ଇସଲାମାବାଦ:ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶରେ ଜାରି ରହିଥିବା ହିଂସା ସମଗ୍ର ଦେଶକୁ ଥରାଇ ଦେଇଛି। ବଲୁଚ ବିଦ୍ରୋହୀମାନେ ସୁରକ୍ଷା ବାହିନୀ ଓ ସାଧାରଣ ନାଗରିକଙ୍କ ଉପରେ ଭୟଙ୍କର ଆକ୍ରମଣ କରୁଛନ୍ତି। ମଜିଦ୍ ବ୍ରିଗେଡ୍ଆତ୍ମଘାତୀଆକ୍ରମଣର ରଣନୀତିକୁ ଆପଣେଇଛି। ଫଳରେ କ୍ଷତିକ୍ଷତି ପରିମାଣ ବଢ଼ିବାରେ ଲାଗିଛି। ହୋଇଛି। ରକ୍ତପାତକୁ ବଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢୁଥିବା ସଂଗଠନ ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ)ଏକ ମାଧ୍ୟମ କରିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ସ୍ୱୀକାର କରିଛନ୍ତି, ଏହି ଆକ୍ରମଣଗୁଡ଼ିକରେ ମହିଳା ବିଦ୍ରୋହୀମାନେ ସକ୍ରିୟ ଭାବରେ ସାମିଲ ଅଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ପ୍ରସାରିତ ହେଉଛି ଯେଉଁଥିରେ ଜଣେ ଅସ୍ତ୍ରଶସ୍ତ୍ର ମହିଳା ବିଦ୍ରୋହୀ ଏକ କୋଠା ଉପରକୁ ଗୁଳି ଚଳାଇଥିବା ଦେଖାଯାଉଛି। ମହିଳା ଜଣକ ହସୁଛନ୍ତି ଓ ପାକିସ୍ତାନ ସରକାରଙ୍କୁ ପରିହାସ କରୁଛନ୍ତି। ସେ ଦାବି କରିଛନ୍ତି ଯେ, ସେନା ସେମାନଙ୍କର ମୁକାବିଲା କରିବାରେ ବିଫଳ ହେଉଛି। ଗତ ଶୁକ୍ରବାର ରାତିରେ ଓ ସପ୍ତାହାନ୍ତରେ ବଲୁଚ ବିଦ୍ରୋହୀମାନେ ପାକିସ୍ତାନର ୧୨ ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ କରିଥିଲେ । ଏହି ହିଂସାତ୍ମକ ଆକ୍ରମଣରେ ୧୭ ସୁରକ୍ଷା କର୍ମୀ ଓ ୫୦ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା। ଆକ୍ରମଣ ପରେ ବିଏଲ୍ଏ ଅନେକ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଫଟୋ ପ୍ରକାଶ କରିଛି। ବିଏଲ୍ଏ ମଜିଦ୍ବ୍ରିଗେଡର ଦୁଇ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଫଟୋ ଜାରି କରିଛି। ସେମାନେ ସ୍ୱାମୀ-ସ୍ତ୍ରୀ ଥିଲେ। ମହିଳାଙ୍କ ନାମ ୟାସମା ବଲୁଚ୍, ଓରଫ ଜାରିନା ଓ ତାଙ୍କ ସ୍ୱାମୀ ୱାସିମ୍ ବଲୁଚ୍ଙ୍କୁ ଆଗ ଧାଡ଼ିରେ ଏକାଠି ଠିଆ ହୋଇଥିବା ଦେଖାଯାଇଛି। ବୁଲେଦାର ଆଲାଣ୍ଡୁର ଅଞ୍ଚଳର ବାସିନ୍ଦା। ଏହି ଦମ୍ପତିଙ୍କର ପାସନିରେ ହୋଇଥିବା ଆକ୍ରମଣ ସହିତ ସମ୍ପୃକ୍ତି ଥିଲା। ୟାସମା ବଲୁଚ୍ ୧୯୯୭ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୨୨ ମସିହାରେ ବିଦ୍ରୋହୀ ଗୋଷ୍ଠୀ ବିଏଲ୍ଏରେ ଯୋଗ ଦେଇଥିଲେ। ତାଙ୍କ ସ୍ୱାମୀ ୱାସିମ୍ ବଲୁଚ୍ ୧୯୯୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୪ ମସିହାରେ ଏହି ଗୋଷ୍ଠୀରେ ଯୋଗ ଦେଇଥିଲେ। ବିଏଲ୍ଏ ଅନୁଯାୟୀ ଦୁହେଁ ଆତ୍ମଘାତୀ ବିସ୍ଫୋରଣ କରିବା ପୂର୍ବରୁ ବୈବାହିକ ଜୀବନ ବିତାଇଥିଲେ। ବିଏଲ୍ଏ ପୂର୍ବରୁ ଦୁଇ ଜଣ ମହିଳା ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଫଟୋଗ୍ରାଫ ଜାରି କରିଥିଲା। ସେମାନଙ୍କ ମଧ୍ୟରୁ ଆସିଫା ମେଙ୍ଗାଲଙ୍କର ବୟସ ୨୪ ବର୍ଷ। ସେ ତାଙ୍କ ୨୧ତମ ଜନ୍ମଦିନରେ ବିଏଲ୍ଏର ମଜିଦ୍ ବ୍ରିଗେଡରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲ। ଆସିଫା ନୁଷ୍କିରେ ଥିବା ଆଇଏସ୍ଆଇ ମୁଖ୍ୟାଳୟକୁ ଟାର୍ଗେଟ କରିଥିଲେ। ଆହୁରି ପଢ଼ନ୍ତୁ:Iran Protests: ଦୁଷ୍କର୍ମ କରି ଗର୍ଭାଶୟ କାଢ଼ିନେଲେ, ଶରୀରରେ ସିଗାରେଟ୍ ଚେଙ୍କ: ପ୍ରଦର୍ଶନକାରୀଙ୍କ ସହ ଏଭଳି କଲେ ସୁରକ୍ଷା ବାହିନୀ
ବାଲୁଚିସ୍ତାନ ହିଂସା ମହିଳା ବିଦ୍ରୋହୀମାନେ ଆତ୍ମଘାତୀ ଆକ୍ରମଣରେ ଯୋଗଦେଲେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ସଂଘର୍ଷ
Sambad•
%2Fsambad%2Fmedia%2Fmedia_files%2F2026%2F02%2F03%2Fbloody-clash-in-balochistan-2026-02-03-15-35-38.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.