Achira News Logo
Achira News

ଭାରତର କେନ୍ଦ୍ର ସରକାର ଆର୍ଥିକ ବର୍ଷ 2011 ରେ ₹ 17.22 ଲକ୍ଷ କୋଟି ଋଣ ନେବେ ସୀତାରାମନ

Sambad
ଭାରତର କେନ୍ଦ୍ର ସରକାର ଆର୍ଥିକ ବର୍ଷ 2011 ରେ ₹ 17.22 ଲକ୍ଷ କୋଟି ଋଣ ନେବେ ସୀତାରାମନ
Full News
Share:

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୬-୨୭ରେ କେନ୍ଦ୍ର ସରକାର ମୋଟ ୧୭.୨ ଲକ୍ଷ କୋଟି ଟଙ୍କାର ଋଣ କରିବେ। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଥିବା ବଜେଟ୍‌ରେ ଏହା ଘୋଷଣା କରିଛନ୍ତି। କିନ୍ତୁ ନିଟ୍‌ ଋଣ ୧୧.୭ ଲକ୍ଷ କୋଟି ଟଙ୍କା ରହିବ। ତେବେ ସରକାରଙ୍କ ଋଣ ଯୋଜନା ଜିଡିପିକୁ ଋଣ ଅନୁପାତ ଅନୁସାରେ ଠିକ୍‌ ଦିଗରେ ରହିଛି। ୨୦୨୬-୨୭ରେ ଏହି ଅନୁପାତ ୫୫.୬ ପ୍ରତିଶତ ଓ ବିତ୍ତୀୟ ନିଅଣ୍ଟ ୪.୩ ପ୍ରତିଶତ ରହିବା ନେଇ ବଜେଟ୍‌ରେ ଆକଳନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୧୪.୬୧ ଲକ୍ଷ କୋଟି ଟଙ୍କା ଋଣ କରିବା ନେଇ ସରକାର ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୨୬-୨୭ରେ ୧୭ ପ୍ରତିଶତ ଅଧିକ ଋଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ନିଟ୍‌ ଋଣ ଲକ୍ଷ୍ୟ ୧୧.୩୩ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୬-୨୭ ଆର୍ଥିକ ବର୍ଷରେ ସେହି ପରିମାଣ ୧୧.୭୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।୨୦୧୪-୧୫ରେ ସରକାର କରିଥିବା ଋଣ ତୁଳନାରେ ୨୦୨୬-୨୭ରେ କରିବାକୁ ଯାଉଥିବା ଋଣ ତିନି ଗୁଣା ଅଧିକ। ୨୦୧୪-୧୫ ବଜେଟ୍‌ରେ ସରକାର ୫.୯ ଲକ୍ଷ କୋଟି ଟଙ୍କା ଋଣ କରିବା ପ୍ରସ୍ତାବ ରଖିଥିଲେ। ୨୦୧୮-୧୯ ପର୍ଯ୍ୟନ୍ତ ବାର୍ଷିକ ଋଣ ଆବଶ୍ୟକତା ୫.୭ ଲକ୍ଷ କୋଟି ଟଙ୍କାରେ ସୀମିତ ଥିଲେ। ୨୦୧୯-୨୦ରେ ତାହା ୭.୧ ଲକ୍ଷ କୋଟି ଟଙ୍କାକୁ ବଢ଼ିଥିଲା। ୨୦୨୦-୨୧ରେ କରୋନା ମହାମାରୀ ବ୍ୟାପିବା ପରେ ସରକାର ଋଣ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିବାରୁ ସେହି ବର୍ଷ ୧୨.୬ ଲକ୍ଷ କୋଟି ଟଙ୍କାର ଋଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୦୨୧-୨୨ରେ ଋଣ ପରିମାଣ ୯.୭ ଲକ୍ଷ କୋଟି ଟଙ୍କା, ୨୦୨୨-୨୩ରେ ୧୪.୨ ଲକ୍ଷ କୋଟି ଟଙ୍କା, ୨୦୨୩-୨୪ରେ ୧୫.୪ ଲକ୍ଷ କୋଟି ଟଙ୍କା, ୨୦୨୪-୨୫ରେ ୧୪ ଲକ୍ଷ କୋଟି ଟଙ୍କା ଋଣ କରିବାକୁ ସରକାର ବଜେଟ୍‌ରେ ଘୋଷଣା କରିଥିଲେ। ଆହୁରି ପଢ଼ନ୍ତୁ:Share Market: ଷ୍ଟକ୍‌ ବଜାର କାରବାରରେ ସୁଧାର, ନିବେଶକ ଉତ୍ସାହିତ ସରକାର ଏଭଳି ଏକ ସମୟରେ ଅତ୍ୟଧିକ ଋଣ କରିବାକୁ ଘୋଷଣା କରିଛନ୍ତି ଯେତେବେଳେ ବଜାରରେ ସରକାରୀ ବଣ୍ଡ୍‌ ଆବଶ୍ୟକତାଠାରୁ ଅଧିକ ଜାରି କରାଯାଉଛି। ତେଣୁ ଋଣ ଅଧିକ ଆଣିଲେ ବଣ୍ଡ୍‌ ୟିଲ୍‌ଡ ଉଚ୍ଚା ରହିବା ଆଶଙ୍କା କରାଯାଉଛି। ତେଣୁ ବଣ୍ଡ୍‌ ବଜାରର ସ୍ଥିରତା ଭାରତୀୟ ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବ ବୋଲି ଆଶା କରାଯାଉଛି। ସରକାର ବିତ୍ତୀୟ ନିଅଣ୍ଟ ମୁକାବିଲା କରିବା ଉପରେ ଜୋର ଦେଉଛନ୍ତି। କାରଣ ଏହା ହେଉଛି ସରକାରୀ ଆୟ ଓ ବ୍ୟୟ ମଧ୍ୟରେ ଥିବା ଅନ୍ତର। ଏହି ଅନ୍ତର ଯେତେ ବଢ଼ିବ, ଖର୍ଚ୍ଚ ତୁଲାଇବାକୁ ସରକାରଙ୍କୁ ସେତେ ଅଧିକ ଋଣ କରିବାକୁ ପଡ଼ିବ। ଆହୁରି ପଢ଼ନ୍ତୁ:Draupadi Murmu: ମହାପ୍ରଭୁ, ମା’ ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି, ରାଜ୍ୟବାସୀଙ୍କୁ ଦେବେ ବହୁ ପ୍ରକଳ୍ପ ଭେଟି

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତର କେନ୍ଦ୍ର ସରକାର ଆର୍ଥିକ ବର୍ଷ 2011 ରେ ₹ 17.22 ଲକ୍ଷ କୋଟି ଋଣ ନେବେ ସୀତାରାମନ | Achira News