ନୂଆଦିଲ୍ଲୀ,୦୫/୦୫;ବଙ୍ଗରେ ମୋଦି ସୁନାମି । ଦିଦିଙ୍କ ଗଡ଼ ଧ୍ୱଂସ । ଭାରତର ରାଜନୈତିକ ଇତିହାସରେ ୨୦୨୬ ମେ ୪ ତାରିଖ ଏକ ଐତିହାସିକ ଦିନ ହୋଇରହିବ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ୧୫ ବର୍ଷର ଟିଏମସି ଦୁର୍ଗର ପତନ ଘଟାଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ କ୍ଷମତା ଦଖଲ କରିବାର ସ୍ୱପ୍ନ ପୂରଣ କରିଛି । ପଶ୍ଚିମବଙ୍ଗରେ ବିଜେପି ଲହରରେ ମମତାଙ୍କ ସମେତ ବରିଷ୍ଠ ଟିଏମସି ନେତା ମଧ୍ୟ ଅଦୃଶ୍ୟ ହୋଇଯାଇଛନ୍ତି । ମମତା ବାନାର୍ଜୀ ନିଜେ ଭାବାନୀପୁର ଆସନକୁ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ଦେଶର ନଜର ରହିଥିଲା । ଦକ୍ଷିଣ ୨୪ ପରଗଣାରେ ଆରଜି କର ମେଡିକାଲ କଲେଜ ପୀଡିତାଙ୍କ ମା' ରତ୍ନା ଦେବାନାଥଙ୍କ ଉପରେ ସମସ୍ତଙ୍କ ଫୋକସ ରହିଥିଲା । ପାନିହାଟି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଦେବନାଥ ଏକ ବଡ଼ ବିଜୟ ହାସଲ କରିଛନ୍ତି । ଆରଜି କର ମାମଲାର ପୀଡିତା ଡାକ୍ତରଙ୍କ ମା' ରତ୍ନା ଟିଏମସି ପ୍ରାର୍ଥୀ ତୀର୍ଥଙ୍କର ଘୋଷଙ୍କଠାରୁ ୨୮ ହଜାର ୮୩୬ ଭୋଟରେ ବିଜୟୀ ହୋଇଛନ୍ତି । ଏହି ବୃହତ ବିଜୟ ପରେ ରତ୍ନା କହିଛନ୍ତି, ‘’ମୁଁ ବଞ୍ଚିଥିବା ଯାଏ, ଲଢେଇ ଜାରି ରହିବ । କୋର୍ଟରେ ନ୍ୟାୟ ପାଇଁ ସଂଗ୍ରାମ ଜାରି ରହିବ ।‘’ ଯେତେବେଳେ ରତ୍ନା ଘରକୁ ଘର ବୁଲି ଭୋଟ ମାଗିଥିଲେ ସେ ପିନ୍ଧିଥିବା ଶାଢୀରେ ଲେଖାଥିଲା Justic for Abhaya । ଆଜି ନ୍ୟାୟର ବିଜୟ ହୋଇଛି । ଆଖି ଲୁହ ଭକ୍ଟ୍ରି ସାଇନ୍ ପାଲଟିଛି । କାରଣ ଏହା ଜଣେ ମା'ର ଲଢେଇ ଥିଲା ।ରତ୍ନା ଦେବନାଥ ଜଣେ ମା' ଯିଏ ତାଙ୍କ ଡାକ୍ତରୀ ଝିଅକୁ ହରାଇଥିଲେ । ନିର୍ବାଚନୀ ରାରିଲେ ଅନ୍ୟମାନେ ସେମାନଙ୍କ ଦଳ ଏବଂ ସରକାରଙ୍କ ଗୁଣଗାନ କରୁଥିଲେ କିନ୍ତୁ ଜଣେ ମା' ଯିଏ ତାଙ୍କ ଝିଅକୁ ହରାଇଥିଲେ ତାଙ୍କ ମନର ଯନ୍ତ୍ରଣା ଲୋକଙ୍କ ହୃଦୟକୁ ଛଇଁଥିଲା । ସେମାନେ ପୁଲିଂ ବୁଥରେ ପହଞ୍ଚିଥିଲେ । ରତ୍ନାଙ୍କୁ ଭୋଟ ଦେଇ ଆଜି ବିଜୟୀ କରିଛନ୍ତି । ରତ୍ନା ଦେବନାଥ କିଏ ?