ମୁମ୍ବାଇ ୧୮/୩: ଗତ ମାସରେବିସିସିଆଇଖେଳାଳିଙ୍କ ଗ୍ରେଡ୍ ବ୍ୟବସ୍ଥାର ସଂଶୋଧନ କରି ‘ଏ’ ପ୍ଲସ୍ ବର୍ଗକୁ ହଟାଇଦେଇଥିଲା। ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ ଏହି ବର୍ଗରେ ଯଥେଷ୍ଟ ସଂଖ୍ୟକ ଖେଳାଳି ନ ଥିବାରୁ ଏହାକୁ ହଟାଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ପୁଣି ଥରେ ଏହି ବ୍ୟବସ୍ଥାର ସମୀକ୍ଷା କରାଯାଇପାରେ। କାରଣ ଏହି ନୂଆ ବ୍ୟବସ୍ଥା ଫଳରେ ଯସ୍ପ୍ରୀତ ବୁମରାଙ୍କ ପରି ନିୟମିତ ପ୍ରଦର୍ଶନ କରୁଥିବା ଖେଳାଳିମାନେ ଆର୍ଥିକ କ୍ଷତି ସହୁଛନ୍ତି। ବୁମରା ୨୦୧୮-୨୯ କ୍ରିକେଟ୍ ଋତୁରୁ ‘ଏ’ ପ୍ଲସ୍ ବର୍ଗରେ ରହିଆସିଛନ୍ତି ଓ ସେହି ଅନୁସାରେ ପାଉଣା ପାଉଥିଲେ। କିନ୍ତୁ ଚଳିତ ଋତୁ ପାଇଁ ବିସିସିଆଇ ନୂଆ କଣ୍ଟ୍ରାକ୍ଟ ବ୍ୟବସ୍ଥା ସମ୍ପର୍କରେ ଖେଳାଳିମାନଙ୍କୁ କୌଣସି ସୂଚନା ଦେଇନାହିଁ। ପୂର୍ବରୁ ବୁମରାଙ୍କ ସମେତ ଏହି ବର୍ଗରେ ବିରାଟ କୋହଲି, ରୋହିତ ଶର୍ମା ଓରବୀନ୍ଦ୍ର ଜାଦେଜାଙ୍କ ପରି ଖେଳାଳି ଥିଲେ, ଯେଉଁମାନେ କ୍ରିକେଟ୍ର ତିନୋଟି ଫର୍ମାଟ୍ରେ ଖେଳୁଥିଲେ। କିନ୍ତୁବିରାଟ ଓ ରୋହିତଟ୍ବେଣ୍ଟି-୨୦ ଓ ଟେଷ୍ଟ ଫର୍ମାଟ୍ରୁ ଅବସର ନେଇଥିବାବେଳେ ଜେଦେଜା ଟ୍ବେଣ୍ଟି-୨୦ରୁ ଅବସର ନେଇଛନ୍ତି। ଏଣୁ କେବଳବୁମରାଏକମାତ୍ର ଖେଳାଳି ଯିଏକି ‘ଏ’ ପ୍ଲସ୍ ବର୍ଗରେ ଥିଲେ। ଏହି ବର୍ଗ ହଟିବା ପରେ ବୁମରା କ୍ଷତି ସହିବାର ସମ୍ଭାବନା ରହିଛି। ପୂର୍ବରୁ ‘ଏ’ ପ୍ଲସ୍ ଖେଳାଳିମାନେ ବର୍ଷକୁ ୭ କୋଟି ପାଉଥିବାବେଳେ ‘ଏ’, ‘ବି’ ଓ ‘ସି’ ଖେଳାଳିମାନେ ଯଥାକ୍ରମେ ୫, ୩ ଓ ୧ କୋଟି ଟଙ୍କା ପାଉଥିଲେ।
ବି. ସି. ସି. ଆଇ. ର ସଂଶୋଧିତ ପ୍ଲେୟାର୍ ଗ୍ରେଡ୍ ସିଷ୍ଟମ୍ ଶୀର୍ଷ ଖେଳାଳିଙ୍କ ପାଇଁ ଆର୍ଥିକ କ୍ଷତି ଘଟାଇଥାଏ
Sambad•
%2Fsambad%2Fmedia%2Fmedia_files%2F2026%2F03%2F18%2Fbcci-2026-03-18-15-43-03.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.