ନୂଆଦିଲ୍ଲୀ ୦୫/୦୫:ପଶ୍ଚିମବଙ୍ଗରେ ବିଜେପି ଜିତିବା ପରେ ଏବେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏମିତି ଦେଖିଲେ ବିଜେପି ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥାଏ । ଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ବଡ଼ ଶକ୍ତି । ରାଜ୍ୟରେ ପ୍ରଚାର ଲାଗି ସେ ୨୦ରୁ ଅଧିକ ଜନସଭା କରିଥିଲେ । ସୂତ୍ର ଅନୁସାରେ, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୬ ଜଣ ପ୍ରମୁଖ ନେତାଙ୍କ ନାମ ସାମ୍ନାକୁ ଆସୁଛି । ସବୁଠୁ ଆଗରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ ନନ୍ଦିଗ୍ରାମ ଓ ଭବାନୀପୁରରୁ ଲଢ଼ି ଜିତିଛନ୍ତି । ଦଳର ପ୍ରଚାର ଅଭିଯାନରେ ସେ ଆଗ ଧାଡ଼ିରେ ଥିଲେ । ତାଙ୍କ ପଛକୁ ଦିଲୀପ ଘୋଷଙ୍କ ନାମ ଆସୁଛି । ୨୦୨୧ରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳ ବନାଇବାର ଶ୍ରେୟ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଦିଲୀପଙ୍କୁ ଦିଆଯାଏ । ଏବେ ସେ ଅଧ୍ୟକ୍ଷ ନାହାନ୍ତି । କିନ୍ତୁ ବେଙ୍ଗଲ ରାଜନୀତିରେ ତାଙ୍କ ପ୍ରଭାବ ଆଜି ବି କାଏମ ରହିଛି । ଏଭଳି ସ୍ଥିତିରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ଦୌଡ଼ରେ ତାଙ୍କୁ ଜଣେ ମଜଭୁତ ବିକଳ୍ପ ଭାବେ ଦେଖାଯାଏ । ବେଙ୍ଗଲ ବିଜେପିର ଅଧ୍ୟକ୍ଷ ସମୀକ ଭଟ୍ଟାଚାର୍ଯ୍ୟ ଦଳରେ ସମସ୍ତଙ୍କୁ ସାଥିରେ ନେଇ ଚାଲିଥାନ୍ତି । ସେଥିପାଇଁ ସେ ବେଶ୍ ଲୋକପ୍ରିୟ । ପରଦା ପଛରେ ରହି ବିଜେପି ପାଇଁ ସେ ବଡ଼ ଭୂମିକା ନିର୍ବାହ କରିଛନ୍ତି । ତେଣୁ ତାଙ୍କୁ ଦଳ କମାଣ ଦେଇପାରେ । ଏହାଛଡ଼ା ବିଜେପି କୌଣସି ମହିଳା ନେତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଉପରେ ବିଚାର କରିପାରେ । ପେସାରେ ଫ୍ୟାସନ ଡିଜାଇନର ଅଗ୍ନିମିତ୍ରା ପଲ୍ଙ୍କ ନାମ ଏଥିରେ ସବା ଉପରେ ରହିଛି । ନିର୍ବାଚନରେ ନିଜ ଆସନସୋଲ ଆସନକୁ ସେ ବଜାୟ ରଖିଛନ୍ତି । ଯଦି ବିଜେପି ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ ଚୟନ କରେ, ତେବେ ଅଗ୍ନିମିତ୍ରା ନାମ ପ୍ରଥମେ ଆସିବା ସମ୍ଭାବନା ରହିଛି । ତାଙ୍କ ପଛକୁ ଥିବା ପୂର୍ବତନ ରାଜ୍ୟସଭା ସାଂସଦ ତଥା ସୋନାରପୁର ଦକ୍ଷିଣରୁ ବିଧାୟକ ରୁପା ଗାଙ୍ଗୁଲି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ତୃଣମୂଳ ସ୍ତରରୁ କାର୍ଯ୍ୟ କରିଛନ୍ତି । ତାଙ୍କ ଲୋକପ୍ରିୟତାକୁ ଦେଖିଲେ ବିଜେପି ତାଙ୍କୁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ବନାଇବାକୁ ବିଚାର କରିପାରେ । ଏହାଛଡ଼ା ନିଶିଥ ପ୍ରାମାଣିକଙ୍କ ନାମ ବି ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରହିଛି । ଅଧିକ ପଢ଼ନ୍ତୁ :-West Bengal Election : ଦିଦିଙ୍କ ଗଡ଼ ଭାଙ୍ଗିବାକୁ ବିଜେପିର ‘ସିକ୍ରେଟ୍ ଫର୍ମୁଲା’, ଡାଟା, ଡୋର୍-ଟୁ-ଡୋର୍ ଓ ଲୋକାଲ୍ ନେଟ୍ୱର୍କ ପାଲଟିଲା ଆୟୁଧ
ପଶ୍ଚିମବଙ୍ଗରେ ବିଜେପିର ବିଜୟ ପରେ ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.