Achira News Logo
Achira News

ଭାରତୀୟ ଚଳଚ୍ଚିତ୍ର'ଧୁରନ୍ଧର "ରେ ପ୍ରଦର୍ଶିତ'ଏଫ. ଏ. 9. ଏଲ. ଏ". ଗୀତ ସହିତ ବାହାରିନ ରାପର ଫ୍ଲିପ୍ରାଚି ଗିନିଜ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।

Prameya
ଭାରତୀୟ ଚଳଚ୍ଚିତ୍ର'ଧୁରନ୍ଧର "ରେ ପ୍ରଦର୍ଶିତ'ଏଫ. ଏ. 9. ଏଲ. ଏ". ଗୀତ ସହିତ ବାହାରିନ ରାପର ଫ୍ଲିପ୍ରାଚି ଗିନିଜ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।
Full News
Share:

ନୂଆଦିଲ୍ଲୀ ୦୧/୦୨:ବାହାରିନ୍ ରାପର୍ ଫ୍ଲିପରାଚି ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ତାଙ୍କର ୨୦୨୪ ମସିହାର ‘ଏଫ୍‌ଏ୯ଏଲ୍‌ଏ’ ଗୀତ ୨୦୨୫ରେ ମୁକ୍ତିପ୍ରାପ୍ତ ଆଦିତ୍ୟ ଧର୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଧୁରନ୍ଧର୍’ରେ ସ୍ଥାନ ପାଇବା ପରେ ସେ ଗିନିଜ୍ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହି ଉପଲବ୍ଧି ବିଶ୍ୱ ମଞ୍ଚରେ ବୃଦ୍ଧି ପାଉଥିବା ଆଞ୍ଚଳିକ ପ୍ରତିଭାର ପ୍ରତିଫଳନ । ଆରବ ଓ ଦକ୍ଷିଣ ଏସୀୟ ମନୋରଞ୍ଜନ ଉଦ୍ୟୋଗ ମଧ୍ୟରେ ସାଂସ୍କୃତିକ ବିନିମୟର ମଧ୍ୟ ଏହା ପ୍ରସାର କରିଛି । ‘ଏଫ୍‌ଏ୯ଏଲ୍‌ଏ’ ପୂର୍ବରୁ ଆଞ୍ଚଳିକ ଲୋକପ୍ରିୟତା ହାସଲ କରିଥିଲା । ଏବେ ହାଇ-ପ୍ରୋଫାଇଲ ଭାରତୀୟ ଫିଲ୍ମ ସହ ଯୋଡ଼ି ହୋଇ ପୁଣି ଥରେ ସଫଳତା ସହିତ ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣର କେନ୍ଦ୍ର ହୋଇଛି । ଫିଲ୍ମରେ ‘ଏଫ୍ଏ୯ଏଲ୍ଏ’ ଗୀତର ଉପଯୋଗ ଉଭୟ ଗୀତ ଓ ଏହାର ପ୍ରସ୍ତୁତକର୍ତ୍ତାଙ୍କୁ ଭାରତୀୟ ସଙ୍ଗୀତରେ ସ୍ଥାନ ଦେଇଛି । ଏହା ଦ୍ୱାରା ଫ୍ଲିପରାଚିଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ବିଶ୍ୱରେ ବଢ଼ିଛି । ଆରବ ବିଲ୍‌ବୋର୍ଡ ଓ ଗିନିଜ୍ ବିଶ୍ୱ ରେକର୍ଡସ ଆରବ ଟିମ୍ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଏକ ଫଟୋସୁଟ୍ ସମୟରେ ଫ୍ଲିପରାଚି ନିଜର ବିଶ୍ୱ ରେକର୍ଡ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି । ଏହି କୃତିତ୍ୱକୁ ସେ ପରମାଣୁ ବିସ୍ଫୋରଣ ବୋଲି କହିଛନ୍ତି । ତାଙ୍କର ଏଫ୍ଏ୯ଏଲ୍ଏ ଗୀତ ବିଲ୍‌ବୋର୍ଡ ଚାର୍ଟର ଶୀର୍ଷରେ ରହିଛି । ୪ ଆରବିକ୍ ବିଲ୍‌ବୋର୍ଡ ଚାର୍ଟରେ ୧ ଜାନୁଆରୀ ଯାଏ ମଧ୍ୟ ଏହା ଶୀର୍ଷରେ ଥିଲା । ଆହୁରି ପଢ଼ନ୍ତୁ...ରୋହିତ୍ ଶେଟ୍ଟୀଙ୍କ ମୁମ୍ବାଇସ୍ଥିତ ଘର ଉପରକୁ ଗୁଳିମାଡ଼, ଦୁର୍ବୃତ୍ତ ଫେରାର୍ ଏଫ୍‌ଏ୯ଏଲ୍‌ଏ ଗୀତ ପ୍ରଥମେ ୨୦୨୪ରେ ରିଲିଜ୍ ହୋଇଥିଲା । କିନ୍ତୁ ‘ଧୁରନ୍ଧର୍’ ଫିଲ୍ମରେ ସ୍ଥାନ ପାଇବା ପରେ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କଲା । ଗୀତ ସହିତ ଅକ୍ଷୟ ଖାନ୍ନାଙ୍କ ନୃତ୍ୟ ଚାହୁଁ ଚାହୁଁ ସୋସିଆଲ ମିଡିଆ ସେନ୍ସେସନ୍ ପାଲଟିଲା । ଆସନ୍ତା ମାର୍ଚ୍ଚ ୧୪ରେ ଫ୍ଲିପରାଚି ପ୍ରଥମ ଥର ଭାରତ ଆସିବେ । ବେଙ୍ଗାଲୁରୁରେ ୟୁଏନ୍୪୦ ମ୍ୟୁଜିକ୍ ଫେଷ୍ଟିଭାଲ୍‌ରେ ସେ ଯୋଗ ଦେବେ । ଏହା ପୂର୍ବରୁ ଗିନିଜ୍ ବିଶ୍ୱ ରେକର୍ଡ ତାଙ୍କ ଲୋକପ୍ରିୟତାକୁ ସୁଦୂରପ୍ରସାରୀ କରିଛି । ଫ୍ଲିପରାଚି ଦୀର୍ଘ ଦୁଇ ଦଶନ୍ଧି ଧରି ଆରବ ହିପ୍-ହପ୍‌ରେ ସକ୍ରିୟ ଅଛନ୍ତି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତୀୟ ଚଳଚ୍ଚିତ୍ର'ଧୁରନ୍ଧର "ରେ ପ୍ରଦର୍ଶିତ'ଏଫ. ଏ. 9. ଏଲ. ଏ". ଗୀତ ସହିତ ବାହାରିନ ରାପର ଫ୍ଲିପ୍ରାଚି ଗିନିଜ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। | Achira News