Achira News Logo
Achira News

ଫରାସୀ ସହରର ମେୟର ପ୍ରତିଯୋଗୀମାନେ ଅସ୍ୱାଭାବିକ ନାମ ସହିତ ସୋସିଆଲ ମିଡିଆକୁ ଉତ୍ତେଜିତ କରନ୍ତି

Sambad
ଫରାସୀ ସହରର ମେୟର ପ୍ରତିଯୋଗୀମାନେ ଅସ୍ୱାଭାବିକ ନାମ ସହିତ ସୋସିଆଲ ମିଡିଆକୁ ଉତ୍ତେଜିତ କରନ୍ତି
Full News
Share:

ଫ୍ରାନ୍ସର ଏକ ଛୋଟ ସହର ହେଉଛି ଆର୍ସି-ସିର୍‌-ଉବ୍‌। ମାତ୍ର ୨,୭୮୫ ଅଧିବାସୀଙ୍କ ଏହି ସହରରେ ନଗର ନିଗମନିର୍ବାଚନହେବାକୁ ଯାଉଛି। ମେୟର ପଦ ପାଇଁ ଲଢୁଥିବା ଦୁଇଜଣ ପ୍ରତିଦ୍ବନ୍ଦ୍ବୀଙ୍କ ନାମ ଯୋଗୁଁ ଏହି ସହର ଏବେ ଇଣ୍ଟର୍‌ନେଟ୍‌ରେ ଖୁବ୍ ପ୍ରସିଦ୍ଧ ହୋଇଯାଇଛି। ପୂର୍ବରୁ ମେୟର ଥିବା ଚାର୍ଲସ୍‌ ହିଟ୍‌ଲର୍‌ ଏଥର ତାଙ୍କ ପଦ ରକ୍ଷା କରିବାକୁ ଭୋଟ ଭିକ୍ଷା କରୁଛନ୍ତି। ସେ ତାଙ୍କ ‘ହିଟ୍‌ଲର୍‌’ ସାଙ୍ଗିଆ ପାଇଁ ପୂର୍ବରୁ ଥଟ୍ଟାପରିହାସର ଶରବ୍ୟ ହେଉଥିଲେ, କିନ୍ତୁ ଏଥର ଏହାର ମାତ୍ରା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ବୋଲି ସେ ନିଜେ ପ୍ରକାଶ କରିଛନ୍ତି। West Bengal Election: ବଙ୍ଗଳାରେ ଦିଦିଙ୍କ ଆସନ ଘୋଷଣା କଲା ତୃଣମୂଳ କଂଗ୍ରେସ ଏହାର କାରଣ ହେଲା ତାଙ୍କ ବିପକ୍ଷରେ ଲଢୁଥିବା ଦୁଇଜଣ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ଜଣଙ୍କ ନାମ ହେଉଛି ଆଣ୍ଟୋଇନ୍‌ ରେନୋ-ଜିଲେନ୍‌ସ୍କି। ଜର୍ମାନିର ଏକଛତ୍ରବାଦୀ ଶାସକ ଆଡୋଲ୍‌ଫ ହିଟ୍‌ଲର୍‌ ଓ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲ୍‌ଦିମିର୍‌ ଜେଲେନ୍‌ସ୍କିଙ୍କରାଜନୈତିକମତାଦର୍ଶ ସହିତ ଏ ଦୁଇ ନେତାଙ୍କର ସାମଞ୍ଜସ୍ୟ ଥାଉ ବା ନ ଥାଉ, ନାମ ମେଳ ଖାଉଥିବାରୁ ଲୋକେ ସାମାଜିକ ଗଣମାଧ୍ୟମରେ ହାସ୍ୟରସର ସୁଅ ଛୁଟାଇ ଦେଇଛନ୍ତି। Rajya Sabha Election: ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବେ ନବନିର୍ବାଚିତ ସାଂସଦ: ମୁଖ୍ୟମନ୍ତ୍ରୀ

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଫରାସୀ ସହରର ମେୟର ପ୍ରତିଯୋଗୀମାନେ ଅସ୍ୱାଭାବିକ ନାମ ସହିତ ସୋସିଆଲ ମିଡିଆକୁ ଉତ୍ତେଜିତ କରନ୍ତି | Achira News