ତ୍ରିପୋଲି:ଲିବ୍ୟାରେ ପୁଣି ଥରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଜିଣ୍ଟାନ ସହରରେ ଲିବ୍ୟାର ପୂର୍ବତନ ଏକଛତ୍ରବାଦୀ ଶାସକ ମୁଅମର୍ ଗଦ୍ଦାଫିଙ୍କ ପୁଅ ସୈଫ୍ ଅଲ- ଇସଲାମ୍ ଗଦ୍ଦାଫି (୫୩)ଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଘରେଗୁଳିକରି ହତ୍ୟା କରାଯାଇଛି। ସୈଫ ଅଲ- ଇସଲାମ୍ ତାଙ୍କ ବଗିଚାରେ ବୁଲୁଥିବା ସମୟରେ ୪ ଜଣ ବନ୍ଧୁକଧାରୀ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳିଚାଳନା କରିଥିଲେ। ସୈଫ୍ ଅଲ୍-ଇସଲାମ୍ଙ୍କୁ ଏକଦା ଲିବ୍ୟାର ପରବର୍ତ୍ତୀ ଶାସକ ଭାବେ ବିବେଚନା କରାଯାଉଥିଲା। ମୁଅମର ଗାଦ୍ଦାଫିଙ୍କ ଶାସନ କାଳରେ ସେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଥିଲେ। କେଉଁ କାରଣରୁ ସୈଫ୍ ଅଲ୍-ଇସଲାମଙ୍କୁ ହତ୍ୟା କରାଯାଇଥିଲା ତାହା ଅସ୍ପଷ୍ଟ ରହିଛି। ତେବେ ଏହି ଘଟଣା ପୁଣି ଥରେ ଲିବ୍ୟାର ଅସ୍ଥିର ସୁରକ୍ଷା ବ୍ୟବସ୍ଥା ଏବଂ ଦୀର୍ଘକାଳୀନ ରାଜନୈତିକ ଦ୍ୱନ୍ଦ୍ୱକୁ ଚର୍ଚ୍ଚାକୁ ଆଣିଛି। ସୈଫ୍ ଅଲ୍-ଇସଲାମ୍ଙ୍କୁ ଜିଣ୍ଟାନ ସହରରେ ତାଙ୍କ ଘରେ ହତ୍ୟା କରାଯାଇଥିବା ତାଙ୍କ ଓକିଲ ଖାଲିଦ ଅଲ-ଜାୟଦି ଓ ତାଙ୍କ ରାଜନୈତିକ ପ୍ରତିନିଧି ମଙ୍ଗଳବାର ସୂଚନା ଦେଇଛନ୍ତି। ବନ୍ଧୁକଧାରୀମାନେ ମୁଖା ପିନ୍ଧିଥିବାବେଳେ ହତ୍ୟାକାଣ୍ଡ ପୂର୍ବରୁ ଘରେ ଲାଗିଥିବା କ୍ୟାମେରାକୁ ନିଷ୍କ୍ରିୟ କରିଦେଇଥିଲେ। ଲିବ୍ୟାର ଅଧିକାରୀ ଏହିହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଦେଇଛନ୍ତି। ହତ୍ୟାକାରୀ ଏକ କମାଣ୍ଡୋ ୟୁନିଟ୍ ବୋଲି କୁହାଯାଇଛି। ହତ୍ୟାର ଉଦ୍ଦେଶ୍ୟ ଏବଂ ଏହାର ପଛରେ କାହାର ହାତ ଅଛି ଜଣାପଡ଼ିନି। ତେବେ ସୈଫ୍ ଅଲ୍-ଇସଲାମଙ୍କ ହତ୍ୟାକୁ ନେଇ ଅଲଗା ଅଲଗା କଥା ସାମ୍ନାକୁ ଆସୁଛି। ଇସଲାମଙ୍କ ଭଉଣୀ ଲିବ୍ୟା ଟେଲିଭିଜନକୁ କହିଥିଲେ ଯେ, ଆଲଜେରିଆ ଓ ଲିବ୍ୟା ସୀମା ନିକଟର ତାଙ୍କ ଭାଇର ମୃତ୍ୟୁ ହୋଇଛି। ମୁଅମର ଗାଦ୍ଦାଫିଙ୍କ ପତନ ପରେ ୨୦୧୧ରେ ଧରାପଡ଼ିବା ପରେ ସୈଫ୍ ଅଲ୍- ଇସଲାମ ଜାତୀୟ ରାଜନୀତିରେ ପୁନର୍ବାର ଉଭା ହେବା ପୂର୍ବରୁ ଏକ ଦୂର ପାହାଡିଆ ସହରରେ ପ୍ରାୟ ଏକ ଦଶନ୍ଧି ବନ୍ଦୀ ଜୀବନ ବିତାଇଥିଲେ। ଆହୁରି ପଢ଼ନ୍ତୁ:Operation Lotus: ଅଜିତଙ୍କ ମୃତ୍ୟୁ ଅପରେସନ୍ ଲୋଟସ୍ର ଅଂଶ: ସଞ୍ଜୟଙ୍କ ମନ୍ତବ୍ୟ ନେଇ ମହାରାଷ୍ଟ୍ରରେ ରାଜନୈତିକ ଝଡ଼
ମୁଅମ୍ମର ଗଦ୍ଦାଫିଙ୍କ ପୁଅକୁ ହତ୍ୟା ପରେ ଲିବିଆର ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି
Sambad•
%2Fsambad%2Fmedia%2Fmedia_files%2F2026%2F02%2F04%2Fgaddafis-son-2026-02-04-12-58-52.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.