କୁଆମରା:ମୟୂରଭଞ୍ଜଜିଲ୍ଲାଗୋପବନ୍ଧୁନଗର ବ୍ଲକ୍ ଦେଇ ପ୍ରବାହିତ ସୋନ ନଈ ଏବେଠୁ ଶୁଖିଗଲାଣି। ବ୍ଲକ୍ ପାଇଁ ଜୀବନରେଖା ସାଜିଥିବା ନଦୀ ସଂକଟ ଦେଇ ଗତି କରୁଛି। ଯାହାକୁ ନେଇ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଦିନ ଥିଲା, ବର୍ଷସାରା ସୋନ ନଦୀରେ ପାଣି ଭରପୂର ରହୁଥିଲା। ମାତ୍ର ବାଲିମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିବା ଦିନଠୁ ନଦୀର ସ୍ଥିତି ବଦଳି ଯାଉଛି। ନଦୀରୁ ବ୍ୟାପକ ବାଲି ଉଠାଣ ହେବା ଯୋଗୁ ଜଳଧାରଣ କ୍ଷମତା କମି ଯାଉଛି। ଫଳରେ ବର୍ଷାଋତୁର ମାସେ ନ ଯାଉଣୁ ନଦୀ ଶୁଖିଯାଉଛି। ଉକ୍ତ ନଦୀର ଦୁଇ ପାର୍ଶ୍ବରେ ଜୟପୁର, ସାଇଁକୁଳା, ବରଡ଼ିହି ପଞ୍ଚାୟତର ଶତାଧିକ ଗ୍ରାମବାସୀ ରବିଋତୁରେ ଚାଷଜମି ଓ ନଦୀପଠାରେ ପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ନଦୀର ଜଳ କମି ଯାଉଥିବାରୁ ଚାଷ ପାଇଁ ପ୍ରତିବନ୍ଧକ ସାଜିଛି। ବିଗତ ୫ ବର୍ଷ ହେଲା ନଦୀକୂଳରେ ଚାଷ କରିବାକୁ ଚାଷୀମାନେ ଆଉ ମନବଳାଉ ନାହାନ୍ତି। ଏବେ ନଦୀଗର୍ଭରେ ବିଶେଷ ବାଲି ଦେଖିବାକୁ ମିଳୁ ନାହିଁ। Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ ଫଳରେ ଏହାର ଜଳଧାରଣ କ୍ଷମତା କମି ଯାଉଛି। ପ୍ରତିଦିନ ଟ୍ରକ୍ ଓ ଟ୍ରାକ୍ଟର୍ ଯୋଗେ ବାଲି ଚାଲାଣ ହେଉଛି। ଗୋଟିଏପଟେ ବାଲି ଚାଲାଣ କରିମାଫିଆମାଲାମାଲ୍ ହେଉଥିବା ବେଳେ ଅନ୍ୟପଟେ ଜଳାଭାବରୁ ଚାଷୀକୁଳ ହତାଶ ହୋଇପଡ଼ିଛି। ନଦୀ ଅବବାହିକାରେ ଥିବା ଜନବସତି ଏବେ ବିପଦମୁହାଁ ହୋଇଛି। ଜୟପୁରରୁ କଣ୍ଟିସାହି ମଧ୍ୟରେ ୪ଟି ନିଲାମ ଘାଟ ଥିବା ବେଳେ ୮ରୁ ୧୦ଟି ସ୍ଥାନରେ ବେଆଇନ ବାଲି ଉଠୁଛି। ବର୍ଷକୁ ୫ ହଜାର ଟ୍ରିପ୍ ବାଲି ଉଠାଣ ନିୟମ ଥିଲେ ମଧ୍ୟ ବେଆଇନ ଭାବେ ୫୦ ହଜାର ଟ୍ରିପ୍ରୁ ଅଧିକ ବାଲି ଉଠାଣ ହେଉଛି। ଫଳରେ ସରକାର ରାଜସ୍ବ ହରାଇବା ସହ ଜନଜୀବନ ପ୍ରତି ବିପଦ ଦେଖାଦେଉଛି। କର୍ତ୍ତୃପକ୍ଷ କଡ଼ା ପଦକ୍ଷେପ ଗ୍ରହଣ ନକଲେ, ଆଗାମୀ ଦିନରେ ନଦୀ ସତ୍ତା ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। Horoscope 2026 February 04 : ଜାଣନ୍ତୁ ଆଜିରରାଶିଫଳ
ବାଲି ମାଫିଆ ଉତ୍ତୋଳନ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଲାଇଫ୍ ଲାଇନ୍ ନଦୀ ଶୁଖିଗଲା
Sambad•
%2Fsambad%2Fmedia%2Fmedia_files%2F2026%2F02%2F04%2Fdggdaggdcvz-2026-02-04-02-14-21.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.