Achira News Logo
Achira News

ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣାରେ ମହିଳା ବାଇକ୍ ଚାଳକଙ୍କ ମୃତ୍ୟୁ

Prameya
ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣାରେ ମହିଳା ବାଇକ୍ ଚାଳକଙ୍କ ମୃତ୍ୟୁ
Full News
Share:

ଭୁବନେଶ୍ବର ୦୪/୦୫ : ପଳାଶୁଣୀ ଛକରେ ପୁଣି ଗଡ଼ିଲା ମୁଣ୍ଡ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ମହିଳା ଆରୋହୀ। ଭୁବନେଶ୍ୱର ପଳାଶୁଣୀ ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ ଦୁର୍ଘଟଣା ଘଟିଛି। ବୁଲେଟ୍ ପଛରେ ଧକ୍କା ଦେଇଥିଲା ଟ୍ରକ୍। ଚକା ତଳେ ପଡ଼ି ମହିଳାଙ୍କ ଜୀବନ ଚଲାଯାଇଛି । ବୁଲେଟ୍‌ରେ ସ୍ୱାମୀ- ସ୍ତ୍ରୀ ଯାଉଥିବା ବେଳେ ଦୁର୍ଘଟଣା। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଟ୍ରକ୍ ଓ ବୁଲେଟ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଆଜି ସକାଳେ ସ୍ୱାମୀ ସ୍ତ୍ରୀ ଏକ ବୁଲେଟ୍ ଯାଉଥିବା ବେଳେ ଦୁର୍ଘଟଣା। ବୁଲେଟ୍ ପଛରେ ପିଟିଲା ଟ୍ରକ୍। ଟ୍ରକ୍ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ। ମୃତକ ହେଲେ ନମିତା ରାଉଳ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଟ୍ରକ୍ ଜଳିବା ପୂର୍ବରୁ ପହଞ୍ଚିଲେ ସ୍ଥାନୀୟ ମଞ୍ଚେଶ୍ଵର ଥାନା ଅଧିକାରୀ। ସ୍ଥାନୀୟ ଲୋକେ, ଟ୍ରାଫିକ ପୁଲିସ ଓ ଥାନା ଅଧିକାରୀ ପହଞ୍ଚି ୨୦ମିନିଟ୍ ରେ ଟ୍ରାଫିକ୍ କ୍ଲିୟର କରିଥିଲେ । ବୁଲେଟ୍ ଚଳାଉ ଥିବା ସ୍ୱାମୀ ହେମନ୍ତ ରାଉଳ ଏବଂ ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା। କେମିତି ଦୁର୍ଘଟଣା ଘଟିଲା ? ଟ୍ରକ୍ ଡ୍ରାଇଭରଙ୍କ ଭୁଲ୍ ଅଛି ନା ନାହିଁ ? ଭାରସାମ୍ୟ ହରାଇଲେ କି ବୁଲେଟ୍ ଚାଳକ ? ଏସବୁ ଦିଗରେ ମଞ୍ଚେଶ୍ବର ପୁଲିସ ତଦନ୍ତ ଚଳାଇଛି। ଅଧିକ ପଢ଼ନ୍ତୁ :-Major Road Accident: ବିବାହ ଭୋଜିରୁ ଫେରିବା ବେଳେ ହାଇଓ୍ବାକୁ ପିଟିଲା ବୋଲେରୋ, ଦୁର୍ଘଟଣାରେ ୬ ମୃତ, ୭ ଆହତ

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣାରେ ମହିଳା ବାଇକ୍ ଚାଳକଙ୍କ ମୃତ୍ୟୁ | Achira News