Achira News Logo
Achira News

ବିଜେପିର ଗୁପ୍ତ ଫର୍ମୁଲା ଡାଟା ପରିଚାଳିତ ରଣନୀତି ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟୀ

Prameya
ବିଜେପିର ଗୁପ୍ତ ଫର୍ମୁଲା ଡାଟା ପରିଚାଳିତ ରଣନୀତି ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟୀ
Full News
Share:

ନୂଆଦିଲ୍ଲୀ ୦୫/୦୫: ପଶ୍ଚିମବଙ୍ଗରେ ପ୍ରତ୍ୟେକ ନିର୍ବାଚନକୁ ଯୁଦ୍ଧ ଭାବେ ଲଢ଼ାଯାଏ । ଏଥର ମଧ୍ୟ ଯୁଦ୍ଧ ମାହୋଲ ଥିଲା । ଉଭୟ ବିଜେପି ଓ ଟିଏମ୍‌ସି ପ୍ରଚାର ମଇଦାନରେ ଶକ୍ତି ପ୍ରଦର୍ଶନ କରି ପରସ୍ପର ବିରୋଧରେ ବୟାନବାଜି କରିଥିଲେ । କିନ୍ତୁ ବିଜେପିର ଅପ୍ରତ୍ୟାଶିତ ବିଜୟ କେବଳ ବଡ଼ ଭାଷଣ କିମ୍ବା ରାଲି ପର୍ଯ୍ୟନ୍ତ ସୀମିତ ନ ଥିଲା । ଏହା ପଛରେ ସୁନିୟୋଜିତ, ମୌନ ଏବଂ ଲମ୍ବା ରଣନୀତି କାମ କରୁଥିଲା । ପରଦା ପଛରେ, ନିର୍ବାଚନୀ କୋଳାହଳଠାରୁ ଦୂରରେ ରହି ଏକ ମଜଭୁତ ଟିମ୍ ଲଗାତର କାମରେ ଲାଗିଥିଲା । ବିଜେପି ବିଜୟ ପଛରେ ‘ସିକ୍ରେଟ୍ ଫର୍ମୁଲା’ କାମ କରିଥିଲା । ଏଥିରେ ସାମିଲ ନେତାମାନେ ରାଜନୀତିରେ ବଡ଼ ବଡ଼ ଚେହେରା ନ ଥିଲେ । ଏମାନେ ମୁଖ୍ୟତଃ ଡାଟା ବିଶ୍ଳେଷକ, ତୃଣମୂଳ ସ୍ତରର ଲୋକଙ୍କ ସହ ଯୋଡ଼ିହୋଇ କାମ କରିଥିଲେ । ଡାଟା, ଡୋର୍-ଟୁ-ଡୋର୍ ଏବଂ ଲୋକାଲ୍ ନେଟ୍ୱର୍କ ଏମାନଙ୍କର ଆୟୁଧ ପାଲଟିଥିଲା । ଏହି ଟିମ୍ ଉତ୍ତରପ୍ରଦେଶ, ବିହାର ଏବଂ ଗୁଜରାଟରୁ ଆସିଥିଲେ । ୧ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେନା ଭଳି କାମ କରିଥିଲେ । ଏହି ଟିମ୍ର ରଣନୀତି ବେଶ୍ ସରଳ କିନ୍ତୁ ପ୍ରଭାବୀ ଥିଲା । ପ୍ରତ୍ୟେକ ବଡ଼ ସମସ୍ୟାକୁ ସଫଳତାରେ ପରିଣତ କରିବା ଏମାନଙ୍କର କାର୍ଯ୍ୟ ଥିଲା । ମହିଳାଙ୍କ ସୁରକ୍ଷା, ବେକାରୀ ଏବଂ କଳକାରଖାନା ବନ୍ଦ ହେବା ଭଳି ପ୍ରସଙ୍ଗ ଉଠାଇ ଟିଏମ୍ସିକୁ ଘେରିଥିଲା ବିଜେପି । ଏଗୁଡ଼ିକୁ ଚିନ୍ତାର ପ୍ରସଙ୍ଗ ବନାଇଥିଲା । ଏହି ସମୟରେ ହଜାର ହଜାର କମ୍ପାନି ବେଙ୍ଗଲ ଛାଡ଼ି ପଳାୟନ କରିବା ନେଇ ଦାବି ଉଠିଥିଲା । ଏହା ଉପରେ ବିତର୍କ ହେଉ କି ନ ହେଉ, କିନ୍ତୁ ଲୋକଙ୍କ ମନରେ ଏହି ପ୍ରସଙ୍ଗ ବସା ବାନ୍ଧିଥିଲା। ଏହା ଧୀରେ ଧୀରେ ଜନମତକୁ ପ୍ରଭାବିତ କରିଚାଲିଥିଲା । କଲ୍ୟାଣକାରୀ ରାଜନୀତିକୁ ଗୁରୁତ୍ୱ କଲ୍ୟାଣକାରୀ ଯୋଜନାକୁ ନେଇ ମୁକାବିଲା ହେବା ବେଳକୁ ବିଜେପି ବିରୋଧର ରାସ୍ତା ବାଛି ନ ଥିଲା । ତୃଣମୂଳ କଂଗ୍ରେସର ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନାର ଜବାବରେ ବିଜେପି ‘ଅନ୍ନପୂର୍ଣ୍ଣା ଭଣ୍ଡାର’ର ପ୍ରତିଶ୍ରୁତି ଦେଇଥିଲା । ଏଥିରେ ପ୍ରତିମାସ ୩ ହଜାର