ବଲାଙ୍ଗୀର,୨।୨(ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହିଂସ): କଣ୍ଟାବାଞ୍ଜି ଷ୍ଟେସନରୁ ରାୟପୁର ବିଶାଖପାଟଣା ଦେଇ ଯାଉଥିବା ଏକ ମାଲବାହୀ ଟ୍ରେନରେ ନିଆଁ । ତୁରେକେଲା ରେଳ ଷ୍ଟେସନରେ ସୋମବାର ଏକ କୋଇଲା ବୋଝେଇ ମାଲଗାଡିରେ ନିଆଁ ଲାଗି ଥିବାର ଜଣା ପଡ଼ିଛି । ନିଆଁ ଲାଗିବା ଦେଖାଯିବା ପରେ ସଙ୍ଗେସଙ୍ଗେ ତୁରେକେଲା ରେଳ ଷ୍ଟେସନ କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗ କଣ୍ଟାବାଞ୍ଜିକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ଜଣା ପଡ଼ିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।
ବଲାଙ୍ଗିରରେ ମାଲବାହୀ ଟ୍ରେନ୍ରେ ନିଆଁ, ବ୍ୟାହତ
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.