Achira News Logo
Achira News

ମାଗଣା ୟୁନିଫର୍ମ ସହିତ ପ୍ରାକ୍-ପ୍ରାଥମିକ ଶିକ୍ଷା ବୃଦ୍ଧି ପାଇଁ ଓଡ଼ିଶା ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି

Prameya
ମାଗଣା ୟୁନିଫର୍ମ ସହିତ ପ୍ରାକ୍-ପ୍ରାଥମିକ ଶିକ୍ଷା ବୃଦ୍ଧି ପାଇଁ ଓଡ଼ିଶା ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି
Full News
Share:

ଭୁବନେଶ୍ୱର, ୦୪/୦୨ : ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା 'ଶିଶୁ ବାଟିକା'ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ପୋଷାକ (ୟୁନିଫର୍ମ) ଓ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯିବ। ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ଶିଶୁ ବାଟିକା ସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଏକ ଚିଠି ଜାରି ହୋଇଛି । ତୁରନ୍ତ ୨୦୨୫- ୨୬ ଶିକ୍ଷାବର୍ଷ ପାଇଁ ପିଲାଙ୍କୁ ୟୁନିଫର୍ମ ଦେବାକୁ ଓସେପା ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କଡା ଚେତାବନୀ ଦେଇଛି । ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି। ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହିତ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ। ୟୁନିଫର୍ମ ବଣ୍ଟନ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍କୁଲ ପରିଚାଳନା କମିଟିକୁ ଦାୟିତ୍ୱ ମିଳିଛି । ଏହି କାମ ତଦାରଖ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି । କେବଳ ସେତିକି ନୁହେଁ, ପୋଷାକର ରଙ୍ଗ, ଲୋଗୋକୁ ଦୃଷ୍ଟି ଦେବାକୁ ପଡିବ । ଯେପରିକି ସେଥିରେ ତ୍ରୁଟି ନ ରୁହେ ସେଥିପ୍ରତି ଯତ୍ନବାନ ହେବାକୁ ଓସେପା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଏହି କାର୍ଯ୍ୟକ୍ରମକୁ 'ଅତି ଜରୁରୀ' ବିଭାଗରେ ରଖାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC) ମାନେ ଏହି ବଣ୍ଟନ ପ୍ରକ୍ରିୟାର ସିଧାସଳଖ ତଦାରଖ କରିବେ। ଜାତୀୟ ଶିକ୍ଷା ନୀତି (NEP 2020) ର ସଫଳ ରୂପାୟନ ଏବଂ ପ୍ରାକ୍-ପ୍ରାଥମିକ ସ୍ତରରେ ଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ଖବରଟିକୁ ପଢନ୍ତୁ-ମାର୍ଚ୍ଚ ୬ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବାର୍ଷିକ ପରୀକ୍ଷା, ୧୩ ଯାଏ ଦୁଇଟି ସିଟିଂରେ ଲିଖିତ

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ମାଗଣା ୟୁନିଫର୍ମ ସହିତ ପ୍ରାକ୍-ପ୍ରାଥମିକ ଶିକ୍ଷା ବୃଦ୍ଧି ପାଇଁ ଓଡ଼ିଶା ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି | Achira News