ଭୁବନେଶ୍ଵର:ରାଜଧାନୀ ଭୁବନେଶ୍ଵର ମାର୍କେଟରେ ପୁଣି ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଲା ମାର୍କେଟ୍ କମ୍ପ୍ଲେକ୍ସ । ଭୁବନେଶ୍ଵର ସିଆରପି ଛକ ଅଞ୍ଚଳରେ ଅବସ୍ଥିତ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି। ଘଟଣାସ୍ଥଳରୁ ଘନ ଧୂଆଁ ବାହାରୁଥିବାରୁ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାଥମିକ ସୂଚନା ଅନୁସାରେ, ସର୍ଟସର୍କିଟ୍ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତଥାପି ଅଗ୍ନିକାଣ୍ଡର ସଠିକ କାରଣ ନିଶ୍ଚିତ ହୋଇନାହିଁ। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁ ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି। ନିଆଁ ଲିଭା କାର୍ଯ୍ୟରେ ଏପର୍ଯ୍ୟନ୍ତ ୬ଟି ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ ଥିବା ଜଣାପଡି଼ଛି । Iran-US War: ଆମେରିକାର ସୁରକ୍ଷା କବଚ ଡେଇଁଲା… HDFC ବ୍ୟାଙ୍କକୁ ବଡ଼ ଝଟକା! ଚେୟାରମ୍ୟାନ୍… ତେବ ଏପର୍ଯ୍ୟନ୍ତ କୌଣସି ଜୀବନ ହାନି ହେବାର ସୂଚନା ମିଳିନାହିଁ, କିନ୍ତୁ ଦୋକାନ ଓ ସମ୍ପତ୍ତିର ହାନି ହେବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକମାନେ ଓ ପୋଲିସ ପ୍ରଶାସନ ମିଶି ଅଞ୍ଚଳକୁ ଖାଲି କରାଇବା ସହିତ ପରିସ୍ଥିତିକୁ ନଜରରେ ରଖିଛନ୍ତି। ନିଆଁ ପୂରାପୂରି ନିୟନ୍ତ୍ରଣ ହେବା ପରେ ଅଗ୍ନିକାଣ୍ଡର ନିଶ୍ଚିତ କାରଣ ସ୍ପଷ୍ଟ ହେବ।
ଭୁବନେଶ୍ୱରର ପ୍ରିୟଦର୍ଶିନୀ ବଜାରରେ ଭୟାବହ ଅଗ୍ନିକାଣ୍ଡ
Odisha Bhaskar•

Full News
Share:
Disclaimer: This content has not been generated, created or edited by Achira News.
Publisher: Odisha Bhaskar
Want to join the conversation?
Download our mobile app to comment, share your thoughts, and interact with other readers.