Achira News Logo
Achira News

ପ୍ରେମର କୌଣସି ସୀମା ନାହିଁ ପାକିସ୍ତାନୀ ସ୍କୁଲ ପ୍ରିନ୍ସିପାଲ ପିଅନଙ୍କ ପ୍ରେମରେ ପଡ଼ିଲେ

Prameya
ପ୍ରେମର କୌଣସି ସୀମା ନାହିଁ ପାକିସ୍ତାନୀ ସ୍କୁଲ ପ୍ରିନ୍ସିପାଲ ପିଅନଙ୍କ ପ୍ରେମରେ ପଡ଼ିଲେ
Full News
Share:

ନୂଆଦିଲ୍ଲୀ : ପ୍ରେମ, କେତେବେଳେ ଆଉ କାହା ସାଥୀରେ ହୋଇଥାଏ ତାହା ଜଣାନଥାଏ । ପ୍ରେମ – ଦେଖେନା ଜାତି କି ଧର୍ମ, ଦେଖେନାହିଁ ଉଚ୍ଚ କି ନିଚ୍ଚ । ପ୍ରେମ ଦେଖେନାହିଁ ବୟସର ତରତମ୍ୟ । ସେଥିପାଇଁ ତ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ଯିଏ ପ୍ରେମ କରିଛି ସେ ଜାଣିଛି ଏହି ଅଢ଼େଇ ଅକ୍ଷରର ଶବ୍ଦର ମହତ୍ବ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀ, ଯେଉଁଥିରେ ସ୍କୁଲର ପ୍ରିନ୍ସିପାଲ କେମିତି ତାଙ୍କର ଜଣେ ପିଅନଙ୍କ ପ୍ରେମରେ ପଡ଼ିଲେ...। ପାକିସ୍ତାନରୁ ଆସିଥିବା ଏହି ପ୍ରେମ କାହାଣୀଟି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ପାକିସ୍ତାନର ମୁଲତାନର ଏକ ପ୍ରାଇଭେଟ୍ ସ୍କୁଲର ପ୍ରିନ୍ସିପାଲ ଫରଜାନା । ଯିଏକି ଜଣେ ଉଚ୍ଚ ଶିକ୍ଷିତ ହୋଇଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ବେଶ ରହିଛି । କିନ୍ତୁ ତାଙ୍କ ସ୍କୁଲରେ କାମ କରୁଥିବା ଜଣେ ପିଅନଙ୍କ ପ୍ରେମରେ ପଡ଼ିଥିଲେ । ପିଅନ ଫୟାଜଙ୍କ ସହ ଗୋଟିଏ ଚା’ କପରୁ ଏହି ପ୍ରେମର ଆରମ୍ଭ ହୁଏ । ଫରାଜାନା କହିଛନ୍ତି ପ୍ରେମରେ କୌଣସି ଟଙ୍କା କିମ୍ବା ଧନ ସମ୍ପତ୍ତିକୁ ଦେଖାଯାଏ ନାହିଁ । ମୁଁ ଫୟାଜଙ୍କ ସରଳତା ଏବଂ କାର୍ଯ୍ୟ ପ୍ରତି ନିଷ୍ଠାକୁ ଦେଖି ପ୍ରେମରେ ପଡ଼ିଛି । ଫରଜାନା କହିଛନ୍ତି ମୁଁ ଏକଦା ସମ୍ମାନ ଏବଂ ସୌଜନ୍ୟତା ଦୃଷ୍ଟିରୁ ଫୟାଜଙ୍କ ଚା’ ପିଇବା ପାଇଁ ଡାକିଥିଲି । ସେ ଗୋଟିଏ ବୁନ୍ଦାକୁ ମଧ୍ୟ ତଳେ ପକାଇନଥିଲେ । ଶ୍ରଦ୍ଧାର ସହ ସମସ୍ତ ଚା’କୁ ପିଇଦେଇଥିଲେ । ତାଙ୍କ ମୋ ପ୍ରତି ଥିବା ସମ୍ମାନ ଏବଂ ସରଳପଣ ତାଙ୍କ ପ୍ରେମରେ ପକାଇ ଦେଇଛି । ତେବେ ଜଣେ ୟୁଜର୍ସ ଏହାକୁ ମଜାଭାବରେ ପୋଷ୍ଟ କରିଛନ୍ତି । ମୋତେ କିଏ ଟିକେ ଚା’ ପିଇବାକୁ ଡାକି ମୋ ପ୍ରେମରେ ପଡ଼ ବୋଲି କହି ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଅନେକ ୟୁଜର୍ସ ବିଭିନ୍ନ କମେଣ୍ଟମାନ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାସହ ପଢ଼ନ୍ତୁ :ଅଭ୍ୟାସ ସମୟରେ ଅର୍ଜୁନଙ୍କୁ କ’ଣ ପଚାରିଲେ ପନ୍ତ ? ଭିଡିଓ ଭାଇରାଲ...

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ପ୍ରେମର କୌଣସି ସୀମା ନାହିଁ ପାକିସ୍ତାନୀ ସ୍କୁଲ ପ୍ରିନ୍ସିପାଲ ପିଅନଙ୍କ ପ୍ରେମରେ ପଡ଼ିଲେ | Achira News