Achira News Logo
Achira News

ବେଆଇନ ପ୍ରବେଶ ଏବଂ ଆବାସ ପାଇଁ ନଅ ଜଣ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି

Sambad
ବେଆଇନ ପ୍ରବେଶ ଏବଂ ଆବାସ ପାଇଁ ନଅ ଜଣ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି
Full News
Share:

ଭୁବନେଶ୍ବର:ଭାରତରେ ଅବୈଧ ଭାବେ ପ୍ରବେଶ କରିବା ଓ ଏଠାରେ ବସବାସ କରିବା ମାମଲାରେ ଭୁବନେଶ୍ୱର ଏସ୍‌ଡିଜେଏମ୍ ଅମିତ କୁମାର ଆଜି ୯ ଜଣ ବାଂଲାଦେଶୀ ନାଗରିକଙ୍କୁ ଦୋଷୀସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଟିଏଫ୍ ଥାନା କେସ୍ ନଂ-୦୬/୨୦୨୫ ଅନୁସାରେ ଅଭିଯୁକ୍ତମାନଙ୍କୁ ବିଦେଶୀ ଆଇନ, ୧୯୪୬ର ଧାରା ୧୪ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସେମାନେ ହେଲେ ମହମ୍ମଦ ହାସିମ୍, ସଜିବ୍ ଖାନ୍, ଆଲ୍ଲମ୍ ଶେଖ, ମହମ୍ମଦ ଆଜିମ୍, ଦିଲାରା ଶେଖ୍, ମହମ୍ମଦ ସୋହା ତାଲୁକଦାର, କରିମା ବେଗମ୍, ମୋନିରା ବେଗମ୍ ଓ ସାହାନା ବେଗମ୍‌। ସମସ୍ତେ ବାଂଲାଦେଶର ବିଭିନ୍ନ ଜିଲ୍ଲାର ବାସିନ୍ଦା ଅଟନ୍ତି। Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ ପୁଲିସ ସୂଚନା ଅନୁସାରେ, ୨୦୨୫ ମସିହା ମାର୍ଚ୍ଚ ୮ରେ ବିଶ୍ୱସ୍ତ ସୂଚନା ଆଧାରରେ ଏସ୍‌ଟିଏଫ ଟିମ୍‌ ଭୁବନେଶ୍ୱର ରେଳଷ୍ଟେସନ୍‌ରୁ ଜଣେ ନାବାଳକ ସମେତ ୧୦ ଜଣବାଂଲାଦେଶୀନାଗରିକଙ୍କୁ ଅଟକ କରିଥିଲେ। ପଚାରାଉଚାରା ସମୟରେ ସେମାନେ ବିଭ୍ରାନ୍ତିକର ବୟାନ ଦେଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ପାସ୍‌ପୋର୍ଟ, ଭିସା କିମ୍ବା କୌଣସି ବୈଧ ଯାତ୍ରା କାଗଜପତ୍ର ଦେଖାଇପାରି ନଥିଲେ। ସେମାନଙ୍କୁ ଗିରଫ କରି ପଚରାଉଚରା କରାଯିବାରୁ ସେମାନେ ଆସାମର ଜଙ୍ଗଲ ଅଞ୍ଚଳ ଦେଇ ରାତିରେ ଗୁପ୍ତ ଭାବେ ଭାରତରେ ପ୍ରବେଶ କରିଥିଲେ ବୋଲି ପୁଲିସ ଆଗରେ ସ୍ବୀକାର କରିଥିଲେ। ଏହାସହିତ ସେମାନେ ସେମାନଙ୍କ ପରିଚୟ ଲୁଚାଇ ଭୁବନେଶ୍ୱରରେ ରହି ଆସୁଥିଲେ। ଏହି ମାମଲାର ଶୁଣାଣି ସମୟରେ ୬ ଜଣ ସାକ୍ଷୀଙ୍କ ବୟାନ ସହ ୧୪ଟି ଗୁରୁତ୍ୱପୂର୍ଣ୍ଣ ଦଲିଲ୍‌ ଆଧାରରେ କୋର୍ଟ ସେମାନଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। Congress Questions: ବାଣିଜ୍ୟ ଚୁକ୍ତି ନେଇ କେନ୍ଦ୍ରକୁ କଂଗ୍ରେସର ୪ ପ୍ରଶ୍ନ

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ବେଆଇନ ପ୍ରବେଶ ଏବଂ ଆବାସ ପାଇଁ ନଅ ଜଣ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି | Achira News