Achira News Logo
Achira News

ଭାରତର ଅର୍ଥମନ୍ତ୍ରୀ 2026-27 ଆର୍ଥିକ ବର୍ଷ ପାଇଁ ₹ 50,653,445 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି

Sambad
ଭାରତର ଅର୍ଥମନ୍ତ୍ରୀ 2026-27 ଆର୍ଥିକ ବର୍ଷ ପାଇଁ ₹ 50,653,445 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି
Full News
Share:

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀନିର୍ମଳା ସୀତାରମଣ ଆଜି ୨୦୨୬-୨୭ ଆର୍ଥିକବର୍ଷ ପାଇଁ ୫୩,୪୭,୩୧୫ କୋଟି ଟଙ୍କାର ବଜେଟ୍‌ ଆଗତ କରିଛନ୍ତି। ୨୦୨୫-୨୬ ପାଇଁ ୫୦,୬୫୩୪୫ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। ଏବେ ବଜେଟ୍‌ ଆକାର ପାଖାପାଖି ୩ ଲକ୍ଷ (୨୮୧୯୭୦) କୋଟି ଟଙ୍କା ବଢ଼ିଛି। ପ୍ରତିଶତ ହିସାବରେ ଦେଖିଲେ ବଜେଟ୍‌ ଆକାର ଏଥର ୫.୫୬ ପ୍ରତିଶତ ବଢ଼ିଛି। ସେହିପରି ୨୦୨୬-୨୭ ବଜେଟରେ ଋଣ-ଜିଡିପି ଅନୁପାତ ୫୫.୬ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ୨୦୨୫-୨୬ରେ ଏହା ୫୬.୧ ପ୍ରତିଶତ ରହିଥିବାଦର୍ଶାଯାଇଛି। ଋଣ-ଜିଡିପି ଅନୁପାତ ହ୍ରାସ ଦ୍ବାରା ଅଗ୍ରାଧିକାର କ୍ଷେତ୍ରର ବ୍ୟୟ ଲାଗି ଅଧିକ ପୁଞ୍ଜି ଉପଲବ୍ଧ ହୋଇପାରିବ। ଏଥିସହିତ ୨୦୩୦-୩୧ ସୁଦ୍ଧା ସରକାରଙ୍କ ଋଣ-ଜିଡିପି ଅନୁପାତକୁ ୫୦ ପ୍ରତିଶତରେ ରଖିବା ନେଇ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏଥିରେ ୧ ପ୍ରତିଶତ କମ୍‌ ବେଶୀ ହୋଇପାରେ। ରବିବାର ଦିନ ପ୍ରଥମ ବଜେଟ୍‌: ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ବିତ୍ତୀୟ ନିଅଣ୍ଟ ୪.୩ ପ୍ରତିଶତକୁ କମିବ ୨୦୨୬-୨୭ ଆର୍ଥିକବର୍ଷରେ ବିତ୍ତୀୟ ନିଅଣ୍ଟଜିଡିପିର୪.୩ ପ୍ରତିଶତକୁ କମିବ ବୋଲି ବଜେଟ୍‌ରେ ଅର୍ଥମନ୍ତ୍ରୀ ଆକଳନ କରିଛନ୍ତି। ୨୦୨୫-୨୫ ବଜେଟ୍‌ ଅଟକଳରେ ଏହା ଜିଡିପିର ୪.୪ ପ୍ରତିଶତ ରହିବା ନେଇଆକଳନକରାଯାଇଥିଲା। ସଂ‌ଶୋଧିତ ଅଟକଳରେ ମଧ୍ୟ ଏହାକୁ ସେହି ୪.୪ ପ୍ରତିଶତରେ ରଖାଯାଇଛି। AI for farmers: ଚାଷୀଙ୍କ ପାଇଁ ଏଆଇ: ଆୟ ବଢ଼ାଇବ ମତ୍ସ୍ୟଚାଷ, ନଡ଼ିଆ, କାଜୁ, କୋକୋ, କୃଷି କ୍ଷେତ୍ରକୁ ୧,୬୨,୭୬୧ କୋଟି ଟଙ୍କା ନିଟ୍‌ ଟିକସ ଆୟ ୨୮.୭ ଲକ୍ଷ କୋଟି ଅର୍ଥମନ୍ତ୍ରୀ ଆଗତକରିଥିବାପ୍ରାୟ ୫୩.୫ ଲକ୍ଷ କୋଟି ଟଙ୍କାର ବଜେଟରେ ନିଟ୍‌ ଟିକସ ଆୟ ୨୮.୭ ଲକ୍ଷ କୋଟି ଟଙ୍କା ଏବଂ ଅଣଋଣ ଆୟ ୩୬.୫ ଲକ୍ଷ କୋଟି ଟଙ୍କା ରହିବ।୧୭.୨ ଲକ୍ଷ କୋଟି ଋଣ କରିବେ ଅର୍ଥମନ୍ତ୍ରୀ ଯେଉଁ ୫୩.୫ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି ସେଥିରେ ୧୭.୨ ଲକ୍ଷ କୋଟି ଟଙ୍କା ବଜାରରୁ ଋଣ ଆକାରରେ ସଂଗ୍ରହ କରିବେ। ସିକ୍ୟୁରିଟିଜ୍‌ରୁ ୧୧.୭ ଲକ୍ଷ କୋଟି ଟଙ୍କା ଏବଂଅବଶିଷ୍ଟଋଣ ସ୍ବଳ୍ପ ସଞ୍ଚୟ ଓ ଅନ୍ୟାନ୍ୟ ସୂତ୍ରରୁ ସଂଗ୍ରହ କରିବା ନେଇ ଅର୍ଥମନ୍ତ୍ରୀ ବଜେଟ ଭାଷଣରେ କହିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତର ଅର୍ଥମନ୍ତ୍ରୀ 2026-27 ଆର୍ଥିକ ବର୍ଷ ପାଇଁ ₹ 50,653,445 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି | Achira News