ନୂଆଦିଲ୍ଲୀ, ୧୮।୩:ଭାରତର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ବିଦ୍ରୋହକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ୭ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ଏହି ଗୋଷ୍ଠୀରେ ୬ ଜଣ ୟୁକ୍ରେନୀୟ ଏବଂ ଜଣେ ଆମେରିକୀୟ ନାଗରିକ ସାମିଲ ଅଛନ୍ତି । NIA ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଆମେରିକୀୟ ନାଗରିକଙ୍କ ନାମ ମାଥ୍ୟୁ ଆରୋନ ଭାନଡାଇକ। ଅନ୍ୟ ୬ ଜଣ ୟୁକ୍ରେନୀୟ ନାଗରିକ ହେଲେ ପେଟ୍ରୋ ହୁର୍ବା, ତାରାସ ସ୍ଲିଭିଆକ, ଇଭାନ ସୁକମାନୋଭସ୍କି, ମାରିଅନ ଷ୍ଟେଫାନକିଭ, ମ୍ୟାକ୍ସିମ ହୋନଚାରୁକ, ଭିକ୍ଟର କାମିନ୍ସକି । ଏହା ବି ପଢ଼ନ୍ତୁ...ପସନ୍ଦର ସିଟ୍ରେ ବିମାନ ଯାତ୍ରା ପାଇଁ ଦେବାକୁ ପଡ଼ିବନି ଅତିରିକ୍ତ ଟଙ୍କା, ବଡ଼ ନିଷ୍ପତ୍ତି ନେଲେ ସରକାର ଫିଲ୍ମ ଷ୍ଟାଇଲରେ ହେଲା ଗିରଫଦାରୀ: ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ସ୍ୱତନ୍ତ୍ର ଅପରେସନ ଜରିଆରେ ଦେଶର ତିନୋଟି ପ୍ରମୁଖ ବିମାନବନ୍ଦରରୁ ଏମାନଙ୍କୁ କାବୁ କରିଥିଲେ । ଆମେରିକୀୟ ନାଗରିକ ଭାନଡାଇକଙ୍କୁ କୋଲକାତା ବିମାନବନ୍ଦରରୁ ଧରାଯାଇଥିବା ବେଳେ ଅନ୍ୟମାନଙ୍କୁ ଦିଲ୍ଲୀ ଓ ଲକ୍ଷ୍ନୌ ବିମାନବନ୍ଦରରୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇ ଦିଆଯାଇଛି । ଏହି ବିଦେଶୀ ନାଗରିକମାନେ ପର୍ଯ୍ୟଟନ ଭିସାରେ ଭାରତକୁ ଆସି ମିଜୋରାମର ନିଷିଦ୍ଧ ଓ ସଂରକ୍ଷିତ ଅଞ୍ଚଳରେ ବେଆଇନ ଭାବେ ପ୍ରବେଶ କରିଥିଲେ । ସେଠାରୁ ସେମାନେ ମିଆଁମାର ସୀମା ପାର୍ କରି ସେଠାକାର ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀଙ୍କ ସହ ହାତ ମିଳାଇଥିଲେ । ମୁଖ୍ୟ ଅଭିଯୋଗଗୁଡ଼ିକ ହେଲା: ବିଦ୍ରୋହୀଙ୍କୁ ଡ୍ରୋନ୍ ପରିଚାଳନା, ଜାମିଂ କୌଶଳ ଓ ଯୁଦ୍ଧ କୌଶଳ ଶିଖାଇବା । ୟୁରୋପରୁ ବେଆଇନ ଭାବେ ଡ୍ରୋନ୍ ଅଂଶ ଓ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ମିଜୋରାମ ଦେଇ ମିଆଁମାରକୁ ପଠାଇବା । ମିଆଁମାରର ସାମରିକ ଶାସନ ବିରୋଧରେ ଲଢ଼ୁଥିବା ଗୋଷ୍ଠୀଙ୍କୁ ସହଯୋଗ କରିବା ସହ ଭାରତରେ ନିଷିଦ୍ଧ ଥିବା ବିଦ୍ରୋହୀ ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ସାହାଯ୍ୟ କରିବା । ତଦନ୍ତରେ ହୋଇଥିବା ଖୁଲାସା: ପଚରାଉଚରା ସମୟରେ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ, ସେମାନେ AK-47 ରାଇଫଲ୍ ଧରିଥିବା ଆତଙ୍କବାଦୀଙ୍କ ସହ ସିଧାସଳଖ ସମ୍ପର୍କରେ ଥିଲେ । NIA ସେମାନଙ୍କ ପାଖରୁ ଅନେକ ମୋବାଇଲ୍ ଫୋନ୍ ଜବତ କରିଛି । ଏହି ଷଡ଼ଯନ୍ତ୍ର ପଛରେ ଆଉ କାହାର ହାତ ଅଛି ଏବଂ ପାଣ୍ଠି କେଉଁଠୁ ଆସୁଥିଲା, ତାହା ଜାଣିବା ପାଇଁ ଜବତ ଫୋନଗୁଡ଼ିକୁ CERT-Inକୁ ଯାଞ୍ଚ ପାଇଁ ପଠାଯାଇଛି । ଏହି ଘଟଣାକୁ ନେଇ ଭାରତରେ ଥିବା ଆମେରିକୀୟ ଦୂତାବାସ ଗୋପନୀୟତା ରକ୍ଷା କରି ଅଧିକ କିଛି କହିବାକୁ ମନା କରିଥିବା ବେଳେ, ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ନିଜ ନାଗରିକଙ୍କ ଗିରଫଦାରୀକୁ ସ୍ୱୀକାର କରିଛି । ୟୁକ୍ରେନ ଦୂତାବାସ ଏହି ଘଟଣା ଉପରେ ନଜର ରଖିଛି ।
ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ଏନ୍. ଆଇ. ଏ. ସାତ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛି।
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.