Achira News Logo
Achira News

ବାଂଲାଦେଶର ନିର୍ବାଚନ ପୂର୍ବ ଅଶାନ୍ତି ଜାତୀୟ ନିର୍ବାଚନ ପୂର୍ବରୁ ହିଂସା ବୃଦ୍ଧି ପାଇଛି

Sambad
ବାଂଲାଦେଶର ନିର୍ବାଚନ ପୂର୍ବ ଅଶାନ୍ତି ଜାତୀୟ ନିର୍ବାଚନ ପୂର୍ବରୁ ହିଂସା ବୃଦ୍ଧି ପାଇଛି
Full News
Share:

ଢାକା:ବାଂଲାଦେଶରେ ଆଗାମୀ ଜାତୀୟ ନିର୍ବାଚନ ପୂର୍ବରୁ, ସାରା ଦେଶରେ ସୁରକ୍ଷା ପରିସ୍ଥିତି ଅତ୍ୟନ୍ତ ଆହ୍ବାନମୂଳକ ତଥା ଚିନ୍ତାଜନକ ହୋଇପଡ଼ିଛି। ବାଂଲାଦେଶରେ ବୃଦ୍ଧି ପାଉଥିବା ରାଜନୈତିକ ହିଂସା ସାଧାରଣ ଜନତା ଓ ସୁରକ୍ଷା ଏଜେନ୍ସିଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ନିର୍ବାଚନ ପୂର୍ବରୁ ଅଶାନ୍ତି ଯଥେଷ୍ଟ ବୃଦ୍ଧି ପାଇଛି। ମାନବାଧିକାର ସଂଗଠନଗୁଡ଼ିକ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବଢୁଥିବା ଛକାପଞ୍ଚା ସ୍ଥିତି ସମ୍ପର୍କରେ ଚେତାବନୀ ଦେଇଛନ୍ତି । ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରାଯାଇଛି। ଢାକାସ୍ଥିତ ମାନବାଧିକାର ସଂଗଠନ ଆଇନ୍ ଓ ସାଲିଶ୍ କେନ୍ଦ୍ରର ଏକ ସାମ୍ପ୍ରତିକ ରିପୋର୍ଟ ଦେଶର ବିପର୍ଯ୍ୟସ୍ତ ସୁରକ୍ଷା ପରିସ୍ଥିତିର ପର୍ଦ୍ଦାଫାସ୍ କରିଛି। ରିପୋର୍ଟ ଅନୁଯାୟୀ, ଜାନୁଆରି ମାସରେ ଦେଶର ବିଭିନ୍ନ ସ୍ଥାନରେ ୭୫ ପ୍ରମୁଖ ରାଜନୈତିକ ହିଂସା ଘଟଣା ରିପୋର୍ଟ ହୋଇଛି। ଏହି ହିଂସାତ୍ମକ ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ଜୀବନ ଯାଇଛି। ଏସବୁ ଘଟଣାରେ ୬୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ଜାନୁଆରି ମାସରେ ହିଂସା ଡିସେମ୍ବର ୨୦୨୫ ତୁଳନାରେ ପ୍ରାୟ ଚାରିଗୁଣ ବୃଦ୍ଧି ପାଇଛି। ଡିସେମ୍ବରରେ କେବଳ ୧୮ ଘଟଣା ଘଟିଥିଲା। ସେଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬୮ ଆହତ ହୋଇଥିଲେ। ଏହାସୂଚାଇ ଦେଉଛି ଯେ, ନିର୍ବାଚନ ତାରିଖ ପାଖେଇ ଆସିବା ସହିତ ଉତ୍ତେଜନା ବୃଦ୍ଧି ପାଉଛି। ଜାନୁଆରି ୨୨ ତାରିଖରେ ନିର୍ବାଚନ କମିସନ ସରକାରୀ କାର୍ଯ୍ୟସୂଚୀ ଘୋଷଣା କରିବା ପରଠାରୁ ହିଂସାତ୍ମକ ସଂଘର୍ଷର ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ କେବଳ ଜାନୁଆରି ୨୧ ରୁ ୩୧ ତାରିଖ ମଧ୍ୟରେ ପୁଲିସ ଓ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ୪୯ ପୃଥକ ହିଂସାତ୍ମକସଂଘର୍ଷଘଟିଥିଲା। ଏହି ଦଶ ଦିନ ମଧ୍ୟରେ ଚାରି ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ୪୧୪ ଜଣ ଗୁରୁତର ଆହତ ହୋଇଥିଲେ। ରାଜନୈତିକ ଅସ୍ଥିରତାର ନକାରାତ୍ମକ ପ୍ରଭାବ ଏବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ କର୍ମୀ ଓ ସାମ୍ବାଦିକଙ୍କ ଉପରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି । ଜାନୁଆରିରେ, ସାମ୍ବାଦିକମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆକ୍ରମଣ ବବା ବାଧା ଦେବାର ୧୬ ଘଟଣା ରିପୋର୍ଟ କରାଯାଇଥିଲା। ଡିସେମ୍ବର ତୁଳନାରେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘଟିଥିଲା। ,ଭଳି ଘଟଣା ଦେଶରେ ପ୍ରେସ୍ ସ୍ୱାଧୀନତାକୁ ବିପଦରେ ପକାଇଛି। ହିଂସା ଲହରୀ କେବଳ ବ୍ୟକ୍ତିଗତ ସଂଘର୍ଷ ପର୍ଯ୍ୟନ୍ତ ସୀମିତ ରହିନାହିଁ। ନିର୍ବାଚନ ଭିତ୍ତିଭୂମିକୁ ଏବେ ଟାର୍ଗେଟ କରାଯାଉଛି। ଅନେକ ନିର୍ବାଚନମଣ୍ଡଳୀରେ,ହିଂସାକାଣ୍ଡଭିଆଉଥିବା ବ୍ୟକ୍ତି ବିଶେଷ ପ୍ରାର୍ଥୀଙ୍କ ନିର୍ବାଚନ ଶିବିର, ଦଳୀୟ କାର୍ଯ୍ୟାଳୟ ଓ ବ୍ୟକ୍ତିଗତ ଯାନବାହନ ଭଙ୍ଗାରୁଜା କରୁଛନ୍ତି। ମତଦାନ କେନ୍ଦ୍ରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସ୍ଥାପିତ ସିସିଟିଭି କ୍ୟାମେରା ମଧ୍ୟ ଲୁଟ୍ କରାଯାଇଛି। ଦେଶର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରୁ ଗୁଳିମାଡ଼, ଛୁରାମାଡ଼ ଓ ବୋମା ମାଡ଼ର ରିପୋର୍ଟ ଲଗାତାର ଆସୁଛି। ଯାହା ସାଧାରଣ ଲୋକଙ୍କୁ ଭୟଭୀତ କରୁଛି। ସ୍ଥାନୀୟ ଗଣମାଧ୍ୟମ ଓ ମାନବାଧିକାର ସଂଗଠନଗୁଡ଼ିକ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ସୁରକ୍ଷା ସମ୍ପର୍କରେ ସରକାରଙ୍କ ନିକଟରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଚାପରେ ଅଛନ୍ତି। ଯେଉଁ ଦଳଗୁଡ଼ିକ ଥରେ ଶେଖ ହାସିନାଙ୍କ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଏକତ୍ରିତ ହୋଇଥିଲେ, ସେମାନେ ଏବେ କ୍ଷମତା ପାଇଁ ଲଢୁଛନ୍ତି। ମହମ୍ମଦ ୟୁନୁସଙ୍କ ସହ ମିଳିତ ହୋଇଥିବା ଏହି ରାଜନୈତିକ ଦଳଗୁଡ଼ିକ ଆଗାମୀ ନିର୍ବାଚନରେ ​​ବିଜୟୀ ହେବା ପାଇଁ ଏବେ ନିଜ ନିଜ ମଧ୍ୟରେ ହିଂସାତ୍ମକ ହୋଇ ଉଠିଛନ୍ତି। କ୍ଷମତା ସଂଘର୍ଷ ବାଂଲାଦେଶରେ ବର୍ତ୍ତମାନର ଅଶାନ୍ତି ଓ ଗୃହଯୁଦ୍ଧ ପରି ପରିସ୍ଥିତିର ମୁଖ୍ୟ କାରଣ ପାଲଟିଛି। ନିର୍ବାଚନ ପ୍ରଚାର ସମୟରେ ସଂଯମତା ଅବଲମ୍ବନ କରିବା ଓ ଶାନ୍ତି ବଜାୟ ରଖିବା ପାଇଁ ମାନବାଧିକାର ସଂଗଠନ ସମସ୍ତ ରାଜନୈତିକ ଦଳକୁ ନିବେଦନ କରିଛଛି। ଆଇନ ଶୃଙ୍ଖଳା ଫେରାଇ ଆଣିବା ପାଇଁ ସୁରକ୍ଷା ବାହିନୀକୁ ଅଧିକ ସଜାଗ ରହିବାକୁ କୁହାଯାଇଛି। ହିଂସା ଜାରି ରହିଲ ଫେବ୍ରୁଆରି ୧୨ରେ ହେବାକୁ ଥିବା ନିରପେକ୍ଷ ନିର୍ବାଚନ ସଙ୍କଟ ଘେରରେ ପଡ଼ିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଆହୁରି ପଢ଼ନ୍ତୁ:India is more likely to win: ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ ଜିତିବା ସମ୍ଭାବନା ଅଧିକ: ଧୋନୀ

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ବାଂଲାଦେଶର ନିର୍ବାଚନ ପୂର୍ବ ଅଶାନ୍ତି ଜାତୀୟ ନିର୍ବାଚନ ପୂର୍ବରୁ ହିଂସା ବୃଦ୍ଧି ପାଇଛି | Achira News