କଟକ: ପୁଣି ବଢ଼ିଛି ରିଫାଇନ୍ ତେଲ ଦର। ଫେବ୍ରୁଆରି ଶେଷ ସପ୍ତାହରେ ରିଫାଇନ୍ତେଲଲିଟର ପିଛା ୧୬୦ ଟଙ୍କାରେ ଖାଉଟିଙ୍କୁ ମିଳୁଥିବାବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ ୧୭୦ ଟଙ୍କା ହେଲା। ଏବେ ରିଫାଇନ୍ ତେଲ ଲିଟର ପିଛା ୧୮୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ମାର୍ଚ୍ଚ ମାସ ଆରମ୍ଭରେ ପାମୋଲିନ୍ ତେଲର ଖୁଚୁରା ମୂଲ୍ୟ ଲିଟର ପିଛା ୧୦୨ ଟଙ୍କା ରହିଥିବା ବେଳେ ଏବେ ୧୧୦ ଟଙ୍କାରେ ବିକ୍ରି ହେଉଛି। କିଛି ଦିନ ହେଲା ରିଫାଇନ୍ ତେଲ ଦର ବଢ଼ିବାରେ ଲାଗିଛି। Oil Prices Hit: ତୈଳ ଦର ୧୧୨ ଡଲାରକୁ ବୃଦ୍ଧି ମାର୍ଚ୍ଚ ପ୍ରଥମ ସପ୍ତାହରେ ରିଫାଇନ୍ ତେଲ ଫ୍ରିଡମ୍ ଲିଟର ପିଛା ହୋଲସେଲ୍ରେ ୧୬୮ ଟଙ୍କା ପଡ଼ୁଥିବାବେଳେ ଖୁଚୁରା ବଜାରରେ ଖାଉଟି ଲିଟର ପିଛା ୧୭୨ରୁ ୧୭୩ ଟଙ୍କାରେ ପାଉଥିଲେ। ସେହିପରି ଫର୍ଚ୍ୟୁନ୍ ରିଫାଇନ୍ ତେଲ ଲିଟର ପିଛା ହୋଲସେଲ୍ରେ ୧୫୭ ଟଙ୍କା ରହିଥିବା ବେଳେ ଖୁଚୁରାରେ ତାହା ଲିଟର ପିଛା ଅଧିକ ୫ ଟଙ୍କାରେ ବିକ୍ରି କରାଯାଉଥିଲା। ଭାରତକୁ କମ୍ ଆମଦାନି କାରଣରୁ ଏହି ଦର ବଢ଼ିଥିବା କୁହାଯାଉଥିଲା। ଚଳିତ ମାସ ୧୪ରୁ ୧୬ ତାରିଖ ମଧ୍ୟରେ ଫ୍ରିଡମ୍ ରିଫାଇନ୍ ତେଲ ଲିଟର ପିଛା ହୋଲସେଲ୍ ଦର ୧୭୫ ଟଙ୍କା ଓ ଫର୍ଚୁନ୍ ରିଫାଇନ୍ ତେଲ ୧୬୫ ଟଙ୍କା ରହିଥିବା ବେଳେ ଖୁଚୁରାରେ ଏସବୁ ଅଧିକ ୫ ଟଙ୍କା ଅର୍ଥାତ୍ ୧୮୦ ଟଙ୍କା ଓ ୧୭୦ ଟଙ୍କାରେ ବିକ୍ରି ହେଉଥିଲା। Cooking oil: ମଲ୍ରୁ ଶୀଘ୍ର ସରୁଛି ଖାଇବା ତେଲ: ପହଞ୍ଚିବା ମାତ୍ରେ ବୋହି ନେଉଛନ୍ତି ଏବେ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଫ୍ରିଡମ୍ ତେଲ ହୋଲସେଲ୍ ଦର ଲିଟର ପିଛା ୧୭୭ ଟଙ୍କା ଓ ଫର୍ଚ୍ୟୁନ୍ ତେଲ୍ ୧୬୭ ଟଙ୍କା ରହିଛି। ଏଥି ପାଇଁ ଖୁଚୁରାରେ ଏବେ ଫ୍ରିଡମ୍ ଲିଟର ପିଛା ୧୮୧ ଟଙ୍କାରୁ ଅଧିକ ଓ ଫର୍ଚ୍ୟୁନ୍ ଲିଟର ପିଛା ୧୭୨ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ଦୁଇ ସପ୍ତାହରେ ରିଫାଇନ୍ ତେଲ ଲିଟର ପିଛା ପାଖାପାଖି ୨୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ଫେବ୍ରୁଆରି ଶେଷରେ ହୋଲସେଲ୍ରେ ପାମୋଲିନ୍ ପେଟି (୧୦ ପ୍ୟାକେଟ୍)କୁ ରାଗ ଗୋଲ୍ଡ ୯୫୦ ଟଙ୍କା, ବେଷ୍ଟ ଚଏସ୍ ୯୫୦ ଟଙ୍କା ଓ ରୁଚି ଗୋଲ୍ଡ ପେଟି ୧୦୮୦ ଟଙ୍କା ରହିଥିବାବେଳେ ଏବେ ରାଗ ଗୋଲ୍ଡ ହୋଲସେଲ୍ ଦର ୧୦୨୫ ଟଙ୍କା, ବେଷ୍ଟ ଚଏସ୍ ୧୦୨୫ ଟଙ୍କା, ରୁଚି ଗୋଲ୍ଡ ପେଟି ୧୧୮୦ ଟଙ୍କା ରହିଛି। ଏହି ଅନୁସାରେ ପୂର୍ବ ତୁଳନାରେ ପାମୋଲିନ୍ ତେଲ ଲିଟରକୁ ଖାଉଟିଙ୍କୁ ୧୦ ଟଙ୍କା ଅଧିକ ପଡ଼ୁଛି। ଏ ସଂକ୍ରାନ୍ତରେ କଟକ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି ଯେରିଫାଇନ୍ତେଲର ହୋଲସେଲ୍ ଦର ଲିଟର ପିଛା ୧୦ ଟଙ୍କା ବଢ଼ିଥିବା ବେଳେ ପାମୋଲିନ୍ ତେଲ ଲିଟର ପିଛା ୫ ଟଙ୍କାରୁ ଅଧିକ ବଢ଼ିଛି।
ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ଭାରତର ବିଶୋଧିତ ତୈଳ ମୂଲ୍ୟ ପୁଣି ବୃଦ୍ଧି ପାଇଛି।
Sambad•
%2Fsambad%2Fmedia%2Fmedia_files%2FtWxyZXMHE5WxbV1aG4Md.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.