Achira News Logo
Achira News

ବାଲେଶ୍ୱର ଜିଲ୍ଲାରେ ଶୋଇଥିବା ବେଳେ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଲେ ପରିବାର

Dharitri
ବାଲେଶ୍ୱର ଜିଲ୍ଲାରେ ଶୋଇଥିବା ବେଳେ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଲେ ପରିବାର
Full News
Share:

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ ଦୁବୃର୍ତ୍ତମାନେ ତାଙ୍କ ଘରେ ପଶି ଟଙ୍କା ଓ ସୁନା ରୁପା ଅଳଙ୍କାର ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି l ଗତକାଲି ବିଳମ୍ବିତ ରାତିରେ ଦୁଇଟି ପରିବାର ତାଙ୍କ ଘରେ ଶୋଇଥିବା ଘର ବାହାର ପଟୁ ଦୃବୁର୍ତ୍ତ ତାଲା ପକାଇ ଅନ୍ୟ ଘର ଥିବା ଆଟାଚରୁ ଘର କାମ ପାଇଁ ରଖିଥିବା ୯୫ ହଜାର ଟଙ୍କା ଓ ୧ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟ କରିଥିଲେ lସେହିପରି ଅନ୍ୟ ଏକ ଘରେ ପଶି ଧାନ ବିକ୍ରି କରି ରଖିଥିବା ୪୫ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିବା ବେଳେ ଭୁଗୁପୁର ସଂଲଗ୍ନ ପାଇକାଳପୁର ଗ୍ରାମର ସୁକାନ୍ତ ସାହୁଙ୍କ ଦୋକାନ ଭାଙ୍ଗି ନଗଦ ୮ ହଜାର ଓ ଅନ୍ୟାନ୍ୟ ଗ୍ରୋସରୀ ସାମଗ୍ରୀ ଚୋରାଇ ନେଇଛନ୍ତି। ସିମୁଳିଆ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି l

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ବାଲେଶ୍ୱର ଜିଲ୍ଲାରେ ଶୋଇଥିବା ବେଳେ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଲେ ପରିବାର | Achira News