Achira News Logo
Achira News

ମଙ୍ଗଳପୁର ପଞ୍ଚାଯ଼ତରେ ଗଧିଆ ଆକ୍ରମଣରେ ସାତ ଜଣ ଆହତ

Prameya
ମଙ୍ଗଳପୁର ପଞ୍ଚାଯ଼ତରେ ଗଧିଆ ଆକ୍ରମଣରେ ସାତ ଜଣ ଆହତ
Full News
Share:

ବ୍ରହ୍ମବରଦା,୧୭।୧୨(ଆପ୍ର) : ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚାୟତରେ ଗଧିଆ ଆତଙ୍କ । ପାଗଳା ଗଧିଆ କାମୁଡାରେ ୭ ଜଣ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି । ତେବେ ଗ୍ରାମବାସୀ ଗଧିଆକୁ କାବୁ କରିଛି। ବୁଧବାର ସନ୍ଧ୍ୟାରେ ବାଙ୍କସାହି ଗ୍ରାମ ଭିତରକୁ ଏକ ପାଗଳ ଗଧିଆ ଆସି ଲୋକମାନଙ୍କୁ ଆକ୍ରମଣ କରିଥିଲା । କାମୁଡାର ଶିକାର ହୋଇ ୭ଜଣ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ମେଡିକାଲକୁ ନେଇଥିଲେ । ଏଭଳି ଘଟଣା ଘଟିବା ପରେ ଗ୍ରାମରେ ଲୋକମାନେ ଭୟଭିତ ହୋଇ କବାଟ ଦେଇ ଘର ଭିତରେ ରହିଛନ୍ତି। ତେବେ ଗ୍ରାମବାସୀ ଉକ୍ତ ଗଧିଆକୁ କାବୁ କରିଥିବା ଜଣାପଡିଛି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ମଙ୍ଗଳପୁର ପଞ୍ଚାଯ଼ତରେ ଗଧିଆ ଆକ୍ରମଣରେ ସାତ ଜଣ ଆହତ | Achira News