Budget 2026: ଆଜି ଫେବ୍ରୁଆରୀ ୧ । ଦେଶର ଅର୍ଥନୀତିର ଭବିଷ୍ୟତ ଦିଗ ନିର୍ଣ୍ଣୟ କରିବାକୁ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ଦିନ। କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କର ୯ମ କେନ୍ଦ୍ରୀୟ ବଜେଟ୍ (Budget 2026) ଉପସ୍ଥାପନ କରୁଛନ୍ତି। ଏହି ବଜେଟ୍କୁ ନେଇ କରଦାତା, ମଧ୍ୟବିତ୍ତ ବର୍ଗ, ଗ୍ରାମୀଣ ଚାଷୀ ଠାରୁ ନିବେଶକ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ସରକାର ଉପରେ ରହିଛି। ପ୍ରଥମ ଥର ପାଇଁ କର୍ତ୍ତବ୍ୟ ଭବନରେ ବଜେଟ ପ୍ରସ୍ତୁତ ହୋଇଛି । ସବକା ସାଥ ସବକା ବିକାଶକୁ ନେଇ ବଜେଟ ପ୍ରସ୍ତୁତ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି, ‘ ମୋଦି ସରକାରଙ୍କ ନେତୃତ୍ବରେ ଅନେକ ପରିବର୍ତ୍ତନ କରାଯାଇଛି । ଆର୍ମନିର୍ଭରତା ଆମ ଅର୍ଥବ୍ୟବସ୍ଥାର ମୂଳମନ୍ତ୍ର । ପ୍ରତ୍ୟେକ ନାଗରିକଙ୍କ ପାଖକୁ ସରକାରଙ୍କ ଯୋଜନା ପହଞ୍ଚାଇବା ଆମ ଚେଷ୍ଟା । ୭ ପ୍ରତିଶତ ଗ୍ରୋଥ ରେଟ୍ରେ ଦେଶର ଅର୍ଥ ବ୍ୟବସ୍ଥା ବୃଦ୍ଧି ପାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ‘ଘରୋଇ ଉତ୍ପାଦନ କ୍ଷମତା ନିର୍ମାଣ କରାଯାଇଛି । ଶକ୍ତି ସୁରକ୍ଷାକୁ ମଜବୁତ କରାଯାଇଛି । ସାଧାରଣ ଲୋକଙ୍କୁ ପ୍ରାଥମିକତା ଦିଆଯାଇଛି । ଭାରତର ବିକାଶ ଯାତ୍ରା ନିରନ୍ତର ଆର୍ଥିକ ଅଭିବୃଦ୍ଧି ଓ ନିୟନ୍ତ୍ରିତ ମୁଦ୍ରାସ୍ପୀତି ରହିଛି । ନୀତିଗତ ନିଷ୍ପତ୍ତି ପାଇଁ ସାମଗ୍ରିକ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରାଯାଇଛି । ଏଥର ବଜେଟ୍ ରେ କେଉଁ ରାଜ୍ୟର ଶାଢ଼ି… Iran-EU Tension: ସାଙ୍ଘାତିକ କଥା କହିଲେ… ଓଡ଼ିଶାରେ ମିନେରାଲ କରିଡର । ଓଡ଼ିଶାରେ ଖଣିଜ କରିଡର ନିର୍ମାଣ ପ୍ରସ୍ତାବ । ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଣା ସୀତାରମଣ । ଓଡ଼ିଶା ସମେତ ୩ ରାଜ୍ୟରେ ମିନେରାଲ କରିଡର । ଆନ୍ଧ୍ରପ୍ରଦେଶ ଓ କେରଳରେ ମଧ୍ୟ ହେବ ଖଣିଜ କରିଡର । ଆଗାମୀ ୫ ବର୍ଷରେ ୨୦ଟି ନୂତନ ଜଳପଥ ନିର୍ମାଣ କରାଯିବ । ଖଣିଜ ପଦାର୍ଥରେ ଭରପୂର ତାଳଚେର ଓ ଅନୁଗୋଳ, କଳିଙ୍ଗନଗରରୁ ପାରାଦ୍ବୀପ ବନ୍ଦର ସହିତ ସଂଯୋଗ ପାଇଁ ଓଡ଼ିଶାରେ ଜାତୀୟ ଜଳପଥ ନିର୍ମାଣ ହେବ । ଏହା ସହ ଜାହାଜ ମରାମତି ପାଇଁ ଇକୋସିଷ୍ଟମ ବିକଶିତ କରାଯିବ । ବାରାଣାସୀ-ପାଟନାରେ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା କରାଯିବ । ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନା ଲାଗୁ । ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ । ଖଦି ଓ ହ୍ୟାଣ୍ଡଲୁମକୁ କରାଯିବ ଅଧିକ ସଶକ୍ତ । ସେହିପରି ସେମିକଣ୍ଡକ୍ଟର ୨.୦ ନେଇ ବଜେଟ୍ରେ ଘୋଷଣା । ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ବ । କୁଶଳୀ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ । ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ । ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ -ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ । ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ । ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରିବୁ ।
ଭାରତର ବଜେଟ୍ 2026: ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶକୁ ପ୍ରାଥମିକତା ଦେବା
Odisha Bhaskar•

Full News
Share:
Disclaimer: This content has not been generated, created or edited by Achira News.
Publisher: Odisha Bhaskar
Want to join the conversation?
Download our mobile app to comment, share your thoughts, and interact with other readers.