Achira News Logo
Achira News

ବ୍ରହ୍ମପୁରରେ ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ "ଯୋଜନାର ଶୁଭାରମ୍ଭ

Prameya
ବ୍ରହ୍ମପୁରରେ ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ "ଯୋଜନାର ଶୁଭାରମ୍ଭ
Full News
Share:

ବ୍ରହ୍ମପୁର, ୦୩/୦୨: ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନାର ଶୁଭାରମ୍ଭ । ଗଞ୍ଜାମ ଜିଲ୍ଲା ମାଆ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହେଲା ଐତିହାସିକ ଯୋଜନା । ସମୂହିକ ବିବାହ କାର୍ଯ୍ୟକ୍ରମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ବିବାହ ମଣ୍ଡପରେ ପ୍ରାୟ ୨୦୧ ଯୋଡ଼ି ବର-କନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଅବସରରେ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୪୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଏମ୍ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ମୁଁ ଜଣେ ପିତା ଏବଂ ଭାଇ ହିସାବରେ ଏଠାରେ ଉପସ୍ଥିତ ରହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିବା ସରକାରଙ୍କ ସୌଭାଗ୍ୟ । ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ମହିଳାଙ୍କୁ ସମ୍ମାନ, ସାମାଜିକ ସୁରକ୍ଷା, ଯୌତୁକ ପ୍ରଥାକୁ ଲୋପ କରିବାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହାୟକ ହେବ ବୋଲି ସିଏମ୍ ମାଝୀ କହିଛନ୍ତି । ​​​​​​​ ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ସବୁ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ । ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ଏଥିରେ ସାମିଲ କରାଯିବ । ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରାଯିବ । କନ୍ୟା ବିବାହ ଯୋଜନାରେ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ୪୫ହଜାର ଟଙ୍କା ପଠା ଯିବ । ଏହା କେନ୍ଦ୍ର ସରକାରଙ୍କ ‘ବେଟି ବଞ୍ଚାଓ, ବେଟି ପଢ଼ାଓ’ ଯୋଜନାର ଏକ ନିଦର୍ଶନ । ଏହାଛଡ଼ା ଯୁନିୟନ ବଜେଟରେ ମହିଳା ବିକାଶ ଓ ସୁରକ୍ଷା ପାଇଁ ୯ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ-୨୦୨୬ରେ ମହିଳାଙ୍କ ପାଇଁ ୯.୪ ପ୍ରତିଶତ ବ୍ୟୟ ଅଟକଳ ରହିଛି । କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସିଏମ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କନ୍ୟା ଓ ବରର ବାପା-ମାଆଙ୍କୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉତ୍ସାହିତ କରିବ । ଐତିହାସିକ ଯୋଜନା ସମାଜର କୁପ୍ରଥାକୁ ରୋକିବାରେ ସହାୟକ ହେବ । ସବୁ କ୍ଷେତ୍ରରେ ଝିଅ ମାନେ ଆଗୁଆ ଏବଂ ସଶକ୍ତ ହେବେ । ଆର୍ଥିକ ବୋଝ କମାଇବା ଏବଂ ଆର୍ଥିକ ସହାୟତା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ବେଶ ସହାୟକ ହେବ । ଅନଗ୍ରସର ଝିଅ ମାନେ ଏହା ଦ୍ୱାରା ଉପକୃତ ହେବେ । ସାମାଜିକ ବ୍ୟବସ୍ଥାରେ ସୁଧାର ଆସିବ । ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଏକ କୋଟି ମହିଳାଙ୍କୁ ସାମିଲ କରିବାରେ ସରକାର ସକ୍ଷମ । ‘ସୁଭଦ୍ରା’ ଯୋଜନା ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ମହିଳାଙ୍କୁ ଅଧିକ ସଶକ୍ତ କରିବ । ଏହା ଭଗବାନଙ୍କ ଆଶୀର୍ବାଦ ସେମାନେ ମାଆ-ବାପାଙ୍କ ପାଇଁ ଆଉ ବୋଝ ହୋଇ ରହିବେ ନାହିଁ ବୋଲି ମୁଖମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ​​​​​​​

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ବ୍ରହ୍ମପୁରରେ ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ "ଯୋଜନାର ଶୁଭାରମ୍ଭ | Achira News