ଯାଜପୁର(ମନୋଜ ରାଉଳ):କୋରେଇ ଶିକ୍ଷା ମଣ୍ଡଳରେଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ସାଢ଼େ ୫କୋଟିରୁ ଊର୍ଦ୍ଧ୍ୱ ପେନସନ ଟଙ୍କା ହଡ଼ପ ମାମଲାରେ ମାଷ୍ଟରମାଇଣ୍ଡ ପୂର୍ବତନ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଓ ତାଙ୍କ ପତ୍ନୀ ଗୀତରାଣୀ ଓ କୋରେଇ ବିଇଓ କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ କିରାଣି ବିଷ୍ଣୁ ଦାସଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଗତକାଲି ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥାମାଷ୍ଟରମାଇଣ୍ଡପ୍ରଦୀପଙ୍କ ପୁଅ ମାତୃପ୍ରସାଦ ମହାନ୍ତିଙ୍କୁ ଗତ ବୁଧବାର ଅପରାହ୍ଣରେ ଗିରଫ କରାଯାଇଥିଲା। ଏହି ମାମଲାରେ ଶିକ୍ଷା ବିଭାଗର ଆହୁରି ଏକାଧିକ ଅଧିକାରୀ ଓ କର୍ମଚାରୀଙ୍କ ସମେତ ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀ ସାମିଲ ଥିବାରୁ ସେମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦିଆଯାଇଛି। ପେନସନ ଓ ଦରମା ଟଙ୍କା ବନ୍ଦ କରାଯାଇ କୋରେଇ ବିଇଓ କାର୍ଯ୍ୟାଳୟରୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେମାନଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ଜଣାଯାଇଛି। ଏହି ଅର୍ଥନୈତିକ ଅପରାଧର ପର୍ଦ୍ଦାଫାସ ହେବା ପରଠାରୁ ମାଷ୍ଟରମାଇଣ୍ଡ ପ୍ରଦୀପ ମହାନ୍ତି ଓ ତାଙ୍କ ପରିବାର ସଦସ୍ୟ ଫେରାର ଥିଲେ। ଭିଜିଲାନ୍ସ ଟିମ୍ କୋରେଇ, ବ୍ୟାସନଗର ସମେତ ଯାଜପୁର ଟାଉନ, କୁଆଖିଆ, ଭୁବନେଶ୍ୱର ଆଦି ସ୍ଥାନରେ ଥିବା ତାଙ୍କ ଠିକଣାରେ ଚଢ଼ଉ କରିଥିଲା। କୋଲକାତା ଯାଇ ବିଭିନ୍ନ ସ୍ଥାନରେ ସେମାନେ ଲୁଚି ବୁଲୁଥିଲେ। ସେଠାକୁ ଯାଇ ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ଛାନଭିନ କରିଥିଲା ଓଡ଼ିଶା ଭିଜିଲାନ୍ସ ଟିମ୍। ଗତକାଲି ରାତିରେଭଦ୍ରକଚରମ୍ପାସ୍ଥିତ ଏକ ହୋଟେଲରେ ଆସି ପହଞ୍ଚିଥିବା ଖବର ପାଇ ଆଜି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ସେହିପରି ଏହି ମାମଲାରେ କୋରେଇ ବିଇଓ କାର୍ଯ୍ୟାଳୟରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା କନିଷ୍ଠ କିରାଣି ଶ୍ରୀ ଦାଶଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରକାଶ ଥାଉକି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ଅଡିଟ ରିପୋର୍ଟରେ କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କୋଟିକୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିଥିଲା। ଏଥିରେ ପୂର୍ବକୋଟ ୟୁଜିଏମ୍ଇ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଅବସର ନେବା ପରେ କୋରେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନନ୍-ଅଫିସିଆଲ୍ ଭାବେ ମାସିକ ବେତନ ବିଲ୍ ପ୍ରସ୍ତୁତ କରୁଥିଲେ। ଜାଲିଆତି କରି ସେ ମାନବ ସମ୍ବଳ ପରିଚାଳନା ପ୍ରଣାଳୀ (ଏଚଆରଏମଏସ)କୁ ବେଆଇନ ଭାବେ ପ୍ରବେଶ କରିଥିଲେ। ଆହୁରି ପଢ଼ନ୍ତୁ:Athletics Championships: କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ବ ଇନ୍ଡୋର ଆଥଲେଟିକ୍ସ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ବ୍ୟବହାର କରି ସେମାନେ ଏବେ ବି ଚାକିରି କରୁଛନ୍ତି ବୋଲି ଦର୍ଶାଇ ସେମାନଙ୍କ ନାଁରେ ମାସିକ ପେନସନ ବିଲ୍ ପ୍ରସ୍ତୁତ କରୁଥିଲେ। ଏହିପରି ୪୮୦ଥରରେ ୪ କୋଟି ୯୭ ଲକ୍ଷ ୫୫ ହଜାର ୫୧୦ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ସେହି ଟଙ୍କାକୁ ପ୍ରଦୀପ ବିଭିନ୍ନ ଷ୍ଟେଟ୍ବ୍ୟାଙ୍କ ଶାଖାରେ ଥିବା ନିଜ ଆକାଉଣ୍ଟ, ତାଙ୍କ ପତ୍ନୀ ଗୀତାରାଣୀ, ପୁଅ ମାତୃପ୍ରସାଦ, ସହକର୍ମୀ ଓ ସହାୟକଙ୍କ ଆକାଉଣ୍ଟକୁ ପଠାଇ ଦେଉଥିଲେ। ଏହି ଜାଲିଆତି ଗତ ୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରାୟ ୬ବର୍ଷ ଧରି ଚାଲିଥିଲା।
ଭାରତରେ ପେନସନ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବତନ ପ୍ରଧାନଶିକ୍ଷକ, ପତ୍ନୀ ଏବଂ କିରାଣୀ ଗିରଫ
Sambad•
%2Fsambad%2Fmedia%2Fmedia_files%2F2026%2F03%2F19%2Fvishnu-2026-03-19-20-05-50.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.