ରତ୍ନା ଦେବନାଥ ଟିଏମସିର ତୀର୍ଥଙ୍କର ଘୋଷଙ୍କୁ ବଡ଼ ଭୋଟ ବ୍ୟବଧାନରେ ହରାଇଛନ୍ତି । ରତ୍ନା ରାଜନୀତିର ଏବିସିଡି ଜାଣିନଥିଲେ କିନ୍ତୁ ତାଙ୍କ ଉପରେ ଏମିତି ଏକ ଦୁଃଖର ପାହାଡ଼ ଖସି ପଡିଥିଲା ଯାହା ତାଙ୍କୁ ଲୋକଙ୍କ ଦ୍ୱାରା ନିକଟକୁ ଯାଇ ନିଜ ଆଖିରେ ଯନ୍ତ୍ରଣା ପ୍ରକାଶ କରିବାର କୌଶଳ ଶିଖାଇଥିଲା । ୫୪ ବର୍ଷୀୟ ଦେବନାଥଙ୍କ ସ୍ୱାମୀଙ୍କ ନାମ ରଞ୍ଜନ ଦେବନାଥ । ନିର୍ବାଚନୀ ଶପଥପତ୍ର ଅନୁଯାୟୀ ତାଙ୍କର ୭୪ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି । ବିଜେପି ପ୍ରାୟ ୬ ମାସ ପୂର୍ବରୁ ତାଙ୍କ ସହିତ ଯୋଗାଯୋଗ କରିଥିଲା । ରତ୍ନା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିଲେ ଏବଂ କହିବାକୁ ଚାହୁଁଥିଲେ ଯେ ମହିଳାମାନେ ନିଜ ଝିଅଙ୍କ ସୁରକ୍ଷା ପାଇଁ ଆଗକୁ ଆସିବା ଆବଶ୍ୟକ । ଏହି କାରଣରୁ ସେ ତାଙ୍କ ଘରର ଚାରିକାନ୍ଥରୁ ବାହାରି ନିର୍ବାଚନ କ୍ଷେତ୍ରରେ ପ୍ରବେଶ କରିଥିଲେ । ଏହା ବି ପଢନ୍ତୁ...West Bengal CM Race : ଦିଦି ଗଲେ ଫୁଟିଲା ପଦ୍ମ; ଏବେ ବଙ୍ଗ ଗାଦିରେ କିଏ ବସିବ ? ମୁଖ୍ୟମନ୍ତ୍ରୀ ରେସ୍ରେ ୬ ବଡ଼ ନାମ ଘର ଚାରିକାନ୍ଥରୁ ନିର୍ବାଚନ କ୍ଷେତ୍ର ପର୍ଯ୍ୟନ୍ତ...୨୦୨୪ ମସିହାରେ ,ଆରଜି କର ହସ୍ପିଟାଲରେ ଡାକ୍ତରୀ ପଢୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହା ନ୍ୟାୟରେ ବିଳମ୍ବ ଏବଂ ଅଭିଯୁକ୍ତଙ୍କ କଥିତ ଲିଙ୍କ୍ ପ୍ରତି ଟିଏମସି ପରିଚାଳନା ଉପରେ ପ୍ରଶ୍ନ ଉଠାଇଥିଲା । ବିଜେପି ଏହି ପ୍ରସଙ୍ଗକୁ ହାତେଇ ନେଇଥିଲା । ମହିଳା ସୁରକ୍ଷାକୁ ଏହା ନିର୍ବାଚନୀ ଏଜେଣ୍ଡାରେ ପରିଣତ କରିଥିଲା । ବିଜେପି ରତ୍ନା ଦେବନାଥଙ୍କୁ ପାନିହାଟ ଆସନକୁ ଟିକେଟ ଦେଇଥିଲା । ରତ୍ନାଙ୍କ ରାଲି କରିଥିଲେ ପ୍ରଧାନମନ୍ତ୍ରୀ-ରତ୍ନା ଦେବନାଥ କହିଛନ୍ତି, ମୋର ମୁଖ୍ୟ ପ୍ରତିନ୍ଦ୍ୱନ୍ଦିତା ମମତ ବାନାର୍ଜୀଙ୍କ ସହ କାରଣ ମୋ ଝିଅ ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିଲେ, ସେ ନିଜେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ଯେଉଁ ରାଜ୍ୟରେ ମହିଳାଙ୍କୁ ନ୍ୟାୟ ମିଳୁନାହିଁ ମୁଁ ଲୋକଙ୍କ ସ୍ୱର ହେବାକୁ ଚେଷ୍ଟା କରୁଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରତ୍ନା ଦେବନାଥଙ୍କ ନାମାଙ୍କନରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୪ରେ ପାଣିହାଟରେ ତାଙ୍କ ରାଲି କରିଥିଲେ ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ, ପ୍ରଥମ ଥର ପାଇଁ କ୍ଷମତାକୁ ଆସିଲା
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.