ନୂଆଦିଲ୍ଲୀ,୦୩/୦୨;କୌଣସି କାରଣ ନଦର୍ଶାଇ ପାକିସ୍ତାନ ସରକାର ଟିଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ବିପକ୍ଷ ମ୍ୟାଚ ବୟକଟ୍ କରିବା ନେଇ ଗତକାଲି (ସୋମବାର) ଘୋଷଣା କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଏ ବିଷୟରେ ଲିଖିତ ଭାବେ ଆଇସିସିକୁ ଅବଗତ କରାଯାଇ ନାହିଁ । ତଥାପି ଆଇସିସି ପକ୍ଷରୁ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ କୁହାଯାଇଛି । ଯଦି ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାନଯାଏ ତେବେ ୨୨୦୦ରୁ ଊଦ୍ଧ୍ୱର୍ କୋଟି ଟଙ୍କା କ୍ଷତି ହେବ । ଦୁଇ ଦେଶ ମଧ୍ୟରେ ସଂପର୍କ ଅତି ତିକ୍ତ ରହିଥିବାରୁ ଦ୍ୱିପାକ୍ଷିକ ସିରିଜ ଦୀର୍ଘ ବର୍ଷ ଧରି ସ୍ଥଗିତ ରହିଛି । କେବଳ ଉଭୟ ଦଳ ଆଇସିସି ଓ ଏସିସି ଟୁର୍ଣ୍ଣାମେଣ୍ଟରେ ମ୍ୟାଚ ଖେଳିଥାନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଟି-ଟ୍ୱେଣ୍ଟି ବିଶ୍ୱକପ୍ ଭାରତ- ପାକିସ୍ତାନ ମ୍ୟାଚର ଭାଲ୍ୟୁ ରହିଛି ୨୨୦୦ କୋଟିରୁ ଅଧିକ ଟଙ୍କା । ଯଦି ଏହି ମ୍ୟାଚ ଖେଳା ନଯାଏ ତେବେ ଆଇସିସି, ଆୟୋଜକ, ପ୍ରାୟୋଜକ ଏବଂ ପ୍ରସାରକ ସମସ୍ତେ କ୍ଷତି ସହିବେ । ଯାହା ଏବେ ଆଇସିସି ପାଇଁ ଚିନ୍ତାର ବିଷୟ ପାଲଟିଛି । ଆସନ୍ତା ୧୫ ତାରିଖରେ ଖେଳାଯିବାକୁ ଥିବା ଭାରତ-ପାକ୍ ମ୍ୟାଚର ମୋଟ୍ ଭାଲ୍ୟୁ ୨୫୦ ମିଲିୟନ ଡଲାର (୨୨୦୦ରୁ ଊଦ୍ଧ୍ୱର୍ କୋଟି) ଆକଳନ କରାଯାଇଛି । ମ୍ୟାଚ୍ ପ୍ରସାରଣ ସମୟରେ ପ୍ରତି ୧୦ ସେକେଣ୍ଡ ବିଜ୍ଞାପନ ପାଇଁ ୪୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ଯଦି ପାକିସ୍ତାନ ମ୍ୟାଚ ନଖେଳେ ତେବେ ପିସିବିକୁ ଘୋର ଅର୍ଥ ଦଣ୍ଡରେ ଦଣ୍ଡିତ କରିବ ଆଇସିସି । ଭାରତ-ପାକ୍ ଗୋଟିଏ ମ୍ୟାଚର ଭାଲ୍ୟୁ ୨୫୦ ମିଲିୟନ ଡଲାର । ପିସିବିର ବାର୍ଷିକ ରୋଜଗାର ୩୫.୫ ମିଲିୟନ ଡଲାର । ଅର୍ଥାତ ପିସିବିର ରୋଜଗାର ଠାରୁ ଏହି ମ୍ୟାଚର ମୂଲ୍ୟ ୭ ଗୁଣା ଅଧିକ । ଏହି ମ୍ୟାଚକୁ ସାରା ବିଶ୍ୱରେ ୧ ବିଲିୟନରୁ ଊଦ୍ଧ୍ୱର୍ ଦେଖିବେ ବୋଲି ଅନୁମାନ କରାଯାଉଛି । ଯଦି ପାକିସ୍ତାନ ମ୍ୟାଚ ନଖେଳେ ଭାରତକୁ ପୂରା ପଏଣ୍ଟ ମିଳିବ । ଗତକାଲି ସୋସିଆଲ ମିଡିଆ ଏକ୍ସରେ ପାକ୍ ସରକାର କହିଥିଲେ, ‘ବିଶ୍ୱକପ୍ ଖେଳିବାକୁ ପାକିସ୍ତାନ ଦଳ ଶ୍ରୀଲଙ୍କା ଯାତ୍ରା କରିବ । କିନ୍ତୁ ୧୫ ତାରିଖରେ ଭାରତ ବିପକ୍ଷ ମ୍ୟାଚରେ ଦଳ ପଡ଼ିଆକୁ ଓହ୍ଲାଇବ ନାହିଁ ।’ ପାକିସ୍ତାନର ବୟକଟ ପ୍ରସଙ୍ଗକୁ ନେଇ ଆଇସିସି ପକ୍ଷରୁ କୌଣସି ଜରୁରିକାଳୀନ ବୈଠକ ଡକା ଯାଇ ନାହିଁ । ଯଦି ପିସିବି ଲିଖିତ ଭାବେ ଜଣାଏ ତେବେ ଏହା ଉପରେ ଆଇସିସି ବିଚାର କରିବ । ଏହା ବି ପଢନ୍ତୁ...ବିଶ୍ବକପ ଇତିହାସ : ବର୍ଜନ କରିଥିବା ଦଳଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ICC ଆସନ୍ତା ୪ ତାରିଖରେ ପାକ୍ ଦଳ ଆୟର୍ଲାଣ୍ଡ ବିପକ୍ଷରେ ୱାର୍ମଅପ ମ୍ୟାଚ ଖେଳିବ । କଲମ୍ବ ପହଞ୍ଚି ସାରିଛି ଆଘାସେନା । ଆସନ୍ତା ୭ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ । ଭାରତ ଓ ଶ୍ରୀଲଙ୍କା ମିଳିତ ଆୟୋଜକ ରହିଛନ୍ତି । ପାକିସ୍ତାନ ଦଳ ତା’ର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ । ଗ୍ରୁପ୍ ଏ’ରେ ଭାରତ ସମେତ ପାକିସ୍ତାନ, ୟୁଏସ୍ଏ, ନେଦରଲାଣ୍ଡସ ଓ ନାମିବିୟା ସାମିଲ ରହିଛନ୍ତି ।
ଭାରତ ବିପକ୍ଷ ଟି-20 ବିଶ୍ୱକପ୍ ମ୍ୟାଚ୍କୁ ବୟକଟ୍ କଲା ପାକିସ୍ତାନ, ଆର୍ଥିକ କ୍ଷତିର ଆଶଙ୍କା
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.