ଯାଜପୁର/ଗଡମଧୁପୁର ୦୪/୦୫: ଖୁସିରେ ଲାଗିଲା କଳା ନଜର। ବିବାହ ଉତ୍ସବ ସାରି ଫେରୁଥିବା ବେଳେ ଘଟିଲା ଭୟଙ୍କର ଦୁର୍ଘଟଣା। ଘରକୁ ଫେରିପାରିଲେନି ବରଯାତ୍ରୀ। ଜେନାପୁର ଥାନା ବରଡ଼ା ବେହେରା ଟାଙ୍କୀ ଛକ ନିକଟରେ ଏକ ହାଇଓ୍ବାକୁ ପିଟିଲା ବୋଲେରେ। ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଚାଲିଗଲା ୬ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।। ଦୁର୍ଘଟଣାରେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ଆହତଙ୍କୁ ମେଡିକାଲରେ ଚିକିତ୍ସା ଜାରି ରହିଛି।ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛ। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱା ପଛରେ ବରଯାତ୍ରୀ ଭୋଜି ଖାଇ ଫେରୁଥିବା ବୋଲେରୋ(ଓଡି ୦୨ ଏଇ ୦୪୨୯) ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୬ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ବାକି ୭ରୁ ଅଧିକ ଗୁରୁତର ଆହତ ହୋଇ ଧର୍ମଶାଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତ ଓ ଆହତମାନେ ବଡ଼ଚଣା ଥାନା ପୁରୁଷୋତ୍ତମପୁର ଗ୍ରାମର ବୋଲି ଜଣା ପଡିଛି। ଗତକାଲି ରାତିରେ ଚଣ୍ଡିଖୋଲ ଧାନମଣ୍ଡଳ ପୁରୁଷୋତ୍ତମପୁରରୁ ଏକ ବୋଲେରୋରେ ୧୩ରୁ ଅଧିକ ଯାତ୍ରୀ ନେଇ ଗାଡ଼ି କନ୍ତପଡ଼ା ଯାଇଥିଲା। ବୋଲେରୋରେ ୨ଜଣ ଶିଶୁ ସମେତ ପୁରୁଷ ଓ ମହିଳା ବରଯାତ୍ରୀ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଆଜି ସକାଳେ ଘରକୁ ଫେରୁଥିଲେ। ବରଡ଼ା ଛକ ନିକଟରେ ପୂର୍ବରୁ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ହାଇୱା ପଛରେ ଭାରସାମ୍ୟ ହରାଇ ବୋଲେରୋ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋର୍ ଥିଲା କି ଘଟଣାସ୍ଥଳରେ ୬ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ବାକି ବୋଲେରୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ମେଡ଼ିକାଲକୁ ପଠାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ହାଇୱାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଦୀର୍ଘ ସମୟ ଧରି ରାସ୍ତା ଜାମ୍ ହୋଇଥିଲା। ପୁଲିସ ପହଞ୍ଚି ଶବ ଜବତ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲା। ଘଟଣାସ୍ଥଳରେ ଯାଜପୁର SDPO, ବଡ଼ଚଣା ପୁଲିସ, ଜେନାପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ :-ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମହାପ୍ରଭୁ ଭରସା, ଶନିବାର ୯ଟାରୁ ୧ଟା ଭିତରେ ହୃଦଘାତ ଆସିଲେ ବଞ୍ଚିଯିବେ ! ନହେଲେ....
ବିବାହ ଉତ୍ସବ ପରେ ରାଜପଥ ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ, ସାତ ଜଣ ଆହତ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.