Achira News Logo
Achira News

ବଜେଟ୍ ଅଧିବେଶନରେ ବାଧା ଦେଇଥିବାରୁ 8 ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କଲା ଭାରତ

Samaja
ବଜେଟ୍ ଅଧିବେଶନରେ ବାଧା ଦେଇଥିବାରୁ 8 ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କଲା ଭାରତ
Full News
Share:

ସମାଜ ଡିଜିଟାଲ ଡେସ୍କ: ଆଜି ସଂସଦରେ ବିରୋଧୀ ପକ୍ଷର ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଚଳିତ ବଜେଟ୍‌ ଅଧିବେଶନରୁ ପୁରା ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହା ପରେ ନାରାବାଜି ଓ ପେପର ଚିରି ଫିଙ୍ଗିବାରୁ ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ହଟ୍ଟଗୋଳ ସମୟରେ ଚେୟାର ଉପରକୁ କାଗଜ ଚିରି ଫିଙ୍ଗିଥିବା ୮ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏଥିରେ ସାଂସଦ ଅମରିନ୍ଦର ସିଂହ ରାଜା ୱାରିଂ, ପ୍ରଶାନ୍ତ ପାରୋଲ୍‌, ଏସ୍‌ ଭେଙ୍କଟରମଣ, ମାନିକମ୍‌ ଟାଗୋର୍‌, କିରଣ କୁମାର ରେଡ୍ଡୀ, ହିବି ଏଡେନ୍‌, ଗୁରଜିତ ଆଉଜଲା ଏବଂ ଡିନ୍‌ କୋରିଆକୋସ୍‌ ରହିଛନ୍ତି । ଗୃହରେ ବିଶୃଙ୍ଖଳା ଆଚରଣ ଓ ନାରାବାଜି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହି ସାଂସଦ ମାନଙ୍କୁ ନିଲମ୍ବିତ କରିବାକୁ ଅପିଲ କରିଥିଲେ ।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ବଜେଟ୍ ଅଧିବେଶନରେ ବାଧା ଦେଇଥିବାରୁ 8 ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କଲା ଭାରତ | Achira News