Achira News Logo
Achira News

ଭାରତ ସରକାର ଆର୍ଥିକ ବର୍ଷ 07 ରେ ଭାରତୀୟ ରେଳବାଇକୁ 9 ବିଲିୟନ ଟଙ୍କା ବଜେଟ୍ ସହାୟତା ଆବଣ୍ଟନ କରିଛନ୍ତି

Sambad
ଭାରତ ସରକାର ଆର୍ଥିକ ବର୍ଷ 07 ରେ ଭାରତୀୟ ରେଳବାଇକୁ 9 ବିଲିୟନ ଟଙ୍କା ବଜେଟ୍ ସହାୟତା ଆବଣ୍ଟନ କରିଛନ୍ତି
Full News
Share:

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ୍‌ରେ ଭାରତୀୟ ରେଳବାଇକୁ ୨,୯୦,୦୩୦ କୋଟି ଟଙ୍କାର ବଜେଟ୍‌ ସହାୟତା ପ୍ରଦାନ କରିଛନ୍ତି। ଏହା ୨୦୨୫-୨୬ରେ ଦିଆଯାଇଥିବା ୨,୬୨,୨୨୦ କୋଟି ଟଙ୍କାଠାରୁ ଯଥେଷ୍ଟ ଅଧିକ। ଆସନ୍ତା ଆର୍ଥିକ ବର୍ଷରେ ରେଳବାଇର ମୋଟ ଆୟ ୫,୯୨,୫୩୦ କୋଟି ଟଙ୍କା ଓ ବ୍ୟୟ ୫,୮୯,୫୩୦ କୋଟି ଟଙ୍କା ଆକଳନ କରାଯାଇଛି। ଫଳରେ ରେଳବାଇର ପରିଚାଳନା ଅନୁପାତ ୯୮.୪୦ ପ୍ରତିଶତ ହୋଇଛି। ଅର୍ଥାତ୍‌ ରେଳବାଇ ପ୍ରତି ୧୦୦ ଟଙ୍କା ରୋଜଗାର କରିବା ଲାଗି ୯୮ ଟଙ୍କା ୪୦ ପଇସା ବ୍ୟୟ କରିବ। ୨୦୨୫-୨୬ରେ ଏହି ଅନୁପାତ ୯୮.୮୨ ପ୍ରତିଶତ ରହିଥିଲା। ରେଳବାଇ ସମ୍ପର୍କିତ ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ ଯାତ୍ରୀଭଡ଼ା ବାବଦରେ ରେଳବାଇ ୮୭,୩୦୦ କୋଟି ଟଙ୍କା, ମାଲ ପରିବହନରୁ ୧,୮୮,୮୦୦ କୋଟି ଟଙ୍କା, କୋଚିଂ ରାଜସ୍ବ ୯୫୦୦ କୋଟି ଟଙ୍କା, ଅନ୍ୟାନ୍ୟ ରାଜସ୍ବ ଆକାରରେ ୧୬୦୦୦ କୋଟି ଟଙ୍କା ଆୟ କରିବ। ନିଜସ୍ବ ଉତ୍ସରୁ ରେଳବାଇର ମୋଟ ରାଜସ୍ବ ୩,୦୨,୫୦୦ କୋଟି ଟଙ୍କା ହେବ। କେନ୍ଦ୍ର ସରକାର ବଜେଟ୍‌ରୁ ପୁଞ୍ଜି ସହାୟତା ବାବଦରେ ୨,୭୮,୦୩୦ କୋଟି ଟଙ୍କା ପ୍ରଦାନ କରିବେ ଏବଂଅତିରିକ୍ତବଜେଟ୍‌ ସମ୍ବଳ ୧୨୦୦୦ କୋଟି ଟଙ୍କା ରହିବ। ରେଳବାଇର ସାଧାରଣ କାର୍ଯ୍ୟକାରୀ ବ୍ୟୟ ୨,୨୩,୫୦୦ କୋଟି ଟଙ୍କା, ପେନ୍‌ସନ୍‌ ପାଣ୍ଠି ବାବଦ ଖର୍ଚ୍ଚ ୭୧୫୦୦ କୋଟି ଟଙ୍କା ଓ ଡେପ୍ରିସିଏସନ ରିଜର୍ଭ ପାଣ୍ଠିକୁ ଖର୍ଚ୍ଚ ୧୫୦୦ କୋଟି ଟଙ୍କା ରହିବ। Budget: ୫୩,୪୭,୩୧୫ କୋଟିର ବଜେଟ୍‌ ଆଗାମୀ ଆର୍ଥିକ ବର୍ଷରେ ରେଳବାଇ ନୂଆରେଳପଥନିର୍ମାଣରେ ୩୬,୭୨୧.