ଭଞ୍ଜନଗର: ଭଞ୍ଜନଗର ଥାନା ବାଉଁଶଲୁଣ୍ଡି ରାସ୍ତାର ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ଏକ ଫାଷ୍ଟଫୁଡ୍ଦୋକାନକରିଥିବା ହରିକୃଷ୍ଣ ସ୍ଵାଇଁଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଗତକାଲି ରାତିରେ ସେ ଦୋକାନ ନିକଟରେ ଅଚେତ୍ ପଡ଼ିଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାକ୍ତରସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିଛି। ଅନ୍ୟପଟେ ସନ୍ଧ୍ୟାରେ ହରିକୃଷ୍ଣଙ୍କ ସହ କିଛି ଅଜଣା ଲୋକଙ୍କ ବଚସା ସହ ଧସ୍ତାଧସ୍ତି ହେଉଥିବା ବଜାରର କିଛି ଲୋକ ଦେଖିଥିବା ପ୍ରକାଶ କରିଥିବା ବେଳେ ସେଥିରୁ କେହି ଆଘାତ ଦେଇ ଥିବା ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଆହୁରି ପଢ଼ନ୍ତୁ:Accident 4 Seriously Injured ଟ୍ରଲରକୁ ପଛରୁ ଧକ୍କା ଦେଲା ଆଇଚର୍, ୪ ଗୁରୁତର ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଆହୁରି ପଢ଼ନ୍ତୁ:Mohan Charan Majhi: ପ୍ରକୃତ ବିକାଶ ହେଇଛି ରାଜ୍ୟର ମା ଏବଂ ଭଉଣୀମାନଙ୍କ ସୁରକ୍ଷା: ମୁଖ୍ୟମନ୍ତ୍ରୀ
ଭଞ୍ଜନଗର ଫାଷ୍ଟଫୁଡ୍ ବିକ୍ରେତାଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।
Sambad•
%2Fsambad%2Fmedia%2Fmedia_files%2F2026%2F02%2F04%2Funtitled-2026-02-04-10-07-28.png&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.