Budget 2026:ବଜେଟ୍ ୨୦୨୬ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନେ 8th Pay Commissionକୁ ନେଇ ବଡ଼ ଆଶା ରଖିଥିଲେ। କିନ୍ତୁ ଅର୍ଥିମନ୍ତ୍ରୀ ବଜେଟ୍ ଭାଷଣରେ ସିଧାସଳଖ ଭାବେ ୮ମ ବେତନ ଆୟୋଗ ସମ୍ପର୍କରେ କୌଣସି ଘୋଷଣା କରିନାହାନ୍ତି। ଏହାପରେ କର୍ମଚାରୀମାନଙ୍କ ମଧ୍ୟରେ ନୂଆ ସନ୍ଦେହ ସୃଷ୍ଟି ହୋଇଛି। ବଜେଟ୍ ୨୦୨୬-୨୭ରେ ଯେଉଁ ଖର୍ଚ୍ଚ ସଂଖ୍ୟା ଦିଆଯାଇଛି, ତାହାକୁ ଦେଖି ଅନୁମାନ କରାଯାଉଛି ଯେ 8th Pay Commission ଏହି ବର୍ଷ ଲାଗୁ ନହୋଇପାରେ । ବଜେଟ୍ ଖର୍ଚ୍ଚ ତଥ୍ୟ କଣ କହୁଛି? ଭାରତ ଉପରୁ ଶୁଳ୍କ ହଟାଇବ ଆମେରିକା? ଏନେଇ… ଜାଣନ୍ତୁ ପ୍ରଥମେ ଆଇସକ୍ରିମ କେଉଁଠି ତିଆରି… ବଜେଟ୍ରେ ସରକାର ସ୍ଥାପନା ଖର୍ଚ୍ଚ (Establishment Expenditure) ସମ୍ପର୍କରେ ତଥ୍ୟ ଦେଇଛନ୍ତି। ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ସରକାର ଖର୍ଚ୍ଚ ୮,୨୪,୧୧୪କୋଟି ଘୋଷଣା କରିଛନ୍ତି । ଯାହାକି ପୂର୍ବବର୍ଷ (୨୦୨୫-୨୬) ୭,୮୨,୭୦୧ କୋଟି ଥିଲା । ଏହି ତୁଳନାରେ ୪୧,୪୧୩ କୋଟି ବୃଦ୍ଧି ପାଇଛି । ଏହି ବୃଦ୍ଧି ରାଶିକୁ Pay Commission ଲାଗୁ ହେବା ସହ ହେବାକୁ ଥିବା ବଡ଼ ଖର୍ଚ୍ଚ ସହ ତୁଳନା କଲେ ଏହା ବହୁତ କମ୍। ବିଶେଷଜ୍ଞମାନଙ୍କ ମତରେ, ଏହି ଟଙ୍କା ନୂଆ ନିଯୁକ୍ତି ଓ DA (ମହଙ୍ଗାଭତ୍ତା) ପାଇଁ ହିଁ ବ୍ୟୟ ହୋଇପାରେ। ସେଥିପାଇଁ ବଜେଟ୍ରେ 8th Pay Commission ପାଇଁ ଅଲଗା କୌଣସି ବ୍ୟବସ୍ଥା ଉଲ୍ଲେଖ ହୋଇନାହିଁ। କର୍ମଚାରୀଙ୍କ ଅପେକ୍ଷା ଆହୁରି ବଢ଼ିଲା ୨୦୨୬ ଆରମ୍ଭ ହେବା ସହିତ ପ୍ରାୟ ୧.୧୯ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ୮ମ ବେତନ ଆୟୋଗ ମାଧ୍ୟମରେ ଦରମା ବୃଦ୍ଧି ଆଶା କରୁଛନ୍ତି। ମୁଦ୍ରାସ୍ପୀତ ବଢ଼ୁଥିବାରୁ Fitment Factor ବୃଦ୍ଧି ଦାବି ମଧ୍ୟ ଜୋର ଧରିଛି। କିନ୍ତୁ ବର୍ତ୍ତମାନ ସ୍ଥିତି ଦେଖିଲେ, ବେତନ ବୃଦ୍ଧି ପାଇଁ ଆହୁରି ସମୟ ଲାଗିପାରେ। 8th Pay Commission କେବେ ଘୋଷିତ ହୋଇଥିଲା ତେବେ କହିରଖୁଛୁ ଯେ, କେନ୍ଦ୍ର ସରକାର ୧୫ ଜାନୁଆରୀ ୨୦୨୫ରେ ଅଷ୍ଟମ ବେତନ ନେଇ ଘୋଷଣା କରିଥିଲେ । କିନ୍ତୁ ତା’ପରେ ସମ୍ପୁର୍ଣ୍ଣ ପ୍ରକ୍ରିୟା ଧିମେଇ ଯାଇଥିଲା । ପ୍ରାୟ ୧୦ ମାସ ପରେ ୨୮ ଅକ୍ଟୋବର ୨୦୨୫ରେ ଆଧିକାରିକ ଗଜେଟ୍ ନୋଟିଫିକେସନ୍ ଜାରି ହୋଇଥିଲା । ନୋଟିଫିକେସନ୍ ଅନୁଯାୟୀ, ଆୟୋଗକୁ ୧୮ ମାସ ସମୟ ଦିଆଯାଇଛି ରିପୋର୍ଟ ଦେବାକୁ । ଅକ୍ଟୋବର ୨୦୨୫ରୁ ୧୮ ମାସ ଗଣନା କଲେ, ଜୁଲାଇ ୨୦୨୭ ପର୍ଯ୍ୟନ୍ତ ରିପୋର୍ଟ ଆସିବା ସମ୍ଭାବନା ରହିଛି। ତା’ପରେ ସରକାରଙ୍କ ମଞ୍ଜୁରି ଓ ଲାଗୁ ପ୍ରକ୍ରିୟାରେ ଆଉ କିଛି ସମୟ ଲାଗିପାରେ। ବେତନ ବୃଦ୍ଧି କେବେ ମିଳିପାରେ? ଏହି ସମସ୍ତ ତଥ୍ୟ ଦେଖିଲେ, କେନ୍ଦ୍ରୀୟ କର୍ମଚାରୀମାନେ ୨୦୨୭ ମଧ୍ୟଭାଗ କିମ୍ବା ୨୦୨୮ ଆରମ୍ଭରୁ ହିଁ ବାସ୍ତବ ବେତନ ବୃଦ୍ଧିର ଲାଭ ପାଇପାରନ୍ତି। ବଜେଟ୍ ୨୦୨୬ ମଧ୍ୟ ଏହି ଦିଗକୁ ଇଙ୍ଗିତ କରୁଛି ଯେ, ବଜେଟ୍ ୨୦୨୭ରେ 8th Pay Commission ସମ୍ପର୍କରେ ବଡ଼ ଘୋଷଣା ଆସିବ।
ବଜେଟ୍ 2026: ଅଷ୍ଟମ ବେତନ ଆୟୋଗ ଉପରେ କୌଣସି ପ୍ରତ୍ୟକ୍ଷ ଘୋଷଣା ନାହିଁ, ଅନିଶ୍ଚିତତା ଅବ୍ୟାହତ
Odisha Bhaskar•

Full News
Share:
Disclaimer: This content has not been generated, created or edited by Achira News.
Publisher: Odisha Bhaskar
Want to join the conversation?
Download our mobile app to comment, share your thoughts, and interact with other readers.