୫୫ କୋଟି ଟଙ୍କା, ଗେଜ୍‌ ପରିବର୍ତ୍ତନରେ ୪୬୦୦ କୋଟି ଟଙ୍କା, ଦୋହରୀକରଣରେ ୩୭,୭୫୦ କୋଟି ଟଙ୍କା, ୟାର୍ଡ ରିମଡେଲିଂରେ ୭୮୯୭.୨୭ କୋଟି ଟଙ୍କା, ରୋଲିଂ ଷ୍ଟକ୍‌ରେ ୬୫,୪୯୬ କୋଟି ଟଙ୍କା, ଲିଜ୍‌ ସମ୍ପତ୍ତିରେ ୩୯୬୫୦ କୋଟି ଟଙ୍କା, ରେଳ ଓଭରବ୍ରିଜ୍ ଓ ଅଣ୍ଡରବ୍ରିଜ୍‌ ପାଇଁ ୮୨୨୫ କୋଟି ଟଙ୍କା, ଟ୍ରାକ୍‌ ନବୀକରଣ ପାଇଁ ୨୨,୮୫୩ କୋଟି ଟଙ୍କା, ବିଦ୍ୟୁତୀକରଣ ପ୍ରକଳ୍ପରେ ୫୦୦୦ କୋଟି ଟଙ୍କା, ୱାର୍କସପ୍‌ରେ ୩୮୮୮ କୋଟି ଟଙ୍କାନିବେଶକରିବ। ସେହିପରି, କର୍ମଚାରୀ କଲ୍ୟାଣରେ ୯୬୭.୩୧ କୋଟି ଟଙ୍କା, ଯାତ୍ରୀ ସୁବିଧାସୁଯୋଗରେ ୧୧,୯୭୧.୮୨ କୋଟି ଟଙ୍କା, ବିଭିନ୍ନ ପିଏସ୍‌ୟୁରେ ୧୭,୨୫୧ କୋଟି ଟଙ୍କା, ମେଟ୍ରୋ ରେଳ ପ୍ରକଳ୍ପରେ ୪୪୯୮ କୋଟି ଟଙ୍କା ନିବେଶ କରାଯିବ। V. Sripati: ପ୍ରେରଣାର ଉତ୍ସ ଭି. ଶ୍ରୀପତି ୭ ହାଇସ୍ପିଡ୍‌ ଟ୍ରେନ୍‌ କରିଡର୍‌ ଦେଶରେ ତ୍ବରିତ ଯାତ୍ରୀ ରେଳସେବା ପାଇଁ ୭ଟି ହାଇସ୍ପିଡ୍‌ ରେଳ କରିଡର୍‌ଉତ୍ସର୍ଗକରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ୍‌ରେ ଘୋଷଣା କରିଛନ୍ତି। ଏହି କରିଡର୍‌ଗୁଡ଼ିକ ଦେଶର ପ୍ରମୁଖ ଶିଳ୍ପ, ବାଣିଜ୍ୟ ଓ ସାଂସ୍କୃତିକ କେନ୍ଦ୍ର ଥିବା ସହରଗୁଡ଼ିକୁ ଯୋଡ଼ିବ। ତ୍ବରିତ ଓ ପରିବେଶ ଅନୁକୂଳ ଅତ୍ୟାଧୁନିକ ରେଳସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି କରିଡର୍‌ଗୁଡ଼ିକ ଉତ୍ସର୍ଗୀକୃତ ହେବ। ପ୍ରସ୍ତାବିତ ଏହି କରିଡର୍‌ଗୁଡ଼ିକ ହେଲା ମୁମ୍ବାଇ-ପୁଣେ, ପୁଣେ-ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁରୁ, ହାଇଦ୍ରାବାଦ-ଚେନ୍ନାଇ, ଚେନ୍ନାଇ-ବେଙ୍ଗାଲୁରୁ, ଦିଲ୍ଲୀ-ବାରାଣସୀ ଓ ବାରାଣସୀ-ସିଲିଗୁଡ଼ି।