Achira News Logo
Achira News

ଭାରତର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷମତାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Prameya
ଭାରତର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷମତାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
Full News
Share:

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬/୧୨ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଗୁଗୁଲ୍ ଦ୍ୱାରା ଆୟୋଜିତ ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ ଯୋଗଦେଇ ଭାରତର କୃତ୍ରିମ ବୁଦ୍ଧିମତ୍ତା(ଏଆଇ) କ୍ଷମତାକୁ ପ୍ରୋତ୍ସାହିତ କରିବା ସହ ଦେଶରେ ଏକ 'ଏଆଇ-ପ୍ରସ୍ତୁତ ପିଢ଼ି' ସୃଷ୍ଟି କରିବା ତଥା ଏଆଇ ମାଧ୍ୟମରେ ଆଗାମୀ ପିଢିର ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦେଶରେ ୪ଟି ଏଆଇ ଉତ୍କର୍ଷ କେନ୍ଦ୍ର ସହ ଗୁଗୁଲ୍ର ସହଯୋଗ ଏବଂ ଏଥିପାଇଁ ୮ ମିଲିୟନ୍ ଆମେରିକୀୟ ଡଲାର୍ ବିନିଯୋଗକୁ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ, ଆଇଆଇଟି ବମ୍ବେଠାରେ 'ଇଣ୍ଡିକ୍ ଲାଙ୍ଗୁଏଜ୍ ଟେକ୍ନୋଲୋଜିଜ୍ ରିସର୍ଚ୍ଚ ହବ୍' ପ୍ରତିଷ୍ଠା ପାଇଁ ଗୁଗୁଲ୍ ଦ୍ୱାରା ପ୍ରଦତ୍ତ ୨ମିଲିୟନ୍ ଆମେରିକୀୟ ଡଲାର୍ର ଯୋଗଦାନକୁ ମଧ୍ୟ ସେ ସ୍ୱୀକୃତି ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, 'ଇଣ୍ଡିଆ ଏଆଇ ମିଶନ୍' ସହିତ ଏହିପରି ରଣନୀତିକ ଶିଳ୍ପ ଭାଗିଦାରୀ ଭାରତକୁ ଏକ ଆନ୍ତର୍ଜାତୀୟ ଏଆଇ ଶକ୍ତିକେନ୍ଦ୍ରରେ ପରିଣତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ସେ ଗୁଗୁଲ୍ ଭଳି ବୈଶ୍ୱିକ ସହଯୋଗୀମାନଙ୍କୁ କେବଳ ପାଣ୍ଠି ଯୋଗାଣ ବଦଳରେ, ଏଆଇ ଉତ୍କର୍ଷ କେନ୍ଦ୍ର ଗୁଡ଼ିକ ସହିତ ଦୀର୍ଘମିଆଦୀ ସାଂସ୍ଥାନିକ ଭାଗିଦାରୀ ସ୍ଥାପନ କରିବାକୁ ଆହ୍ୱାନ କରିଛନ୍ତି । ଏହା ଦ୍ୱାରା ଭାରତ ବିଶ୍ୱସ୍ତରୀୟ ଏଆଇ ମୂଲ୍ୟ ସୃଷ୍ଟିର ଏକ କେନ୍ଦ୍ର ହୋଇପାରିବ ଏବଂ 'ବିକଶିତ ଭାରତ' ଲକ୍ଷ୍ୟ ହାସଲ ହୋଇପାରିବ । ପରେ, ଶ୍ରୀ ପ୍ରଧାନ ଗୁଗୁଲ୍ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ତଥା ଉପ-ସଭାପତି ପ୍ରୀତି ଲୋବାନା ଏବଂ ଗୁଗୁଲ୍ ନେତୃତ୍ୱ ଟିମ୍ ସହ ଏକ ଫଳପ୍ରଦ ବୈଠକ କରିଥିଲେ । ଏହି ଆଲୋଚନାରେ ଡିଜିଟାଲ୍ ବ୍ୟବଧାନକୁ ଦୂର କରିବା, ପ୍ରଯୁକ୍ତିର ଗଣତାନ୍ତ୍ରିକୀକରଣ, ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଉନ୍ନତ ଶିକ୍ଷାକୁ ସୁଗମ କରିବା ପାଇଁ ପ୍ରଯୁକ୍ତିର ଉପଯୋଗ ଏବଂ ବଡ଼ ଭାଷା ମଡେଲ୍ଗୁଡ଼ିକୁ (ଏଲଏଲଏମ) 'ଭାରତୀୟ ଭାଷା' ଓ 'ଭାରତୀୟତା' ସହିତ ସମନ୍ୱିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଶ୍ରୀ ପ୍ରଧାନଙ୍କ ଏହି ଉଦ୍ୟମଗୁଡ଼ିକ ପ୍ରଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଭାରତର ଆଗାମୀ ଯାତ୍ରା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷମତାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ | Achira News