ଟଙ୍କା ଦେବା କଥା କୁହାଯାଇଥିଲା । ଏହା କେବଳ ଏକ ଯୋଜନା ନୁହେଁ, ବରଂ ଏକ ରଣନୀତିକ ପଦକ୍ଷେପ ଥିଲା । ଭୋଟରଙ୍କ ନିଷ୍ଠାକୁ ବଦଳାଇବା ଏହାର ଉଦ୍ଦେଶ୍ୟ ଥିଲା । ଅଧିକ ପଢ଼ନ୍ତୁ :-୧୫ହଜାରରୁ ଅଧିକ ଭୋଟରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ ଅଧିକାରୀ ପରିଚୟ ରାଜନୀତି ଜଙ୍ଗଲମହଲ ବା ପୁରୁଲିୟା, ବାଙ୍କୁଡ଼ା ଏବଂ ଝାଡ଼ଗ୍ରାମ ଭଳି ଅଞ୍ଚଳରେ ବିଜେପିର ରଣନୀତି ବେଶ୍ ପ୍ରଭାବୀ ଥିଲା । ଏଠାରେ ଦଳ କୁର୍ମୀ ସମୁଦାୟକୁ ପୁନର୍ବାର ନିଜ ସାଥିରେ ଯୋଡ଼ିବା ଉପରେ ଧ୍ୟାନ ଦେଇଥିଲା । କୁର୍ମାଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବାର ପ୍ରତିଶ୍ରୁତି ଏହି ରଣନୀତିର ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଗଲା । ଏହା କେବଳ ଏକ ପ୍ରତୀକାତ୍ମକ ପଦକ୍ଷେପ ନ ଥିଲା, ବରଂ ପରିଚୟର ରାଜନୀତି ସାଜିଥିଲା । ମାଇକ୍ରୋ-ପ୍ଲାନିଙ୍ଗ୍ ଓ ସ୍ଥାନୀୟ ନେତା ଏହି ରଣନୀତି ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିଥିଲା । କୌଣସି ବୁଥ୍‌କୁ ଯେମିତି ଛଡ଼ା ନ ଯାଏ, ସେଥିପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତ ମାଇକ୍ରୋ-ପ୍ଲାନ କାମ କରିଥିଲା । ସ୍ଥାନୀୟ ନେତା ଓ କର୍ମୀମାନେ ପ୍ରତ୍ୟେକ ବୁଥ୍ କ୍ଷେତ୍ରାଧିକାରରେ ଥିବା ଭୋଟରଙ୍କ ପାଖରେ ପହଞ୍ଚିଥିଲେ । ଯେଉଁ ସ୍ଥାନରେ ବିରୋଧୀ ଦଳଗୁଡ଼ିକ ବଡ଼ ଚେହେରା ଉପରେ ନିର୍ଭରଶୀଳ ଥିଲେ, ସେଠାରେ ବିଜେପି ଚୁପ୍ଚାପ୍ ନିଜ ସ୍ୱରକୁ ଶାଣିତ କରିଥିଲା । ଆଦିବାସୀ, ଗୋରଖା, ମତୁଆ ଏବଂ ରାଜବଂଶୀ ସମୁଦାୟର ଲେକମାନେ ଏହି ଅଭିଯାନର ଅଂଶବିଶେଷ ପାଲଟିଥିଲେ। ଦୁର୍ବଳ ସ୍ଥାନକୁ ସଶକ୍ତ ବନାଇଲା ସିକ୍ରେଟ୍ ଫର୍ମୁଲାରେ ସାମିଲ ଥିବା ନେତାମାନେ ଭୋଟରଙ୍କ ସହ ସେମାନଙ୍କ ନିଜ ଭାଷାରେ ମତ ବିନିମୟ କରିଥିଲେ । କୋଲକାତା ଓ ଦକ୍ଷିଣ ୨୪ ପ୍ରଗଣା ଭଳି ଅଞ୍ଚଳର ଯେଉଁ ସ୍ଥାନରେ ବିଜେପି ଦୁର୍ବଳ ଥିଲା, ସେଠାରେ ଶେଷ ପର୍ଯ୍ୟାୟରେ ବଳ କଷିଥିଲା ଦଳ । ଲଗାତର କଠିନ ପରିଶ୍ରମ ଦ୍ୱାରା ଏହି ଅଞ୍ଚଳରେ ବିଜେପି ଉନ୍ନତ ପ୍ରଦର୍ଶନ କରିଥିଲା । ଆଜିର ଘଟଣା ପ୍ରମାଣ କରି ଦେଖାଇଛି ଯେ ବିଜୟ କେବଳ ନିର୍ବାଚନୀ ପ୍ରଚାର ବଳରେ ପ୍ରାପ୍ତ ହୁଏନାହିଁ, ବରଂ ମୌନ ରଣନୀତି, ଧେର୍ଯ୍ୟ ଏବଂ କଠିନ ପରିଶ୍ରମ ବି ବଡ଼ ଅସ୍ତ୍ର ସାଜିଥାଏ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ବିଜେପିର ଗୁପ୍ତ ଫର୍ମୁଲା ଡାଟା ପରିଚାଳିତ ରଣନୀତି ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟୀ | Achira News