ଶିଳ୍ପ କରିଡର୍‌ ପାଖରେ ହେବବିଶ୍ବବିଦ୍ୟାଳୟଟାଉନ୍‌ସିପ୍‌ଦେଶର ପ୍ରମୁଖ ଶିଳ୍ପ ଓ ଲଜିଷ୍ଟିକ୍ କରିଡର୍‌ ଆଖପାଖରେ ୫ଟି ବିଶ୍ୱବିଦ୍ୟାଳୟ ଟାଉନ୍‌ସିପ୍ ସ୍ଥାପନ କରିବା ପାଇଁ ଚଳିତ ଆର୍ଥିକ ବର୍ଷର ବଜେଟ୍‌ରେ ଘୋଷଣା କରାଯାଇଛି। ଏହା ଦ୍ବାରା ଶିଳ୍ପ ଓ ମାନବ ସମ୍ବଳ ମଧ୍ୟରେ ସମନ୍ବୟ ବୃଦ୍ଧି ପାଇବ। କ୍ଲଷ୍ଟର୍‌ ମଡେଲରେ ଏହି ସ୍ବତନ୍ତ୍ର ଏକାଡେମିକ୍‌ ଜୋନ୍‌ଗୁଡ଼ିକ ସ୍ଥାପନ କରାଯିବ। ସେଥିରେ ଗୋଟିଏ ପରିସରରେ ବିଶ୍ୱବିଦ୍ୟାଳୟ ସମେତଗବେଷଣାପରୀକ୍ଷାଗାର, ଦକ୍ଷତା ବିକାଶ କେନ୍ଦ୍ର, ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ଓ ତାଲିମ ପ୍ରତିଷ୍ଠାନ ରହିବ। ପ୍ରତ୍ୟେକ ଟାଉନ୍‌ସିପ୍‌ରେ ଉନ୍ନତ ଏକାଡେମିକ୍‌ କୋଠା ସହିତ ଭିତ୍ତିଭୂମି ନିର୍ମାଣ କରାଯିବ। ଏମ୍ଏସ୍‌ଏମ୍‌ଇକୁ ସାହାଯ୍ୟ କରିବେ ‘କର୍ପୋରେଟ୍‌ ମିତ୍ର’ ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିରେ ଗୁରୁତ୍ବପୂର୍ଣ୍ଣଯୋଗଦାନଦେଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକୁ ଦକ୍ଷ କରିବା ଲାଗି ବଜେଟ୍‌ରେ ପଦକ୍ଷେପ ଘୋଷଣା କରାଯାଇଛି। ଏଥିପାଇଁ ତିନି ସୂତ୍ରୀ ଯୋଜନା ପ୍ରସ୍ତୁତ ହୋଇଛି। ତାହା ହେଉଛି ଇକ୍ବିଟି ସହାୟତା, ନଗଦ ରାଶି ସହାୟତା ଓ ପେସାଦାର ସହାପwୟତା। ଇକ୍ବିଟି ସହାୟତାରେ ୧୦,୦୦୦ କୋଟି ଟଙ୍କାର ଉତ୍ସର୍ଗୀକୃତ ଏସ୍‌ଏମ୍‌ଇ ଗ୍ରୋଥ୍‌ ଫଣ୍ଡ୍‌ ଗଠନ କରାଯିବ। ଆତ୍ମନିର୍ଭର ଭାରତ ପାଣ୍ଠିକୁ ୨୦୦୦ କୋଟି ଟଙ୍କା ଦିଆଯିବ। ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ନିୟମ ପାଳନରେ ସହଯୋଗ କରିବା ଲାଗି ପେସାଦାର ଅନୁଷ୍ଠାନଗୁଡ଼ିକ ସହଯୋଗରେ ‘କର୍ପୋରେଟ୍‌ ମିତ୍ର’ ବିକାଶ କରାଯିବ। କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକ ଏମ୍ଏସ୍‌ଏମ୍ଇ ସହ କରୁଥିବା ସବୁକାରବାରଟିଆର୍‌ଇଡିଏସ୍‌ ଜରିଆରେ ହେବ। ଟିଆର୍‌ଇଡିଏସ୍‌ରେ ଇନ୍‌ଭଏସ୍‌ ରିହାତି ପାଇଁ ଏକ କ୍ରେଡିଟ୍‌ ଗ୍ୟାରେଣ୍ଟି ସହାୟତା ବ୍ୟବସ୍ଥା ଆରମ୍ଭ କରାଯିବ। ସୁଲଭ ଓ ଶୀଘ୍ର ଫାଇନାନ୍ସ ସୁବିଧା ପାଇଁ ଜିଇଏମ୍‌ ଓ ଟିଆର୍‌ଇଡିଏସ୍‌କୁ ମିଶାଇ ଦିଆଯିବ। ପୂର୍ବ-ପଶ୍ଚିମ ପଣ୍ୟ ପରିବହନ କରିଡର୍‌ ଆଜି ଉପସ୍ଥାପିତ କେନ୍ଦ୍ର ବଜେଟ୍‌ରେପଶ୍ଚିମବଙ୍ଗରଡାନକୁନିରୁ ଗୁଜରାଟର ସୁରଟକୁ ଏକ ନୂତନ ଉତ୍ସର୍ଗୀକୃତ ପଣ୍ୟ ପରିବହନ କରିଡର୍‌ କରିବାକୁ ଘୋଷଣା କରାଯାଇଛି। ଏହି କରିଡର୍‌ ପୂର୍ବ ଏବଂ ପଶ୍ଚିମ ଭାରତର ଏକାଧିକ ରାଜ୍ୟକୁ ଅତିକ୍ରମ କରିବ, ଯାହା ଗୁଜରାଟର ଶିଳ୍ପାଞ୍ଚଳ ଏବଂ ଦେଶର ପୂର୍ବାଞ୍ଚଳ ମଧ୍ୟରେ ମାଲ ପରିବହନ ସଂଯୋଗକୁ ଉଲ୍ଲେଖନୀଯ଼ ଭାବରେ ବୃଦ୍ଧି କରିପାରିବ। ଏହା ପଣ୍ୟ ପରିବହନ କ୍ଷେତ୍ରରେ ଖର୍ଚ୍ଚକୁ ବହୁ ପରିମାଣରେ ହ୍ରାସ କରିପାରିବ। ସମ୍ପ୍ରତି ଦେଶରେ ଦୁଇଟି ଉତ୍ସର୍ଗୀକୃତ ପଣ୍ୟ ପରିବହନ କରିଡର୍‌ ରହିଛି। ଏହି ନୂତନକରିଡର୍‌ଫଳପ୍ରଦ ହେଲେ ତାହା ପୂର୍ବରୁ ଥିବା ଦୁଇଟି ନେଟ୍‌ୱର୍କକୁ ସଂଯୋଗ କରିବ ଏବଂ ସମଗ୍ର ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଏକ ନିରନ୍ତର ମାଲ ପରିବହନ ଭିତ୍ତିଭୂମି ସୃଷ୍ଟି ହୋଇପାରିବ। ଇଣ୍ଡିଆ ସେମିକଣ୍ଡକ୍ଟର୍‌ ମିସନ୍‌ ୨.୦ ଦେଶରେ ସେମିକଣ୍ଡକ୍ଟର୍‌ ଉତ୍ପାଦନ କ୍ଷେତ୍ରରେବିପ୍ଳବଆଣିବା ପାଇଁ ଇଣ୍ଡିଆ ସେମିକଣ୍ଡକ୍ଟର୍‌ ମିସନ୍‌ କାର୍ଯ୍ୟକାରୀ ହେଉଛି। ତେବେ ବଜେଟ୍‌ରେ ଏହାକୁ ତ୍ବରାନ୍ବିତ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଭାବେ ଇଣ୍ଡିଆ ସେମିକଣ୍ଡକ୍ଟର୍‌ ମିସନ୍‌ ୨.୦ ଘୋଷଣା କରାଯାଇଛି। ଏହା ଦ୍ବାରା ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏବଂ କୁଶଳୀ ଶ୍ରମଶକ୍ତିର ବିକାଶ କରାଯାଇପାରିବ। ଦେଶରେ ସ୍ମାର୍ଟଫୋନ୍‌, ଇଲେକ୍‌ଟ୍ରୋନିକ୍ସ ଉପକରଣ ଓ ବିଦ୍ୟୁତ୍‌ ଚାଳିତ ଯାନ ବୃଦ୍ଧି ପାଉଥିବାବେଳେ ସେମିକଣ୍ଡକ୍ଟର୍‌ ଚାହିଦା ବଢ଼ିଛି। ଚଳିତ ବଜେଟ୍‌ରେ ସେମିକଣ୍ଡକ୍ଟର ମିସନ୍‌କୁ ଇଲେକଟ୍ରୋନିକ୍ସସାମଗ୍ରୀନିର୍ମାଣକାରୀ ସଂସ୍ଥାଗୁଡ଼ିକ ସ୍ବାଗତ କରିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତ ସରକାର ଆର୍ଥିକ ବର୍ଷ 07 ରେ ଭାରତୀୟ ରେଳବାଇକୁ 9 ବିଲିୟନ ଟଙ୍କା ବଜେଟ୍ ସହାୟତା ଆବଣ୍ଟନ କରିଛନ୍ତି | Achira News