Achira News Logo
Achira News

ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଶିଳ୍ପ ସମ୍ପର୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

Samaja
ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଶିଳ୍ପ ସମ୍ପର୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
Full News
Share:

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଏସଆଇଆରକୁ ନେଇ ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶୁଣାଣି ବେଳେ ମମତା ନିଜେ ଉପସ୍ଥିତ ରହିଲେ ଯୁକ୍ତି ଉପସ୍ଥାପନ କରିଛନ୍ତି। ନିର୍ବାଚନ କର୍ମଶନକୁ ହ୍ବାଟ୍‌ସ ଆପ୍ କମିଶନ କହି ସିଧାସଳଖ ସେ ଟାର୍ଗେଟ୍ କରିଛନ୍ତି। ଇସିଆଇ ହ୍ବାଟ୍‌ସ ଆପ୍‌ରେ ସାଧାରଣ ଅର୍ଡରକୁ ଜାରି କରୁଛି। କାହିଁକି କେବଳ ବେଙ୍ଗଲକୁ ଟାର୍ଗେଟ୍ କରାଯାଉଛି , ଆସାମକୁ ନୁହେଁ ବୋଲି ମମତା ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସେ ଅଭିଯୋଗ କରିଥିଲେ ଯେ ଭୋଟରଙ୍କ ନାମ ବହୁଳ ଭାବରେ ଡିଲିଟ୍ କରିବା ପାଇଁ କମିଶନ ଦାୟୀ। ଚଳିତ ଏସଆଇଆର ପ୍ରକ୍ରିୟାରେ ବଙ୍ଗକୁ ଅନ୍ୟାୟ ଭାବରେ ଟାର୍ଗେଟ କରାଯାଉଛି। “ନିର୍ବାଚନ କମିଶନ… ଦୁଃଖିତ, ହ୍ୱାଟ୍ସଆପ୍ କମିଶନ… ଏସବୁ କରୁଛି। ଲୋକଙ୍କ ନାମ ଡିଲିଟ୍ କରାଯାଉଛି। ବଙ୍ଗକୁ ଟାର୍ଗେଟ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଏସଆଇଆର ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନର ଜବାବରେ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି। ଫେବୃଆରୀ ୧୦ ତାରିଖ ସୁଦ୍ଧା ଇସିଆଇକୁ ଏହାର ଉତ୍ତର ଦାଖଲ କରିବାକୁ କୁହାଯାଇଛି। ମମତା ବାନାର୍ଜୀ ଖଣ୍ଡପୀଠକୁ କହିଥିଲେ ଯେ ବଙ୍ଗକୁ ଅନ୍ୟାୟ ଭାବରେ ଟାର୍ଗେଟ କରାଯାଉଛି ଏବଂ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା ପାଇଁ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଶିଳ୍ପ ସମ୍ପର୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ | Achira News