ବ୍ରାଜିଲ,୪।୨: ବ୍ରାଜିଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛ। ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତର-ପୂର୍ବ ବ୍ରାଜିଲର ଆଲାଗୋଆସ ରାଜ୍ୟର ଏକ ଗ୍ରାମାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ମୋଡ଼ ନେବା ସମୟରେ ରାସ୍ତାରୁ ଖସି ପଡ଼ି ଓଲଟି ପଡିଛି। ଏହି ଦୁର୍ଘଟଣାରେ ଶିଶୁ ଏବଂ ମହିଳା ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ବସ୍ ଓଲଟି ପଡ଼ିବା ପରେ କିଛି ଯାତ୍ରୀ ବାହାରକୁ ବାହାରି ଆସିଥିଲେ, ଅନ୍ୟମାନେ ବସ୍ ତଳେ ଚାପି ହୋଇ ଯାଇଥିଲେ। ଏକ କ୍ରେନ୍ ସାହାଯ୍ୟରେ ବସ୍ଟିକୁ ସିଧା କରାଯାଇଥିଲା ଏବଂ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଥିରୁ ୧୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ବ୍ରାଜିଲର ଆଲାଗୋସ୍ ରାଜ୍ୟରେ ବସ୍ ଦୁର୍ଘଟଣାଗ୍ରସ୍ତ, 15 ମୃତ
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.