ନୂଆଦିଲ୍ଲୀ, ୨୦/୦୩: ଯୁଦ୍ଧ ଯୋଗୁ ଅଶାନ୍ତ ପଶ୍ଚିମ ଏସିଆ । ଇରାନ-ଇସ୍ରାଏ ଏବଂ ଆମେରିକା ସଂଘର୍ଷ ପାଇଁ ବିଶ୍ବ ଅର୍ଥନୀତି ଧୀରେ ଧୀରେ ପ୍ରଭାବିତ ହେଉଛି । ସାରା ବିଶ୍ବରେ ତୈଳ ସଂକଟ ଦେଖା ଦେଇଛି । ଏହାରି ଭିତରେଭାରତ ସରକାର ନିଜ ବୈଦେଶିକ କୂଟନୀତିକୁ ଯଥାଯଥ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୪ ଘଣ୍ଟାରେ ୫ଟି ଦେଶ ଯଥା ମାଲେସିଆ, ଓମାନ, କୁଏତ, ଫ୍ରାନ୍ସ ଓ ଜୋର୍ଡାନର ନେତାଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁବାର ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହାପରେ ‘ଏକ୍ସ’ରେ ମୋଦି ଲେଖିଛନ୍ତି, ବନ୍ଧୁ ଅନୱର ଇବ୍ରାହିମଙ୍କ ସହ କଥା ହୋଇଛି । ପଶ୍ଚିମ ଏସିଆରେ ଜାରି ରହିଥିବା ସଙ୍କଟ ନେଇ ତାଙ୍କ ସହ ଆଲୋଚନା କରିଛି । ଆଲୋଚନା ଓ କୂଟନୀତି ଜରିଆରେ ଆଗୁଆ ଶାନ୍ତି ଓ ସ୍ଥିରତା ଆସିବା ନେଇ ଆମେ ଏକମତ ହୋଇଛୁ । ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ଫୋନ କରି ମଧ୍ୟପ୍ରାଚ୍ୟ ସ୍ଥିତି ସଂକ୍ରାନ୍ତରେ ଚର୍ଚ୍ଚା କରିଛନ୍ତି । ଗୁରୁବାର ସେ ଏହି ସୂଚନା ‘ଏକ୍ସ’ରେ ଦେଇଛନ୍ତି । ମୋଦି କହିଛନ୍ତି, ପରିସ୍ଥିତିକୁ ଶାନ୍ତ କରିବା ଏବଂ ଆଲୋଚନା ଓ କୂଟନୀତି ରାସ୍ତାକୁ ଆପଣାଇବା ଉଚିତ୍ । ଏହାଛଡ଼ା ମୋଦି ଓମାନର ସୁଲ୍ତାନ ହାଇଥମ୍ ବିନ୍ ତାରିକଙ୍କ ସହ ମଧ୍ୟ କଥା ହୋଇଛନ୍ତି । ବୁଧବାର ମୋଦି କୁଏତର କ୍ରାଉନ ପ୍ରିନ୍ସ ଶେଖ ସବାହ ଅଲ-ଖାଲିଦ୍ ଅଲ-ହମଦ୍ ଅଲ-ମୁବାରକ ଅଲ୍-ସବାହଙ୍କ ସହ ଫୋନ୍ରେ କଥା ହୋଇଥିଲେ । ଏହି ସମୟରେ ସେ କ୍ରାଉନ ପ୍ରିନ୍ସଙ୍କୁ ଇଦ୍ର ଆଗୁଆ ଶୁଭକାମନା ଜଣାଇଥିଲେ । ଉଭୟ ନେତା ଇସ୍ରାଏଲ୍ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଚର୍ଚ୍ଚା କରିଥିଲେ । ମୋଦି ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ଫୋନରେ କଥା ହୋଇ ପଶ୍ଚିମ ଏସିଆ ସଂକଟ ନେଇ ଚର୍ଚ୍ଚା କରିଛନ୍ତି । ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପାଇଁ ଆଲୋଚନା ଓ କୂଟନୀତିକୁ ଫୋକସ ଲାଗି ଉଭୟ ଜୋର ଦେଇଛନ୍ତି । ଅଧିକ ପଢ଼ନ୍ତୁ-ତେଲ-ଗ୍ୟାସ ନୁହେଁ, ଇଣ୍ଟରନେଟରେ ବି ବ୍ରେକ୍ ଲଗାଇବ ଇରାନ ! ଭାରତ ବି ଅକଳରେ...
ଭାରତର କୂଟନୈତିକ ପ୍ରୟାସ ଜାରି ରହିଥିବାରୁ ପଶ୍ଚିମ ଏସିଆ ଦ୍ୱନ୍ଦ୍ୱ ଦ୍ୱାରା ପ୍ରଭାବିତ ବିଶ୍ୱ ଅର୍ଥନୀତି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.