Achira News Logo
Achira News

ଭାରତର ବଜେଟ୍ 2026: ଖେଳ ଏବଂ ବିଷୟବସ୍ତୁ ସୃଷ୍ଟି କ୍ଷେତ୍ରକୁ ଏକ ପ୍ରମୁଖ ପ୍ରୋତ୍ସାହନ

Odisha Bhaskar
ଭାରତର ବଜେଟ୍ 2026: ଖେଳ ଏବଂ ବିଷୟବସ୍ତୁ ସୃଷ୍ଟି କ୍ଷେତ୍ରକୁ ଏକ ପ୍ରମୁଖ ପ୍ରୋତ୍ସାହନ
Full News
Share:

Budget 2026:କେନ୍ଦ୍ର ସରକାର ବଜେଟ ୨୦୨୬-୨୭ରେ ଗେମିଂ ଓ କଣ୍ଟେଣ୍ଟ କ୍ରିଏସନ୍ ସେକ୍ଟରକୁ ବଡ଼ ପ୍ରୋତ୍ସାହନ ଦେବାର ଘୋଷଣା କରିଛନ୍ତି। ସଂସଦରେ ନିଜ ୯ମ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଇନୋଭେସନ୍ ଓ ଟେକ୍ନୋଲୋଜି ‘ବିକଶିତ ଭାରତ’ର ସବୁଠାରୁ ବଡ଼ ଇଞ୍ଜିନ୍ ହେବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବେ କେବଳ ଟେକ୍ନୋଲୋଜି ବ୍ୟବହାର କରିବା ଦେଶ ନୁହେଁ, ବରଂ ଟେକ୍ନୋଲୋଜି ଲିଡର ହେବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ଦ୍ରୁତ ଗତିରେ ବଢ଼ୁଥିବା କ୍ରିଏଟର ଇକୋନୋମି ଏବଂ AVGC (ଏନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଓ କମିକ୍ସ) ଇଣ୍ଡଷ୍ଟ୍ରିକୁ ସଂଗଠିତ ସରକାରୀ ସମର୍ଥନ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସ୍କୁଲ୍ ଓ କଲେଜରେ AVGC ଲ୍ୟାବ ଏଥର ବଜେଟ୍ ରେ କେଉଁ ରାଜ୍ୟର ଶାଢ଼ି… Iran-EU Tension: ସାଙ୍ଘାତିକ କଥା କହିଲେ… ସରକାର ୧୫୦୦ଟି ସେକେଣ୍ଡରୀ ସ୍କୁଲ୍ ଓ ୫୦୦ଟି କଲେଜରେ AVGC କଣ୍ଟେଣ୍ଟ କ୍ରିଏଟର ଲ୍ୟାବ ସ୍ଥାପନ କରିବା ପ୍ରସ୍ତାବ ରଖିଛି। ଏହା ସହ ଇଣ୍ଡଷ୍ଟ୍ରି କରିଡୋର ନିକଟରେ ୫ଟି ୟୁନିଭର୍ସିଟି ଟାଉନ୍‌ସିପ୍ ମଧ୍ୟ ନିର୍ମାଣ ହେବ। ବଢ଼ିବ ଚାକିରି ସୁଯୋଗ ଗେମିଂ ଓ କ୍ରିଏଟିଭ୍ ଇଣ୍ଡଷ୍ଟ୍ରିରେ ୧୦ ଲକ୍ଷରୁ ଅଧିକ ପ୍ରଫେସନାଲ୍‌ଙ୍କୁ ରୋଜଗାର ସୁଯୋଗ ଦେବା ସରକାରର ଲକ୍ଷ୍ୟ। ଏଥିପାଇଁ ଟ୍ରେନିଂ ଓ ପ୍ରାକ୍ଟିକାଲ୍ ଲର୍ଣ୍ଣିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ଲ୍ୟାବଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଗେମ୍ ଡିଜାଇନ୍, ଏନିମେସନ୍, VFX ଏବଂ ଡିଜିଟାଲ୍ କଣ୍ଟେଣ୍ଟ ପ୍ରୋଡକ୍ସନ୍‌ର ଆଧୁନିକ ଟ୍ରେନିଂ ଦିଆଯିବ। ଡିଜାଇନ୍ ଶିକ୍ଷାକୁ ମଜବୁତ କରିବା ପାଇଁ ନୂଆ ନ୍ୟାସନାଲ୍ ଡିଜାଇନ୍ ସ୍କୁଲ୍ ମଧ୍ୟ ଖୋଲାଯିବ। AI ଓ ଡିଜିଟାଲ୍ ଇନ୍ଫ୍ରାଷ୍ଟ୍ରକ୍ଚରରେ ନିବେଶ ବଜେଟରେ AI ଓ ନୂଆ ଡିଜିଟାଲ୍ ଟେକ୍ନୋଲୋଜିକୁ କଣ୍ଟେଣ୍ଟ ଓ ଗେମିଂ ସେକ୍ଟର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଉତ୍ତମ ଇଣ୍ଟରନେଟ୍ କନେକ୍ଟିଭିଟି ଓ ଡିଜିଟାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର ଉପରେ ବଡ଼ ନିବେଶ ହେବ, ଯାହା ଗେମିଂ ଓ ଅନଲାଇନ୍ କଣ୍ଟେଣ୍ଟ ଇକୋସିଷ୍ଟମକୁ ଆହୁରି ଶକ୍ତିଶାଳୀ କରିବ।

Disclaimer: This content has not been generated, created or edited by Achira News.
Publisher: Odisha Bhaskar

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତର ବଜେଟ୍ 2026: ଖେଳ ଏବଂ ବିଷୟବସ୍ତୁ ସୃଷ୍ଟି କ୍ଷେତ୍ରକୁ ଏକ ପ୍ରମୁଖ ପ୍ରୋତ୍ସାହନ | Achira News