ମୁମ୍ୱାଇ,୨୦/୦୩: ଥିଏଟରକୁ ଆସିଛି ‘ଧୁରନ୍ଧର୍-୨’ । ଏଣିକି ସବୁ ରେକର୍ଡ ଭାଙ୍ଗିବ, ଯାହା ବିଷୟରେ କେହି ଭାବିନଥିବେ । ଫିଲ୍ମକୁ ନେଇ କ୍ରେଜ୍ ଗତ ବୁଧବାର ପେଡ୍ ପ୍ରିଭ୍ୟୁ ଶୋ’ରୁ ସ୍ପଷ୍ଟ ହୋଇଥିଲା । ସନ୍ଧ୍ୟାରେ ଦୁଇଟି ଶୋ’ରୁ ଫିଲ୍ମ ୪୩ କୋଟିକଲେକ୍ସନ୍ କରିଥିଲା । ଗୁରୁବାର ସକାଳୁ ଫିଲ୍ମର ଟିକଟ ବୁକିଂ ପ୍ଲାଟ୍ଫର୍ମରେ ରେସ୍ ଲାଗିଥିଲା । ଦିନରେ ମାତ୍ର ୧ ଘଣ୍ଟାରେ ୧ ଲକ୍ଷରୁ ଅଧିକ ଟିକଟ ବିକ୍ରି ହୋଇ ଏହା ‘ପୁଷ୍ପା-୨’ର ରେକର୍ଡ ଭାଙ୍ଗିଲା । ଟିକଟ ଚାହିଦା ଏତେ ବଢ଼ିଛି ଯେ ବକ୍ସ ଅଫିସ୍ରେ କଲେକ୍ସନ୍ ମିଟର ଉପରମୁହାଁ ହୋଇଛି । ଟ୍ରେଡ୍ ଟ୍ରାକିଂ ୱେବ୍ସାଇଟ ସ୍ୟାକ୍ନିଲ୍କ ଅନୁସାରେ, ଗତ ବୁଧବାର ସନ୍ଧ୍ୟାର ପେଡ୍ ପ୍ରିଭ୍ୟୁ ଶୋ’ର କଲେକ୍ସନ୍କୁ ମିଶାଇ ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ‘ଧୁରନ୍ଧର୍-୨’ର ନେଟ୍ କଲେକ୍ସନ୍ ୧୧୮ କୋଟି ଟପିଛି ।‘ପୁଷ୍ପା-୨’, ‘ଯବାନ’, ‘ପଠାନ’, ‘ଆନିମଲ’, ‘ସ୍ତ୍ରୀ’ ଓ ‘କେଜିଏଫ୍-୨’ ଭଳି ଫିଲ୍ମ ସବୁଠୁ ଶୀଘ୍ର ୧୦୦ କୋଟି ଆୟର ରେକର୍ଡ କରିଥିଲେ । ତେବେ ଏ ସମସ୍ତ ଫିଲ୍ମକୁ ୧୦୦ କୋଟି କଲେକ୍ସନ୍ ଲାଗି ୨ ଦିନ ଲାଗିଥିଲା । କିନ୍ତୁ ‘ଧୁରନ୍ଧର୍’ କେବଳ ପ୍ରିଭ୍ୟୁ ଶୋ’ ଓ ପ୍ରଥମ ଦିନରେ ଏହାକୁ ଟପିଛି । ଆହୁରି ପଢନ୍ତୁ-‘ଧୁରନ୍ଧର ୨’ OTT ରିଲିଜ : କେବେ ହେବ ରଣବୀର ସିଂହଙ୍କ ଫିଲ୍ମର ଷ୍ଟ୍ରିମିଂ ? ଅଦ୍ୟାବଧି କୌଣସି ହିନ୍ଦୀ ଫିଲ୍ମ ପ୍ରିଭ୍ୟୁ ଶୋ’ ସହିତ ପ୍ରଥମ ଦିନର କଲେକ୍ସନ୍କୁ ମିଶାଇ ୮୦ କୋଟି ଆୟ କରି ପାରିନଥିଲେ । ଗୁରୁବାର ସନ୍ଧ୍ୟା ସୁଦ୍ଧା ଫିଲ୍ମ ୯୦ କୋଟିରୁ ଅଧିକ କଲେକ୍ସନ୍ କରିଥିଲା । ଫିଲ୍ମକୁ ନେଇ ଅଭିନେତାଅଲ୍ଲୁ ଅର୍ଜୁନ କହିଛନ୍ତି, ଏହା ପ୍ରତି ଭାରତୀୟଙ୍କୁ ଗର୍ବିତ କରିବ । ରଣବୀର ଓ ଆର୍ମାଧବନଙ୍କ ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି । ତେବେ ଫିଲ୍ମର ଏକ ସିନ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଛି, ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାବଢ଼ିଛି । ‘ଧୁରନ୍ଧର୍’ ଓ ଏହାର ସିକ୍ୱେଲର କପି ରାଇଟ୍-ସୁରକ୍ଷିତ ମର୍ଚାଣ୍ଡାଇଜ୍ର ଅନଧିକୃତ ବିକ୍ରି ଉପରେ ମାଡ୍ରାସ ହାଇକୋର୍ଟ ରୋକ ଲଗାଇଛନ୍ତି ।
ଭାରତୀୟ ସିନେମାରେ ରେକର୍ଡ ଭାଙ୍ଗି ଡେବ୍ୟୁ କଲା'ଧୁରନ୍ଧର 2 "
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.