ମୋହନା, ୫।୫( ମନ୍ମଥ ମିଶ୍ର ): ପଶ୍ଚିମବଙ୍ଗ ଓ ଆସାମରେ ଭାଜପା ଏକ ତରଫା ଭାବେ ବିପୁଳ ବିଜୟ ହାସଲ କରିଥିବାରୁ ଏହି ଖୁସିରେ ସୋମବାର ଅପରାହ୍ନରେ ମୋହନା ଭାଜପାକର୍ମୀମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପାର ଚାଣକ୍ୟ କୁହାଯାଉଥିବା ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ସେମାନଙ୍କ ଜୟ ଜୟ ଗାନ କରି ନାରାବାଜି ଦେଇଥିଲେ। ସ୍ଥାନୀୟ ହାଇସ୍କୁଲ ଛକ ଠାରେ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ବିଜୟର ଉଲ୍ଲାସରେ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ଯୁବ ମୋର୍ଚ୍ଚା ସଭାପତି ସତ୍ୟଜିତ ବିଷୋୟୀ, ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ଏମ୍ପି ପ୍ରତିନିଧି ଜିତେନ୍ଦ୍ର କୁମାର ବେହେରା, ମଣ୍ଡଳ ସଭାପତି ନିଳାଞ୍ଚଳ ସାହୁ,ବରିଷ୍ଠ ଭାଜପା ନେତା ବ୍ରହ୍ମାଶଙ୍କର ସାହୁ, ବାବୁଲି ଗୌଡ଼, ମନୋଜ କୁମାର ସାହୁ, ଭିକାରୀ ଚରଣ ସାହୁ,ରବିନ୍ଦ୍ର ମଳିକ, ଖଣି ସରପଞ୍ଚ କେଶବ ମଳିକ, ବରିଷ୍ଠ ଶିକ୍ଷାବିତ ଗଗନ କୁମାର ଦାଶ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ ।
ପଶ୍ଚିମବଙ୍ଗ ଓ ଆସାମରେ ବିଜେପିର ବିପୁଳ ବିଜୟ ମୋଦି ଓ ଶାହାଙ୍କୁ ଦଳର କର୍ମୀଙ୍କ ପ୍ରଶଂସା
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.