Achira News Logo
Achira News

ଭାରତୀୟ ଜଙ୍ଗଲରେ ରହସ୍ୟମୟ ବିଶୃଙ୍ଖଳା

Sambad
ଭାରତୀୟ ଜଙ୍ଗଲରେ ରହସ୍ୟମୟ ବିଶୃଙ୍ଖଳା
Full News
Share:

ବୈପାରିଗୁଡା: ବୈପାରିଗୁଡା ବ୍ଲକ ଗୁପ୍ତେଶ୍ୱର ବନାଞ୍ଚଳ ଅଧୀନସ୍ଥ ତାଲୁର ଓ ଶିରିବେଡାଜଙ୍ଗଲରେ କିଛି ଦିନ ହେଲା ବିଚଳିତ କରିଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଅବାଧରେ ଗଛକଟା ସହ ବେଧଡ଼କ ଚାଲିଛି ପୋଡ଼ୁଚାଷ। ନିଆଁ ଲଗାଇ ଜଙ୍ଗଲକୁ ପଦା କରାଯାଉଛି। ଫଳରେ ଟାଙ୍ଗରା ହୋଇଗଲାଣି ଗୁପ୍ତେଶ୍ୱର ଜଙ୍ଗଲ। ଏହି ଜଙ୍ଗଲ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ହରାଇବାର ଆଶଙ୍କା ପ୍ରକାଶ ପାଇଛି। India’s Island : ଭାରତର ଦ୍ୱୀପପୁଞ୍ଜ ଅଞ୍ଚଳ ବିସ୍ତାରବାଦୀ ଚୀନ୍‌ ବିରୋଧରେ ସାମରିକ ପ୍ରତିରୋଧ ପ୍ରଦାନ କରେ ଗୁପ୍ତେଶ୍ୱର ଜଙ୍ଗଲର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଅଥଚ ରକ୍ଷଣାବେକ୍ଷଣ ପ୍ରତି ଆଦୌ ଧ୍ୟାନ ଦେଉନି ବନ ବିଭାଗ। ଶହଶହ ଗଛ କଟା ଯାଉଥିବା ବେଳେ ପୋଡୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଛି। ସରକାରଙ୍କ ପକ୍ଷରୁ ଗୁପ୍ତେଶ୍ୱର ଜଙ୍ଗଲକୁ ଜୈବବିବିଧତା ଐତିହ୍ୟସ୍ଥଳ ରୂପେ ଚୟନ କରାଯାଇଥିଲା। ବିଭିନ୍ନ ଔଷଧୀୟ ବୃକ୍ଷ ରହିଥିବାରୁ ଏହାର ସଂରକ୍ଷଣ ନିମନ୍ତେ ଜୈବ ବିବିଧତା କେନ୍ଦ୍ରୀୟ ଟିମ୍ ଗୁପ୍ତେଶ୍ୱର ଜଙ୍ଗଲ ବୁଲି ଦେଖିଥିଲେ। ସମସ୍ତ ମାନଦଣ୍ଡକୁ ଏହି ଜଙ୍ଗଲ ପୂରଣ କରୁଥିବାରୁ ଜୈବ ବିବିଧତା ଐତିହ୍ୟସ୍ଥଳ ରୂପେ ମାନ୍ୟତା ଦିଆଯାଇଥିଲା। କିନ୍ତୁ ବନ ବିଭାଗର ଅବହେଳା ଯୋଗୁଁ କ୍ଷୟ ‌ହେବାରେ ଲାଗିଛି ଏହି ପ୍ରାକୃତିକ ତଥା ବନସ୍ପତିରେ ଭରପୂର ଜଙ୍ଗଲ। ଏହାଛଡ଼ା ପୋଡ଼ୁଚାଷ ପାଇଁ କିଛି ଲୋକ ଗଛରେ ନିଆଁ ଲଗାଇ ଦେଉଛନ୍ତି। ବନ ବିଭାଗର ଉଦାସୀନତା ତଥା ଅବହେଳା ଯୋଗୁଁ ଗୁପ୍ତେଶ୍ୱରଜଙ୍ଗଲମରୁଭୂମି ପାଲଟିଯିବ ବୋଲି ଆଶଙ୍କା କରାଯାଉଛି। ଶହ ଶହ ଗଛ କଟା ହେଉଥିଲେ ମଧ୍ୟ ଅଳ୍ପ କିଛି କାଠ ମାଫିଆଙ୍କଠାରୁ କାଠପଟା ଓ ସାଇକଲ ଜବତ କରାଯାଉଛି। ଏଭଳି ଗଛକଟାକୁ ନେଇ ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ତୁରନ୍ତ ପଦକ୍ଷେପ ନିଆ ନଗଲେ ଗୁପ୍ତେଶ୍ୱର ଜଙ୍ଗଲ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ହରାଇବ ବୋଲି ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତୀୟ ଜଙ୍ଗଲରେ ରହସ୍ୟମୟ ବିଶୃଙ୍ଖଳା | Achira News