ନୂଆଦିଲ୍ଲୀ ୦୫/୦୫:ପଶ୍ଚିମବଙ୍ଗର ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ଲେଖିଛି ବିଜେପି । ବିଜେପିର ବିଜୟ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ହୋଇଛି । ବିଶ୍ୱ ଗଣମାଧ୍ୟମ ମୋଦିଙ୍କ ରାଜନୈତିକ ବିସ୍ତାରକୁ ବିପକ୍ଷ ପାଇଁ ବଡ଼ ଝଟ୍କା ବୋଲି କହିଛନ୍ତି । ରଏଟର୍ସ (ବ୍ରିଟେନ):ଏହି ସମ୍ବାଦ ଏଜେନ୍ସି ଲେଖିଛି, ସୋମବାର ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାର୍ଟି ରାଜ୍ୟ ନିର୍ବାଚନଗୁଡ଼ିକରେ ବଡ଼ ବିଜୟ ହାସଲ କରିବାକୁ ଯାଉଛି । ଏହି ବିଜୟ ସହିତ ସମାନ ନାଗରିକ ସଂହିତା ଓ ମୌଳିକ ଢାଞ୍ଚା ନିର୍ମାଣ ଭଳି ପ୍ରମୁଖ ନୀତିକୁ ଗତି ମିଳିପାରେ । ବିଜେପି ପାଇଁ ଏହା ୨୦୨୯ ସାଧାରଣ ନିର୍ବାଚନ ନିମନ୍ତେ ଭଲ ଖବର । ବିବିସି (ବ୍ରିଟେନ):ଏହା ନିଜ ଖବରକାଗଜରେ ଶୀର୍ଷକ ଦେଇଛି ‘ମୋଦିଙ୍କ ବିଜେପି ଭାରତର ସବୁଠୁ ଜଟିଳ ରାଜନୈତିକ ଗଡ଼ ପଶ୍ଚିମବଙ୍ଗରେ ବିଜୟ ହାସଲ କରିଛି ।’ ବିଜେପିର ଏହି ବିଜୟ ମୋଦିଙ୍କ ୧୨ ବର୍ଷର ଶାସନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସଫଳତା ଭାବେ ପରିଗଣିତ ହେବ । ୧୦ କୋଟିରୁ ଅଧିକ ଜନସଂଖ୍ୟାବିଶିଷ୍ଟ ଏହି ରାଜ୍ୟର ବିଜୟ ମୋଦିଙ୍କ ହିନ୍ଦୁ ରାଷ୍ଟ୍ରବାଦୀ ଏଜେଣ୍ଡାକୁ ନୂଆ ଗତି ଦେବ ଏବଂ ପୂର୍ବ ଭାରତରେ ବିଜେପିର ପୂର୍ଣ୍ଣ ବିସ୍ତାର କରିବ । ଡିଡବ୍ଲ୍ୟୁ (ଜର୍ମାନୀ):ଜର୍ମାନ ବ୍ରଡକାଷ୍ଟର ଡିଡବ୍ଲ୍ୟୁ ଶୀର୍ଷକରେ ଲେଖିଛି ‘ପଶ୍ଚିମବଙ୍ଗ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ବିଜୟ ।’ ମୋଦିଙ୍କ ହିନ୍ଦୁ ରାଷ୍ଟ୍ରବାଦୀ ବିଜେପି ପାର୍ଟି ପ୍ରଥମ ଥର ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି । ମୋଦି ଏ ଥର ଅନ୍ୟ ବିପକ୍ଷ ଗଡ଼ରେ ନିଜ ସ୍ଥିତିକୁ ମଜଭୁତ କରିବେ । ପଶ୍ଚିମବଙ୍ଗରେ ବିଜୟକୁ ମୋଦି ‘ଚମତ୍କାର ଜନାଦେଶ’ କହିଥିବା ଏହା ଉଲ୍ଲେଖ କରିଛି । ଗଲ୍ଫ ନ୍ୟୁଜ୍ (ୟୁଏଇ):ଏହି ୱେବ୍ସାଇଟ୍ ପଶ୍ଚିମବଙ୍ଗରେ ବିଜେପିର ବହୁମତକୁ ନେଇ ଖୁସି ମନାଇବା ସମୟର ଅନେକ ଫଟୋ ପ୍ରକାଶ କରିଛି । ଶୀର୍ଷକରେ ଲେଖିଛି ‘ବିଜେପିକୁ ବହୁମତ, ଟିଏମ୍ସିକୁ ଝଟ୍କା!’ ରାଜନୈତିକ ରୂପେ ଭାରତର ସବୁଠୁ ମଜଭୁତ ରାଜ୍ୟ ପଶ୍ଚିମବଙ୍ଗରେ ସ୍ଥାନ ହାସଲ କରିବାର ବିଜେପିର ଦୀର୍ଘ ବର୍ଷର ପ୍ରୟାସ ଶେଷରେ ସଫଳ ହୋଇଛି । ଆହୁରି ପଢ଼ନ୍ତୁ...Bengal politics: କେମିତି ଭାଙ୍ଗିଲା ମମତା ସରକାର? ଦିଦିଙ୍କ ଗଡ଼ ଚୂର୍ମାର୍ ପଛରେ ଏହି ୫ ଧୁରନ୍ଧର ପ୍ରଥମ ଆଲୋ (ବାଂଲାଦେଶ):ବାଂଲାଦେଶର ଏହି ଖବରକାଗଜ ଏକ ବିଶ୍ଳେଷଣାତ୍ମକ ଖବର ପ୍ରକାଶ କରିଛି, ଯାହାର ଶୀର୍ଷକ- ପଶ୍ଚିମବଙ୍ଗ ନିର୍ବାଚନ: କେବଳ ରାଜ୍ୟର ନୁହେଁ, ବରଂ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ମଧ୍ୟ ସଙ୍କଟରେ ।’ ଏଥିରେ ଉଲ୍ଲେଖ ହୋଇଛି, ଏ ବର୍ଷର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭାରତୀୟ ନିର୍ବାଚନ ଇତିହାସରେ ଦୁଇଟି କାରଣ ପାଇଁ ମନେରହିବ । ପ୍ରଥମତଃ ଏସ୍ଆଇଆର ଯାହା ପାଇଁ ବ୍ୟାପକ ସଂଖ୍ୟାରେ ଲୋକଙ୍କ ଭୋଟ୍ ଦେବାର ଅଧିକାର ଛଡ଼ାଇ ନିଆଗଲା । ଦ୍ୱିତୀୟତଃ, ନିର୍ବାଚନକୁ ହିଂସାମୁକ୍ତ କରିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ବଳର ବ୍ୟାପକ ମୁତୟନ ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ବିପୁଳ ବିଜୟ ହାସଲ କରିଛି।
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.