Achira News Logo
Achira News

ଭାରତୀୟ ଡାକ୍ତରଖାନାରେ ଡାକ୍ତରୀ ଅବହେଳା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ପରେ ଉତ୍ତେଜନା ବୃଦ୍ଧି ପାଇଛି

Prameya
ଭାରତୀୟ ଡାକ୍ତରଖାନାରେ ଡାକ୍ତରୀ ଅବହେଳା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ପରେ ଉତ୍ତେଜନା ବୃଦ୍ଧି ପାଇଛି
Full News
Share:

ଜଗତସିଂହପୁର, ୧୯।୩ : ବୁଧବାର ଚିକିତ୍ସାରେ ଅବହେଳା ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ଆଜିବି ଥମୁନି ଉତ୍ତେଜନା । ଗୁରୁବାର ଶବ ବ୍ୟବଛେଦ ହୋଇ ଭୁବନେଶ୍ୱରରୁ ଆସିଥିଲା। ଏହା ପରେ ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ମୃତଦେହକୁ ରଖି ଉତ୍ତ୍ୟକ୍ତ ଲୋକମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏଥିସହ ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିବା ବେଳେ ତିନି ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି । ବୁଆାର ଦୋନ୍ଦ ଗାଁ ର ସଂଗୀତା ସାହୁ ଏକ ଘରୋଇ ହସ୍ପିଟାଲକୁ ପ୍ରସବ ନିମନ୍ତେ ଆସିଥିଲେ। ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ ଉପରକୁ ଟେକାପଥର ମାଡ଼ କରିଥିଲେ । ଘଟଣାକୁ ଦୁଇଦିନ ପୁରିଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତୀୟ ଡାକ୍ତରଖାନାରେ ଡାକ୍ତରୀ ଅବହେଳା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ପରେ ଉତ୍ତେଜନା ବୃଦ୍ଧି ପାଇଛି | Achira News