ନୂଆଦିଲ୍ଲୀ,୦୪।୦୨: ଭାରତ-ଆମେରିକା ଟ୍ରେଡ୍ ଡିଲ୍ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଅପ୍ରତ୍ୟାଶିତ ଭାବେ ସୋମବାର ରାତିରେ ଘୋଷଣା କରିଥିଲେ । ଏହା ପରେ ଭାରତ ସରକାରଙ୍କ ପକ୍ଷରୁ ଟ୍ରେଡ୍ ଡିଲ ନେଇ ବିଦ୍ଧିବଧ ଭାବେ ପ୍ରଥମ ବୟାନ ଜାରି କରାଯାଇଛି । ମଙ୍ଗଳବାର କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ କହିଛନ୍ତି, ଚୂଡାନ୍ତ ପର୍ଯ୍ୟାୟରେ ରହିଛି ଟ୍ରେଡ୍ ଡିଲ୍ । ଉଭୟ ଦେଶ ଏହାକୁ ନେଇ ଶୀଘ୍ର ବୟାନ ଜାରି କରିବେ । ଏହି ଡିଲରେ ଦେଶର ସ୍ୱାର୍ଥ ସହ କୌଣସି ବି କ୍ଷେତ୍ରରେ ସାଲିସ କରାଯାଇନାହିଁ । ଏହା ଏକ ସର୍ବୋତ୍ତମ ଡିଲ୍, ଯାହାକୁ ନେଇ ପ୍ରତି ଭାରତୀୟ ଗର୍ବ କରିବେ । ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ବେଶ ଭଲ ଡିଲ୍ ଲାଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା କୃଷି ଏବଂ ଦୁଗ୍ଧଜାତୀୟ କ୍ଷେତ୍ରକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ଏହି କ୍ଷେତ୍ର ଗୁଡ଼ିକର ସ୍ୱାର୍ଥକୁ ସର୍ବଦା ସୁରକ୍ଷା ଦିଆଯାଇଛି । ଶ୍ରମ କୈନ୍ଦ୍ରିକ ଏବଂ ରୋଜଗାର ସୃଷ୍ଟି କରୁଥିବା କ୍ଷେତ୍ର ଗୁଡ଼ିକର ନିବେଶ ଯେଭଳି ପ୍ରଭାବିତ ନ ହୁଏ ତାହା ଧ୍ୟାନରେ ରହିଛି । ସମସ୍ତେ ଏହି ଡିଲ୍କୁ ନେଇ ଉତ୍ସାହିତ । ଏଥିଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ । ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁତ୍ୱକୁ ସମ୍ମାନ କରିଛନ୍ତି । ଉଭୟ ଦେଶ ଏହି ଡିଲ୍କୁ ନେଇ ଶୀଘ୍ର ଚୂଡାନ୍ତ ବୟାନ ଜାରି କରିବେ । ଶ୍ରୀ ଗୋୟଲ ପୁଣି କହିଲେ, ଏଭଳି ଡିଲ୍ ଜରିଆରେ ଭାରତର ରପ୍ତାନି ଆହୁରି ଦୃଢ଼ ହେବ । ଦେଶର ଇଞ୍ଜିନିୟରିଂ ଯନ୍ତ୍ରାଂଶ ପ୍ରସ୍ତୁତ କରୁଥିବା କମ୍ପାନି, ବୟନ, ସାମୁଦ୍ରିକ ଖାଦ୍ୟ ସାମଗ୍ରୀ, ଜୁଏଲେରି କ୍ଷେତ୍ର ସମେତ ଦେଶର ମାନୁଫାକ୍ଚରିଂ କ୍ଷେତ୍ରକୁ ବଳ ମିଳିବ। ପ୍ରତିସ୍ପର୍ଦ୍ଧା ଦୃଷ୍ଟିକୋଣରୁ ଏହା ଏକ ଉନ୍ନତ ଡିଲ୍ । ଦେଶର ଅର୍ଥନୀତି ପାଇଁ ଏହି ଡିଲ୍ । ଯାହା ୧୪୦ କୋଟି ନାଗରିକଙ୍କ ଲାଗି ଉଦ୍ଦିଷ୍ଟ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ବ୍ୟକ୍ତି ହୁଅନ୍ତୁ କି କୃଷକ, ମତ୍ସ୍ୟଜିବୀ, ଯୁବବର୍ଗ, ମହିଳା, ଏମ୍ଏସ୍ଏମ୍ଇ, କୁଶଳୀ ଶ୍ରମଶକ୍ତି ଏବଂ ବିଶ୍ୱଲାଗି ମେକ୍ ଇନ୍ ଇଣ୍ଡିଆ ଉତ୍ପାଦ କ୍ଷେତ୍ରରେ ଏହା ନୂଆ ସୁଯୋଗ ସୃଷ୍ଟି କରିବ । ଏହାକୁ ନେଇ ସାରା ଦେଶର ସହଯୋଗ ଦେଖିବାକୁ ମିଳିଛି । ଆହୁରି ପଢନ୍ତୁ-ଅନ୍ଲାଇନ୍ ଗେମ୍ ନିଶା, ବାପା-ମା'ଙ୍କ ଆକଟ, ଆପାର୍ଟମେଣ୍ଟରୁ ଡେଇଁ ୩ ଭଉଣୀଙ୍କ ଆତ୍ମହତ୍ୟା ଦେଶବାସୀ ଏହାକୁ ନେଇ ଉତ୍ସାହିତ । ରପ୍ତାନିକାରୀ, ଟେକ୍ନୋଲୋଜି କ୍ଷେତ୍ର ସହ ଜଡିତ ବ୍ୟକ୍ତି ବିଶେଷ ଏବଂ ନୂଆ କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଏହା ମଧ୍ୟରେ ସାମିଲ ରହିଛନ୍ତି । ଦେଶ ଏହା ଦ୍ୱାରା ଆମେରିକାର ନୂଆ ଟେକ୍ନୋଲୋଜି ଲାଭ କରିପାରିବ । ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କର ଏହା ଏକ ଟର୍ଣ୍ଣିଂ ପଏଣ୍ଟ । ଯାହା ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ଦିଗରେ ସହାୟକ ।
ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ; ଚୂଡ଼ାନ୍ତ ପର୍ଯ୍ୟାୟ ସ୍ଥିର
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.