ଜଣେ ସୁଲେଖାକାରଙ୍କ ଯାତ୍ରା | Achira News