Achira News Logo
Achira News

ଭାରତ ବିପକ୍ଷ ମ୍ୟାଚ୍ ଉପରେ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରାଯିବ ବୋଲି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଆଶ୍ୱାସନା ଦେଇଛନ୍ତି।

Dharitri
ଭାରତ ବିପକ୍ଷ ମ୍ୟାଚ୍ ଉପରେ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରାଯିବ ବୋଲି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଆଶ୍ୱାସନା ଦେଇଛନ୍ତି।
Full News
Share:

କରାଚୀ,୨ା୨- ସରକାର ଏବଂ କ୍ରିକେଟ ବୋର୍ଡ ଯାହା ନିଷ୍ପତ୍ତି ନେବ, ଆମେ ତାହା ପାଳନ କରିବୁ। ପାକିସ୍ତାନ ଦଳର ଅଧିନାୟକ ସଲମାନ ଅଲୀ ଆଘା ସୋମବାର ଦଳର କଲମ୍ବୋ ଯାତ୍ରା ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି। ଆମ ଖେଳାଳିଙ୍କର ବୋର୍ଡ ସହ ଚୁକ୍ତି ହୋଇଛି। ଆମ ସରକାର ଓ ବୋର୍ଡ ଯାହା ନିଷ୍ପତ୍ତି ନେବେ, ସମସ୍ତ ଖେଳାଳି ତାହା ପାଳନ କରିବେ। ଭାରତ ବିପକ୍ଷ ମ୍ୟାଚ୍‌ ଛଡ଼ା ଆମକୁ ୩ଟି ଗ୍ରୁପ ମ୍ୟାଚ୍‌ ଖେଳିବାର ଅଛି। ଆମେ ସେଗୁଡ଼ିକୁ ଜିତି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛୁ ବୋଲି ସଲମାନ କହିଛନ୍ତି। ଅନ୍ୟପକ୍ଷରେ ଶାହିଦ ଆଫ୍ରିଦୀ, ମହମ୍ମଦ ୟୁସୁଫ, ରଶିଦ ଲତିଫ, ମୋଇନ ଖାନ, ସର୍ଫରାଜ ଅହମଦ, ମହସିନ ଖାନଙ୍କ ଭଳି ପୂର୍ବତନ ଖେଳାଳି ଭାରତ ବିପକ୍ଷ ମ୍ୟାଚ୍‌କୁ ବଏକଟ କରାଯିବା ନିଷ୍ପତ୍ତି ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତ ବିପକ୍ଷ ମ୍ୟାଚ୍ ଉପରେ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରାଯିବ ବୋଲି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଆଶ୍ୱାସନା ଦେଇଛନ୍ତି। | Achira News