LPG Crisis:ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ଏବେ ଭାରତର ଶକ୍ତି ସୁରକ୍ଷା ପାଇଁ ଗୁରୁତର ଚିନ୍ତା ସୃଷ୍ଟି କରିଛି। ଭାରତ ତାର ପ୍ରୟୋଜନୀୟ LPGର ପ୍ରାୟ ୬୦% ଆମଦାନୀ କରେ, ଯାହାର ବଡ଼ ଅଂଶ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଭଳି ସେନସିଟିଭ୍ ରୁଟ୍ ଦ୍ୱାରା ଆସେ। ଯଦି ଏହି ସପ୍ଲାଇ ଚେନ୍ରେ ବାଧା ଆସେ, ତେବେ ଏହାର ପ୍ରଭାବ କେବଳ ରୋଷେଇ ଘରେ ସୀମିତ ରହିବ ନାହିଁ, ବରଂ ଦେଶର ଅନେକ ମୁଖ୍ୟ ଶିଳ୍ପ ମଧ୍ୟ ଗୁରୁତର ସଙ୍କଟରେ ପଡ଼ିପାରେ। ହୋଟେଲ ଓ ରେଷ୍ଟୁରାଣ୍ଟ ଦେଶର ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପ ଏହି ସଙ୍କଟରେ ସବୁଠାରୁ ପ୍ରଥମେ ପ୍ରଭାବିତ ହେବ। ଲକ୍ଷାଧିକ ଛୋଟ-ବଡ଼ ଭୋଜନାଳୟ, ଢାବା ଓ ଷ୍ଟ୍ରିଟ୍ ଭେଣ୍ଡର୍ମାନେ ପୂରାପୁରି କମର୍ସିଆଲ LPG ସିଲିଣ୍ଡର୍ରେ ନିର୍ଭର କରନ୍ତି। ଯଦି ସପ୍ଲାଇ କମିଯାଏ କିମ୍ବା ବନ୍ଦ ହୋଇଯାଏ, ତେବେ ଏହି ବ୍ୟବସାୟମାନଙ୍କର ଚୁଲ୍ହା ବନ୍ଦ ହୋଇଯିବ। ଏହାର ସିଧା ପ୍ରଭାବ ଖାଦ୍ୟର ଦାମ ବଢ଼ିବା ସହ ଅନେକ ଛୋଟ ବ୍ୟବସାୟ ବନ୍ଦ ହେବାର ଆଶଙ୍କା ରହିବ । ଏହି କ୍ଷେତ୍ର ସହିତ ଜଡିତ ଲକ୍ଷାଧିକ କର୍ମଚାରୀଙ୍କ ଜୀବିକା ଉପରେ ମଧ୍ୟ ସଙ୍କଟ ଆସିପାରେ। IPL ପୂର୍ବରୁ SRHର ବଡ଼ ଘୋଷଣା, ଅଭିଷେକ ନା… କେବେ ଆଉ କେଉଁଠି ଖେଳାଯିବ ODI ବିଶ୍ଵକପ୍… ଖାଦ୍ୟ ପ୍ରସ୍ତୁତିକରଣ ଉପରେ ପ୍ରଭାବ ଖାଦ୍ୟ ପ୍ରସ୍ତୁତିକରଣ (Food Processing) ଓ କ୍ୟାଟରିଂ ବ୍ୟବସାୟ ମଧ୍ୟ ଏଥିରେ ଭାରି ପ୍ରଭାବିତ ହେବ। ଗ୍ୟାସ୍ର ଅଭାବରେ ଇଣ୍ଡଷ୍ଟ୍ରିଆଲ ଡ୍ରାୟର୍ ଚାଲିବା ବନ୍ଦ ହେବାରୁ ଖାଦ୍ୟ ପଦାର୍ଥର ଉତ୍ପାଦନ କମିଯିବ। ଏହାର ଫଳରେ ବଜାରରେ ପ୍ୟାକେଜିଂ ଫୁଡ୍ ଓ ରେଡି-ଟୁ-ଇଟ୍ ପଦାର୍ଥର ଦାମ ବଢ଼ିପାରେ। ସେହିପରି ବିବାହ ଓ ବଡ଼ ଆୟୋଜନ ପାଇଁ କ୍ୟାଟରିଂ ସେବା ଦେଇଥିବା ବ୍ୟବସାୟୀମାନେ ଅର୍ଡର୍ ପୂରଣ କରିପାରିବେ ନାହିଁ, ଯେଉଁଥିପାଇଁ ଇଭେଣ୍ଟ ଇଣ୍ଡଷ୍ଟ୍ରିରେ ମଧ୍ୟ ହାହାକାର ସୃଷ୍ଟି ହେବ। ସିରାମିକ୍ ଓ ଟାଇଲ୍ସ ଉତ୍ପାଦନ ଗୁଜରାଟର ମୋରବୀ ଭଳି ସିରାମିକ୍ ଓ ଟାଇଲ୍ସ ଉତ୍ପାଦନ କେନ୍ଦ୍ରମାନେ ପୂରାପୁରି ଗ୍ୟାସ୍ ଉପରେ ନିର୍ଭର କରନ୍ତି। ସିରାମିକ୍, କାଚ ଓ ଷ୍ଟିଲ୍ ଶିଳ୍ପରେ ଭଟ୍ଟି ଚାଲୁ ରଖିବା ପାଇଁ LPG ଅତ୍ୟାବଶ୍ୟକ। ଯଦି ଗ୍ୟାସ୍ ସପ୍ଲାଇ ବନ୍ଦ ହେବ, ତେବେ ଉତ୍ପାଦନ ଠପ୍ ହୋଇଯିବ ଓ ନିର୍ୟାତ ଉପରେ ମଧ୍ୟ ତୀବ୍ର ପ୍ରଭାବ ପଡ଼ିବ। ଏହା ସହିତ ଷ୍ଟିଲ୍ ଫାବ୍ରିକେସନ୍ ଓ ୱେଲ୍ଡିଂ ଭଳି କାମ ମଧ୍ୟ ପ୍ରଭାବିତ ହେବ। ଅଟୋମୋବାଇଲ୍ ଓ ଫାର୍ମା ଶିଳ୍ପ ଅଟୋମୋବାଇଲ୍ ଓ ଫାର୍ମା ଶିଳ୍ପ ମଧ୍ୟ ଏହି ସଙ୍କଟରୁ ଅଲଗା ରହିପାରିବ ନାହିଁ। ଗାଡ଼ିର ପାର୍ଟ୍ସ ତିଆରିରେ LPG ବ୍ୟବହାର ହୁଏ, ଯାହା ଉତ୍ପାଦନକୁ ଧୀର କରିଦେବ। ଫାର୍ମା ସେକ୍ଟରରେ ମଧ୍ୟ ଔଷଧ ପ୍ରସ୍ତୁତି ପାଇଁ ଗ୍ୟାସ୍ ଦରକାର, ଯାହାର ଅଭାବ ହେଲେ ଔଷଧ ଅଭାବ ଓ ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି। ପରିବହନ ଓ ଲଜିଷ୍ଟିକ୍ସ କ୍ଷେତ୍ର ପରିବହନ ଓ ଲଜିଷ୍ଟିକ୍ସ କ୍ଷେତ୍ର ମଧ୍ୟ ଏହାର ଆଘାତ ଭୋଗିବ। LPG ଚାଳିତ ଅଟୋ ଓ ଟ୍ୟାକ୍ସିମାନେ ସିଧାସଳଖ ପ୍ରଭାବିତ ହେବେ, ଯେଉଁଥିପାଇଁ ଯାତାୟାତ ଖର୍ଚ୍ଚ ବଢ଼ିବ। ଗୋଦାମରେ ବ୍ୟବହୃତ ଫୋର୍କଲିଫ୍ଟ ମେସିନ୍ ଓ ରିଅଲ୍ ଏଷ୍ଟେଟ୍ ପ୍ରକଳ୍ପରେ ବ୍ୟବହୃତ ଉପକରଣମାନେ ମଧ୍ୟ ଗ୍ୟାସ୍ର ଅଭାବ କାରଣରୁ ସମସ୍ୟାରେ ପଡିବେ । ଚାକିରି ଏବଂ ମୁଦ୍ରାସ୍ପିତ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଚାକିରି ଓ ମହଙ୍ଗାଇ। ଉତ୍ପାଦନ କମିଲେ ଓ ଚାହିଦା ଅବିକଳ ରହିଲେ, ଦାମ ବଢ଼ିବା ନିଶ୍ଚିତ। ଏହାର ପ୍ରଭାବ ସିଧାସଳଖ ଭାବେ ଦେଶର ଅର୍ଥନୀତି ଓ GDP ଉପରେ ପଡ଼ିପାରେ। ଏହି ପରିସ୍ଥିତିରେ ସରକାର ପାଇଁ ଦେଶୀୟ ଉତ୍ପାଦନ ବଢ଼ାଇବା ଓ ବିକଳ୍ପ ଉର୍ଜା ସ୍ରୋତ ଖୋଜିବା ଅତ୍ୟାବଶ୍ୟକ ହୋଇପଡ଼ିଛି।
ଭାରତର ଏଲପିଜି ସଙ୍କଟ ଶକ୍ତି ସୁରକ୍ଷା ଏବଂ ଖାଦ୍ୟ ଯୋଗାଣ ପ୍ରତି ବିପଦ
Odisha Bhaskar•

Full News
Share:
Disclaimer: This content has not been generated, created or edited by Achira News.
Publisher: Odisha Bhaskar
Want to join the conversation?
Download our mobile app to comment, share your thoughts, and interact with other readers.