Achira News Logo
Achira News

ବଡ଼ କମ୍ପାନୀଗୁଡ଼ିକରେ ଛଟେଇ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବାହାରେ ଏକ ବହୁମୁଖୀ ପ୍ରସଙ୍ଗ

Prameya
ବଡ଼ କମ୍ପାନୀଗୁଡ଼ିକରେ ଛଟେଇ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବାହାରେ ଏକ ବହୁମୁଖୀ ପ୍ରସଙ୍ଗ
Full News
Share:

ନୂଆଦିଲ୍ଲୀ : ସମ୍ପ୍ରତି କିଛି ବର୍ଷ ମଧ୍ୟରେ ଅନେକ ବଡ଼ ବଡ଼ କମ୍ପାନୀମାନେ ଛଟେଇ ଆରମ୍ଭ କରି ଦେଇଛନ୍ତି , ଯେଉଁଥିରେ ଆମାଜନ ,ଓରେକଲ ଭଳି କମ୍ପାନୀ ମଧ୍ୟ ଅନ୍ତର୍ଭୁକ୍ତ। କମ୍ପାନୀଗୁଡ଼ିକ ଦ୍ୱାରା ଯେଉଁ ଭଳି ଭାବେ ଲୋକଙ୍କୁ ବାହାର କରାଯାଉଛି, ଏଥିପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ ବା ଏଆଇକୁ ଦାୟୀ କରାଯାଉଛି। କିନ୍ତୁ ଏବେ ଅନେକ ଏକ୍ସପର୍ଟଙ୍କ ମତରେ - କେବଳ ଏଆଇ ଏହାର ଏକମାତ୍ର କାରଣ ନୁହେଁ , ବରଂ ଅନେକ ଏମିତି କାରଣ ଅଛି, ଯେଉଁ କାରଣରୁ ବଡ଼ ବଡ଼ କମ୍ପାନୀ ମଧ୍ୟ ଲୋକଙ୍କୁ ଚାକିରିରୁ ବାହାର କରି ଦେଉଛନ୍ତି। ଏଥିରେ ଜାଣିବା ଯେ, ବାସ୍ତବିକ ତାହା କେଉଁ କାରଣ , ଯେଉଁଥିପାଇଁ ଲୋକଙ୍କ ଚାକିରି ଯାଉଛି। କିଛି ଦିନ ହେବ ଏହି ଧାରଣା ଖୁବ୍ ଲୋକପ୍ରିୟ ପାଲଟିଛି ଯେ, କମ୍ପାନୀମାନେ ଏଆଇ କାରଣରୁ ଅଧିକ ଲୋକଙ୍କୁ ହଟାଉଛନ୍ତି ଅର୍ଥାତ୍ ଏଆଇ ଟୁଲ୍ସ କାରଣରୁ ମଣିଷଙ୍କ ଆବଶ୍ୟକତା ହ୍ରାସ ପାଉଛି। ହେଲେ କିଛି କର୍ମଚାରୀ ଓ ବିଶେଷଜ୍ଞ କୁହନ୍ତି ଯେ, ଏଆଇ କାରଣରୁ ଚାକିରି ଛଟେଇର ଯେଉଁ ଯୁକ୍ତି ଦିଆଯାଉଛି , ତାହା ସଂପୂର୍ଣ୍ଣ ରୂପେ ସଠିକ୍ ହୋଇ ପାରିବ ନାହିଁ। ଉଦାହରଣ ପାଇଁ , ଆମାଜନର ଜଣେ କର୍ମଚାରୀ ( ଯାହାଙ୍କୁ ହଟେଇ ଦିଆ ଯାଇଛି) କହିଛନ୍ତି ଯେ, ତାଙ୍କୁ ଏଆଇ ସଂପର୍କିତ ଟାଲେଣ୍ଟ ଥିବା ସତ୍ତ୍ୱେ ମଧ୍ୟ ବାହାର କରାଯାଇଛି, ତ ଏହାର ସିଧା ଅର୍ଥ ଏହା ନୁହେଁ ଯେ, କେବଳ ଏଆଇ କାରଣ। ଆମାଜନରେ ଅନେକ ବର୍ଷ କାମ କରିଥିବା ପ୍ଲମ୍ୱ ଆସୋସିଏଟେଡ୍ ପ୍ରେସ୍କୁ କହିଛନ୍ତି – ଯେତେବେଳେ ଆପଣ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରୁଛନ୍ତି , ତ ଆପଣ ଏହା ଦେଖାଉଛନ୍ତି ଯେ, କମ୍ପାନୀ ଏବେ ଅଧିକ ଦକ୍ଷ ହୋଇ ଯାଇଛି। ଏଥିରେ ନିବେଶକଙ୍କ ଭରସା ବଢି ଥାଏ, କମ୍ପାନୀ ଅଧିକ ପୁଞ୍ଜି ଆକର୍ଷିତ କରିଥାଏ ଏବଂ ସେୟାରର ଦାମ ଉପରକୁ ଯାଇଥାଏ। ସମ୍ଭବ ଯେ, ଏହା ପୂର୍ବରୁ ମଧ୍ୟ କମ୍ପାନୀରେ ଅଧିକ କର୍ମଚାରୀ ଥିବେ। ଏହି ସ୍ଥିତିରେ କର୍ମଚାରୀଙ୍କ ସଂଖ୍ୟ ହ୍ରାସ କରାଯାଏ , ଏହାର ଶ୍ରେୟ ଏଆଇକୁ ଦେଇଦିଆ ଯାଏ ଏବଂ ଏହିପରି କମ୍ପାନୀ ନିଜ ପାଇଁ ଏକ ଭାଲ୍ୟୁ ଷ୍ଟୋରୀ ପ୍ରସ୍ତୁତ କରି ନିଏ , ଯାହା ନିବେଶକଙ୍କୁ ଆକର୍ଷଣୀୟ ଲାଗେ। ଏହି ବିଷୟରେ Cornell Universityର ଜଣେ ପ୍ରଫେସର କହିଛନ୍ତି –ଏହା ସ୍ପଷ୍ଟ ନୁହେଁ ଯେ , ଏଆଇ କାରଣରୁ ହିଁ ସେକ୍ଟରରେ ଚାକିରି ହ୍ରାସ ପାଉଛି। ଏଆଇର ଉପଯୋଗ କିଛି କାମକୁ ଦ୍ରୁତ କରିପାରେ , କିନ୍ତୁ କମ୍ପାନୀଗୁଡ଼ିକରେ ସଂଗଠନାତ୍ମକ ପରିବର୍ତ୍ତନକୁ କମାଇବାରେ ସମୟ ଲାଗିଥାଏ। କିଛି କମ୍ପାନୀମାନେ ଏଆଇକୁ ପ୍ରମୁଖ କାରଣ ଭାବିଥାନ୍ତି , କିନ୍ତୁ ଅର୍ଥଶାସ୍ତ୍ରୀ ଓ କର୍ମଚାରୀ ଏହି ଦେଖୁଛନ୍ତି ଯେ, ବାସ୍ତବିକ କାରଣ ବୋଧହୁଏ କୌଣସି କମ୍ପାନୀର ବ୍ୟାପାର ରଣନୀତି , କମ୍ପାନୀ ଷ୍ଟ୍ରକଚରରେ ପରିବର୍ତ୍ତନ କିମ୍ୱା କାଷ୍ଟ କଣ୍ଟ୍ରୋଲ ସହ ଜଡ଼ିତ ନିଷ୍ପତ୍ତି , ଯେଉଁଥି ପାଇଁ ଲୋକଙ୍କ ଚାକିରି ଯାଉଛି। ହେଲେ , କିଛି କମ୍ପାନୀ ଗୁଡ଼ିକରେ ଯେଉଁ ଛଟେଇ ହେଉଛି ,ଏଥିପାଇଁ ସିଧା କାରଣ ଏଆଇ ହିଁ ରହିଛି। କିଛି ସ୍ଥାନରେ ଚାକିରି କମାଇବାରେ ଏଆଇର ଭାଗ ଥାଇପାରେ। କିନ୍ତୁ ପ୍ରତି ସ୍ଥାନରେ ଏହା ସମ୍ଭବ ନୁହେଁ ଏବଂ ଏଥିରେ ଆହୁରି ଅନେକ ଫ୍ୟାକ୍ଟର ମଧ୍ୟ କାମ କରିଥାଏ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ବଡ଼ କମ୍ପାନୀଗୁଡ଼ିକରେ ଛଟେଇ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବାହାରେ ଏକ ବହୁମୁଖୀ ପ୍ରସଙ୍ଗ | Achira News