Achira News Logo
Achira News

ବଜେଟ୍ ଉପସ୍ଥାପନ ପରେ ଭାରତୀୟ ସେୟାର ବଜାରରେ ମାନ୍ଦାବସ୍ଥା

Dharitri
ବଜେଟ୍ ଉପସ୍ଥାପନ ପରେ ଭାରତୀୟ ସେୟାର ବଜାରରେ ମାନ୍ଦାବସ୍ଥା
Full News
Share:

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ ପରିବର୍ତ୍ତନ ଯୋଗୁଁ ଦଳାଲ୍ ଷ୍ଟ୍ରିଟ୍‌ରେ ହାହାକାର ପଡ଼ିଯାଇଛି। କାରବାର ଶେଷ ସୁଦ୍ଧା ସେନସେକ୍ସ ପ୍ରାୟ ୧,୫୪୭ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ୨୪,୯୦୦ ସ୍ତର ତଳକୁ ଖସି ଆସିଛି। ସେନସେକ୍ସ ୧,୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ପାଇ ୮୦,୭୨୨.୯୪ ସ୍ତରରେ ବନ୍ଦ ହୋଇଛି। ନିଫ୍ଟି ୪୯୫.୨୦ ପଏଣ୍ଟ (୧.୯୬%) ହ୍ରାସ ସହ ୨୪,୮୨୫.୪୫ ସ୍ତରରେ ରହିଛି। ବଜାରରେ ଏହି ବଡ଼ ହ୍ରାସ ଯୋଗୁଁ ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ରବିବାର ଆଇଟି (IT) ସେକ୍ଟରକୁ ଛାଡ଼ି ପ୍ରାୟ ସମସ୍ତ ପ୍ରମୁଖ ସେକ୍ଟର ଲାଲ୍ ସଙ୍କେତରେ ବନ୍ଦ ହୋଇଛନ୍ତି। ପିଏସୟୁ ବ୍ୟାଙ୍କ ୪% ହ୍ରାସ, ମେଟାଲ୍ ୩.୮% ହ୍ରାସ, ଅଏଲ୍ ଏବଂ ଗ୍ୟାସ୍ ୨.୭% ହ୍ରାସ ଏବଂ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଯଥାକ୍ରମେ ୨.୨% ଏବଂ ୨.୮% ହ୍ରାସ ପାଇଛି। କାହିଁକି ଖସିଲା ବଜାର?ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ବଜେଟରେ ଫ୍ୟୁଚରସ୍ ଆଣ୍ଡ ଅପ୍ସନ୍ସ (F&O) ଉପରେ ସିକ୍ୟୁରିଟିଜ୍ ଟ୍ରାଞ୍ଜାକସନ୍ ଟ୍ୟାକ୍ସ (STT) ବୃଦ୍ଧି କରାଯିବା ନିବେଶକଙ୍କ ମନୋବଳକୁ ଦୋହଲାଇ ଦେଇଛି। ଏହା ବ୍ୟତୀତ ବଜେଟକୁ ନେଇ ବଜାରର ଯେଉଁ ଅଧିକ ଆଶା ଥିଲା, ତାହା ପୂରଣ ନହେବା କାରଣରୁ ଏହି ପ୍ରତିକ୍ରିୟା ଦେଖାଦେଇଛି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ବଜେଟ୍ ଉପସ୍ଥାପନ ପରେ ଭାରତୀୟ ସେୟାର ବଜାରରେ ମାନ୍ଦାବସ୍ଥା | Achira News