IND-US Trade Deal:ଭାରତ ଏବଂ ଅମେରିକା ମଧ୍ୟରେ ଟ୍ରେଡ୍ ଡିଲ୍ ଘୋଷଣା ହୋଇଛି, ଯାହା ଭାରତୀୟ ରପ୍ତାନିକାରୀଙ୍କ ପାଇଁ ବଡ଼ ଖୁସିର ଖବର ନେଇଆସିଛି। ଏହି ଡିଲ୍ ଅନୁସାରେ ଅମେରିକା ଭାରତୀୟ ସାମଗ୍ରୀ ଉପରେ ଲାଗୁଥିବା ଟ୍ୟାରିଫ୍କୁ ୫୦ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଛି। ବିଶେଷକରି ପୋଷାକ, ଲେଦର୍ ଏବଂ ଫୁଟୱେୟାର୍ ସେକ୍ଟର ପାଇଁ ଏହା ବଡ଼ ଆଶ୍ଵସ୍ତି । ଏହି କମ୍ପାନୀଗୁଡ଼ିକ ସମର୍ ସିଜନ ପାଇଁ ନିଜ କଣ୍ଟେନର ପଠାଇ ସାରିଥିବା ବେଳେ ଆଗାମୀ ସିଜନକୁ ନେଇ ଚିନ୍ତାରେ ଥିଲେ। ଗତ କିଛି ମାସ ଧରି ଅନେକ ଛୋଟ ଭାରତୀୟ କମ୍ପାନୀ ଅମେରିକାକୁ ଏକ୍ସପୋର୍ଟ ବନ୍ଦ କରିଦେଇଥିବା ବେଳେ ବଡ଼ କମ୍ପାନୀଗୁଡ଼ିକ ଭାରି ଡିସ୍କାଉଣ୍ଟ ଦେଇ କାମ ଚଲାଉଥିଲେ। ଅତିରିକ୍ତ ଟାରିଫ୍ ମଧ୍ୟ ହଟିଲା ଇରାନ ଓ ଆମେରିକା ଭିତରେ ବସିବ ବଡ଼ ବୈଠକ;… IND-USA Trade Deal: ଲାପଟପଠାରୁ ଆରମ୍ଭ କରି… ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଡିଲ୍ ଘୋଷଣା କରି କହିଛନ୍ତି ଯେ, ଭାରତ ଉପରେ ଟାରିଫ୍ ୧୮ ପ୍ରତିଶତକୁ କମାଯାଇଛି। ଏଥିସହ ରୁଷିଆରୁ ତେଲ କିଣିବାକୁ ନେଇ ଲାଗୁଥିବା ୨୫ ଶତାଂଶ ଅତିରିକ୍ତ ଟାରିଫ୍କୁ ମଧ୍ୟ ହଟାଯାଇଛି। ଟ୍ରମ୍ପଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆରୁ ତେଲ କ୍ରୟ ବନ୍ଦ କରିବାକୁ ସହମତ ହୋଇଛନ୍ତି। ଚୀନ୍ ଓ ବାଂଲାଦେଶ ସହ ପ୍ରତିସ୍ପର୍ଧା ଏହି ଟ୍ରେଡ୍ ଡିଲ୍ ପରେ ଅମେରିକୀୟ ବଜାରରେ ଭାରତୀୟ ସାମଗ୍ରୀ ଆଉ ଅଧିକ ପ୍ରତିସ୍ପର୍ଧାମୂଳକ ହେବ। ଭାରତୀୟ ଗାର୍ମେଣ୍ଟ୍ ଉପରେ ୧୮ ପ୍ରତିଶତ ଟାରିଫ୍ ଲାଗିବା ବେଳେ ବାଂଲାଦେଶ ଓ ଶ୍ରୀଲଙ୍କା ଉପରେ ୨୦ ପ୍ରତିଶତ ଟାରିଫ୍ ରହିବ। ଏହା ସହ ଭାରତୀୟ କାର୍ପେଟ୍, ଚିଙ୍ଗୁଡ଼ି (Shrimp) ଏବଂ ରତ୍ନ–ଆଭୂଷଣ ସେକ୍ଟରକୁ ମଧ୍ୟ ଲାଭ ମିଳିବ। ଚୀନ୍ର ଅଧିକାଂଶ ସାମଗ୍ରୀ ଉପରେ ଅମେରିକାରେ ୩୪ ଶତାଂଶ ଟାରିଫ୍ ଲାଗୁଥିବାରୁ, ଭାରତୀୟ ସାମଗ୍ରୀ ଏବେ ଚୀନ୍ ଠାରୁ ମଧ୍ୟ ଶସ୍ତା ପଡ଼ିବ। ତେବେ କହିରଖୁଛୁ ଯେ, ଅଟୋ ପାର୍ଟସ୍ ଓ ମେଟାଲ୍ ସେକ୍ଟରରେ ଟ୍ୟାରିଫ୍ ଏପର୍ଯ୍ୟନ୍ତ ଜାରି ରହିଛି। ରପ୍ତାନି ତଥ୍ୟ ଏବଂ ପୂର୍ବ ଶୁଳ୍କର ପ୍ରଭାବ: ଏପ୍ରିଲ୍ରୁ ନଭେମ୍ବର ମଧ୍ୟରେ ଭାରତରୁ ଅମେରିକାକୁ ଏକ୍ସପୋର୍ଟ ୧୧.୩ ଶତାଂଶ ବୃଦ୍ଧି ପାଇ ୫୯ ବିଲିୟନ୍ ଡଲାରକୁ ପହଞ୍ଚିଛି। ସ୍ମାର୍ଟଫୋନ୍ ଏକ୍ସପୋର୍ଟ ଦୁଇଗୁଣା ହୋଇ ୧୬.୭ ବିଲିୟନ୍ ଡଲାର ହୋଇଛି। ଏହି ଟ୍ରେଡ୍ ଡିଲ୍ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ନୂଆ ସୁଯୋଗ ଖୋଲିଦେବ ବୋଲି ଆଶା କରାଯାଉଛି।
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଶୁଳ୍କ ହ୍ରାସ, ରପ୍ତାନିକାରୀଙ୍କୁ ଆଶ୍ୱସ୍ତି
Odisha Bhaskar•

Full News
Share:
Disclaimer: This content has not been generated, created or edited by Achira News.
Publisher: Odisha Bhaskar
Want to join the conversation?
Download our mobile app to comment, share your thoughts, and interact with other readers.